Advertisment

‘ବିଦେଶୀ ମହିଳାଙ୍କଠାରୁ ଜନ୍ମିତ ବ୍ୟକ୍ତି’ କହି ରାହୁଲ ଗାନ୍ଧିଙ୍କୁ ଆକ୍ଷେପ କଲେ ବିଜେପି ସାଂସଦ

ମୋଦି ସରନେମକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ବିରୋଧ କରି ବିକ୍ଷୋଭ କରୁଥିବା ବେଳେ ବିଜେପି ସାଂସଦ ସଞ୍ଜୟଙ୍କ ମୁହଁରୁ ବାହାରିଛି ଅତ୍ୟନ୍ତ ସାଂଘାତିକ କଥା।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ପରିବାର ସଂପର୍କରେ ବିବାଦୀୟ କଥା କହିଛନ୍ତି ବିଜେପି ସାଂସଦ ସଞ୍ଜୟ ଜୈଶୱାଲ। ମୋଦି ସରନେମକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ବିରୋଧ କରି ବିକ୍ଷୋଭ କରୁଥିବା ବେଳେ ବିଜେପି ସାଂସଦ ସଞ୍ଜୟଙ୍କ ମୁହଁରୁ ବାହାରିଛି ଅତ୍ୟନ୍ତ ସାଂଘାତିକ କଥା।

Advertisment

ସେ କହିଛନ୍ତି, “ବିଦେଶୀ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା ବ୍ୟକ୍ତି କେବେ ହେଲେ ବି ଦେଶଭକ୍ତ ହୋଇପାରିବେ ନାହିଁ।” ଏପରି ବୟାନ ୨ ହଜାର ବର୍ଷ ପୂର୍ବେ ଚାଣକ୍ୟ ଦେଇଥିଲେ। ଆଜି ଏକଥା ତାଙ୍କର ମନେପଡ଼ିଲା ବୋଲି ମଧ୍ୟ ସାଂସଦ ଜଣଙ୍କ କହିଛନ୍ତି।

ଏହାପୂର୍ବରୁ ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ସିଂହ ଠାକୁର ମଧ୍ୟ ସମାନ ବୟାନ ଦେଇଥିଲେ। ମାର୍ଚ୍ଚ ୧୧ରେ ସେ କହିଥିଲେ ଯେ “ରାହୁଲଙ୍କୁ ଦେଶରେ ରାଜନୀତି କରିବାକୁ ଅନୁମତି ମିଳିବା ଉଚିତ ନୁହେଁ। ତାଙ୍କୁ ଭାରତରୁ ବାହାରକୁ ଫିଙ୍ଗି ଦେବା ଉଚିତ। ରାହୁଲ ଗାନ୍ଧି ଭାରତର ନୁହନ୍ତି ବୋଲି ମଧ୍ୟ ମାନିଛନ୍ତି। ଆମେ ଜାଣିଛୁ ଯେ ସେ ଭାରତର ନୁହନ୍ତି। ଚାଣକ୍ୟ କହିଥିଲେ ଯେ ବିଦେଶୀ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା ପୁଅ କେବେ ହେଲେ ଦେଶଭକ୍ତ ହୋଇପାରିବେ ନାହିଁ। ରାହୁଲ ଗାନ୍ଧି ଏହାକୁ ପ୍ରମାଣ କରି ଦେଖାଇଛନ୍ତି।”

Advertisment

ଏବେ ସାଂସଦ ସଞ୍ଜୟ ଜୈସୱାଲ ସମାନ କଥା କହିଛନ୍ତି। ସେ ଆହୁରି କହିଛନ୍ତି ଯେ “ରାହୁଲ ଗାନ୍ଧି ବିଦେଶରେ ଦେଶକୁ ଅପମାନିତ କରିଛନ୍ତି। ଯଦି ଆପଣ ଆମର ଗଣତନ୍ତ୍ର, କୋର୍ଟ ଓ ସାମ୍ବାଦିକମାନଙ୍କୁ ଭୁଲ ବୋଲି କହୁଛନ୍ତି, ଏହାର ଅର୍ଥ ହେଉଛି ଯେ ଭାରତ ଉପରେ ଆପଣଙ୍କର ବିଶ୍ୱାସ ନାହିଁ। ରାହୁଲ ଗାନ୍ଧି ଜଣେ ଅଭ୍ୟାସଗତ ଅପରାଧୀ। ସେ ନିଜକୁ ଯୁବରାଜ ବୋଲି ଭାବୁଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଦୁଇ ଥର ସରକାର ଗଠନ କରିଥିବାରୁ ରାହୁଲ ଏହାକୁ ସହ୍ୟ କରିପାରୁ ନାହାନ୍ତି।”

ମୋଦି ସରନେମକୁ ନେଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ପକ୍ଷରୁ ଆଜି ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓବିସି ବର୍ଗଙ୍କୁ ଚୋର କହି ରାହୁଲ ଗାନ୍ଧି ଅପମାନିତ କରିଥିବାରୁ ପୂରା ଦେଶକୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

Rahul Gandhi Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe