Advertisment

ଶହେରୁ ଅଧିକ ଗଛ କାଟିଲେ, ବିଜେପି ସାଂସଦଙ୍କ ଭାଇକୁ ବାନ୍ଧିଲା ପୁଲିସ

ବିନା ଅନୁମତିରେ ଗଛ କାଟିବା ଓ କାଠ ଚୋରା ଚାଲାଣ କରିବା ଅଭିଯୋଗରେ ବିକ୍ରମ ସିମ୍‌ହାଙ୍କ ନାଁରେ ବନ ବିଭାଗ ଏଫ୍‌ଆଇଆର୍‌ ରୁଜୁ କରିଛି।

author-image
Madhupriya Mistry
BJP Pratap Simha brother arrested

BJP Pratap Simha brother arrested

ବିନା ଅନୁମତିରେ କାଟି ଦେଲେ ଶହେରୁ ଅଧିକ ଗଛ। ଗଛ କାଟି କାଠ ଚୋରା ଚାଲାଣ କଲେ। ଶେଷରେ ବିଜେପି ସାଂସଦଙ୍କ ଭାଇକୁ ବାନ୍ଧିଲା ପୁଲିସ। ପ୍ରାୟ ୧୨୬ଟି ଗଛ କାଟିବା ସହିତ କର୍ଣ୍ଣାଟକର ହସନ୍‌ ଜିଲ୍ଲାସ୍ଥିତ ଏକ ଗାଁକୁ କାଠ ଚୋରାଚାଲାଣ କରିଥିବା ଅଭିଯୋଗରେ ବିଜେପି ସାଂସଦ ପ୍ରତାପ ସିମ୍‌ହାଙ୍କ ଭାଇ ବିକ୍ରମି ସିମ୍‌ହାଙ୍କୁ ପୁଲିସ ଗିରଫ କରିଛି।

Advertisment

ଅର୍ଗାନାଇଜଡ୍‌ କ୍ରାଇମ୍‌ ସ୍କ୍ୱାଡ୍‌ ଅଫ୍ ବେଙ୍ଗାଲୁରୁର ସିଟି କ୍ରାଇମ୍‌ ବ୍ରାଞ୍ଚ ତାଙ୍କୁ ଗିରଫ କରିବା ପରେ ରାଜ୍ୟ ବନ ବିଭାଗକୁ ହସ୍ତାନ୍ତର କରିଛି। ବିନା ଅନୁମତିରେ ଗଛ କାଟିବା ଓ କାଠ ଚୋରା ଚାଲାଣ କରିବା ଅଭିଯୋଗରେ ବିକ୍ରମ ସିମ୍‌ହାଙ୍କ ନାଁରେ ବନ ବିଭାଗ ଏଫ୍‌ଆଇଆର୍‌ ରୁଜୁ କରିଛି।

କୁହାଯାଉଛି ଯେ ଜଙ୍ଗଲ ଅଧିକାରୀ ବିକ୍ରମ ସିମାଙ୍କୁ ଖୋଜୁଥିଲେ, କାରଣ ଘଟଣାର ସାମ୍ନାକୁ ଆସିବା ପରେ ଓ ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲେ। ବେଙ୍ଗାଲୁରୁ ପର୍ଯ୍ୟନ୍ତ ବିକ୍ରମଙ୍କୁ ଖୋଜିବା ପାଇଁ ଅଧିକାରୀମାନେ ଇଲେକ୍‌ଟ୍ରୋନିକ୍‌ ସର୍ଭେଲାନ୍ସ ବ୍ୟବହାର କରିଥିଲେ। ଜଙ୍ଗଲ ଅଧିକାରୀମାନେ ସଂଗଠିତ ଅପରାଧ ଦଳ ପାଖରେ ପହଞ୍ଚି ମିଳିତ ଅପରେସନରେ ବିକ୍ରମ ସିମହାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ପାଇଁ ତାଙ୍କୁ ହାସନ ଜିଲ୍ଲାକୁ ନିଆଯିବ।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ତହସିଲ୍‌ଦାର ମମତା ଉକ୍ତ ଗାଁ’କୁ ଗସ୍ତ କରିବା ବେଳେ ବିଜେପି ସାଂସଦଙ୍କ ଭାଇ ବିନା ଅନୁମତିରେ ଗଛ କାଟିବା ଘଟଣା ଲୋକଲୋଚନକୁ ଆସିଥିଲା। ଘଟଣା ସଂକ୍ରାନ୍ତରେ ଆଭାସ ପାଇ ସେ ସମ୍ପୃକ୍ତ ଅଧିକାରୀମାନ‌ଙ୍କୁ ସତର୍କ କରାଇବା ସହିତ ‘ଏଫ୍‌ଆଇଆର୍‌’ ରୁଜୁ କରିଥିଲେ।

ଯେଉଁ ବନାଞ୍ଚଳରୁ ଏହି ଗଛ କଟାଯାଇଥିଲା ତାହା ସରକାରଙ୍କ ଅଧୀନସ୍ଥ ୧୨ ଏକର ପରିମିତ ଗୋଚର ଜମି। ତାହାକୁ ୨ଜଣ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ଦିଆଯାଇଥିଲା। ସେପଟେ ଏହି ଘଟଣାକୁ ନେଇ କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ କହିଛନ୍ତି ଯେ, ୧୨୬ଟି ଗଛ କାଟି ହସନ୍‌ ଜିଲ୍ଲାରେ ବିକ୍ରି କରିଥିବା ଅଭିଯୋଗରେ ବିକ୍ରମ ସିମ୍‌ହାଙ୍କୁ ଗିରଫ କରାଯାଇଛି।‌ ‌ସେ ପ୍ରାୟ ୫୦/୬୦ ବର୍ଷର ୧୨୬ଟି ଗଛ କାଟି ବନ ସଂରକ୍ଷଣ ଆଇନ ଉଲ୍ଲଂଘନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ, ସଂସଦ ସୁରକ୍ଷା ତ୍ରୁଟି ଅଭିଯୋଗରେ ବିଜେପି ସାଂସଦ ପ୍ରତାପ ସିମ୍‌ହାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଏବେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି।

Karnataka Pratap Simha Brother Arrested BJP MP Pratap Simha