Advertisment

ନିର୍ବାଚନୀ ପ୍ରଚାର ବେଳେ ବାଂଶୁରୀ ସ୍ୱରାଜଙ୍କ ଆଖିରେ ଚୋଟ

ବାଂଶୁରୀ ସ୍ୱରାଜ ଗତ ରାତିରେ ନିଜ X ଆକାଉଣ୍ଟରେ ସୂଚନା ଦେଇଛନ୍ତି ଯେ ମଙ୍ଗଳବାର ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଆଖିରେ ଚୋଟ ଲାଗିଛି।

author-image
Niharika Rout
ଅଦ୍ୟତନ ହୋଇଛି
Bansuri Swaraj

Bansuri Swaraj

ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇଛନ୍ତି ନୂଆଦିଲ୍ଲୀ ଲୋକସଭା ସିଟ୍‌ର ବିଜେପି ପ୍ରାର୍ଥୀ ବାଂଶୁରୀ ସ୍ୱରାଜ । ବାଂଶୁରୀଙ୍କ ଆଖିରେ ଚୋଟ ଲାଗିଛି। ଏହାପରେ ସେ ଆଖିରେ ପଟି ବାନ୍ଧି ନିର୍ବାଚନୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଖୋଦ ବାଂଶୁରୀ ଏନେଇ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

Advertisment

ବାଂଶୁରୀ ସ୍ୱରାଜ ଗତ ରାତିରେ ନିଜ X ଆକାଉଣ୍ଟରେ ସୂଚନା ଦେଇଛନ୍ତି ଯେ ମଙ୍ଗଳବାର ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଆଖିରେ ଚୋଟ ଲାଗିଛି। ଏହାପରେ ମୋତି ନଗର ଅଞ୍ଚଳକୁ ଯାଇ ତୁରନ୍ତ ସେ ଚିକିତ୍ସିତ ହୋଇଥିବା ବେଳେ ଆଖିରେ ପଟି ବାନ୍ଧିଛନ୍ତି। ଏଥିନିମନ୍ତେ ସେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଖିରେ ଚୋଟ ଲାଗିବା ସତ୍ତ୍ୱ ବାଂଶୁରୀ ଜନ ସମ୍ପର୍କ ଅଭିଯାନରେ ସାମିଲ ହେଇଛନ୍ତି।

ବାଂଶୁରୀଙ୍କ ପୂର୍ବରୁ ଚାନ୍ଦିନୀ ଚୌକ ଆସନର ବିଜେପି ପ୍ରାର୍ଥୀ ପ୍ରବୀଣ ଖଣ୍ଡେଲୱାଲ ବି ଆହତ ହୋଇ ସାରିଛନ୍ତି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି।

Advertisment

ନୂଆ ଦିଲ୍ଲୀ ଆସନରୁ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ସାଂସଦ ଥିବା ବେଳେ ଏଥର ବିଜେପି ବାଂଶୁରୀଙ୍କୁ ପ୍ରାର୍ଥୀ କରିଛି। ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ। ତାଙ୍କ ମାଙ୍କ ପରି ବାଂଶୁରୀ ମଧ୍ୟ ବିଜେପି ପାଇଁ ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ରାଜନୀତିରେ ସକ୍ରିୟ ରହିବା ବ୍ୟତୀତ ବାଂଶୁରୀ ପେଶାରେ ଜଣେ ଆଇନଜୀବୀ। ସେ ସୁପ୍ରିମକୋର୍ଟର ଓକିଲ ଭାବେ ଅନେକ ବଡ଼ ବଡ଼ ମାମଲାରେ କାର୍ଯ୍ୟ କରିଛନ୍ତି।

Bjp Bansuri Swaraj