Advertisment

ଗିରଫ ହେବେ କି ବିଜେପି ସାଂସଦ? ଓ୍ୱାରେଣ୍ଟ ଜାରି

ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଏହି ବିଜେପି ସାଂସଦଙ୍କ ବିରୋଧରେ ଜାମିନ ଯୁକ୍ତ ଓ୍ୱାରେଣ୍ଟ ଜାରି କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
sadhvi-pragya-thakur

sadhvi-pragya-thakur

ବଢ଼ିଲା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ଅଡୁଆ। ୨୦୦୮ ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ତାଙ୍କ ଅଡୁଆ ବଢ଼ିଛି। ତାଙ୍କ ବିରୋଧରେ ଜାରି ହୋଇଛି ଓ୍ୱାରେଣ୍ଟ। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଭୋପାଲର ଏହି ବିଜେପି ସାଂସଦଙ୍କ ବିରୋଧରେ ଜାମିନ ଯୁକ୍ତ ଓ୍ୱାରେଣ୍ଟ ଜାରି କରିଛନ୍ତି।

Advertisment

ସୂଚନା ମୁତାବକ, ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି କୋର୍ଟରେ ଶୁଣାଣି ଥିଲା। ତେବେ ଏହି ସମୟରେ ସାଧ୍ୱୀ ପ୍ରଜ୍ଞା କୋର୍ଟରେ ହାଜର ହୋଇନଥିଲେ। ସ୍ୱାସ୍ଥଗତ କାରଣ ଯୋଗୁ ସେ କୋର୍ଟରେ ଅନୁପସ୍ଥିତ ଥିଲେ। ଏହାକୁ ନେଇ କୋର୍ଟ ତାଙ୍କ ବିରୋଧରେ ଓ୍ୱାରେଣ୍ଟ ଜାରି କରିଛନ୍ତି।

ଏଥିସହ ସାଧ୍ୱୀଙ୍କ ଅନୁପସ୍ଥିତି ସମ୍ପର୍କରେ ତାଙ୍କ ଓକିଲ ଦାଖଲ କରିଥିବା ମେଡିକାଲ ସାର୍ଟିଫିକେଟ୍‌କୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ସାଧ୍ୱୀଙ୍କ ବିରୋଧରେ କୋର୍ଟ ଓ୍ୱାରେଣ୍ଟ ଜାରି କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। କୋର୍ଟ ଏହି ଓ୍ୱାରେଣ୍ଟ ବିଷୟରେ ଏନ୍‌ଆଇଏକୁ ସୂଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Bjp Malegaon Blast Sadhvi Pragya