Advertisment

ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା

ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।

ଅଦ୍ୟତନ ହୋଇଛି
Prabesh and Kejri

Prabesh and Kejri

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ଏହି ପର୍ଯ୍ୟାୟରେ ୨୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତା’ ମଧ୍ୟରେ ରହିଛି ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ସାହିବ ସିଂହ ବର୍ମା ଓ ରମେଶ ବିଧୂଡ଼ୀଙ୍କ ନାଁ।

Advertisment

ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରବେଶଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ କାଲକାଜୀରେ ବରିଷ୍ଠ ନେତା ରମେଶ ବିଧୂଡ଼ୀଙ୍କୁ ଛିଡ଼ା କରିଛି।

ସେହିପରି ଆପ୍ ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ମନ୍ତ୍ରୀ ରାଜ କୁମାର ଆନନ୍ଦ ଓ କୈଳାଶ ଗହଲୋତଙ୍କୁ ମିଳିଛି ଟିକେଟ। ରାଜ କୁମାର ଆନନ୍ଦଙ୍କୁ ପଟେଲ ନଗରରୁ ପ୍ରାର୍ଥୀ କରାଯାଇଥିବା ବେଳେ କୈଳାଶ ଗହଲୋତଙ୍କୁ ବିଜୱାସନରୁ ଟିକେଟ ଦିଆଯାଇଛି। ଆପ୍‌ରୁ ବିଜେପିକୁ ଡେଇଁଥିବା ବିଧାୟକ କରତାର ସିଂହ ତନୱରଙ୍କୁ ଛତରପୁର ଆସନରୁ ପ୍ରାର୍ଥୀ କରାଯାଇଛି।

Advertisment

ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି। ଶୀଲା ଦିକ୍ଷୀତଙ୍କ ନେତୃତ୍ୱାଧୀନ ସରକାରରେ ୨୦୦୩ରୁ ୨୦୧୩ ପର୍ଯ୍ୟନ୍ତ ମନ୍ତ୍ରୀ ଥିବା ଲଭଲୀ ଗତ ବର୍ଷ ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ମନ୍ତ୍ରୀ ରାଜକୁମାର ଚୌହାନଙ୍କୁ ମଙ୍ଗଲପୁରୀରୁ ଟିକେଟ ମିଳିଛି।

ଦିଲ୍ଲୀ ବିଜେପିର ପୂର୍ବତନ ସଭାପତି ସତୀଶ ଉପାଧ୍ୟାୟ ମାଲବୀୟ ନଗରରୁ ପ୍ରାର୍ଥୀ ହୋଇଥିବା ବେଳେ ମନୋଜ ଶୌକୀନ ଓ ବିଜେନ୍ଦ୍ର ଗୁପ୍ତା ଯଥାକ୍ରମେ ନାଙ୍ଗଲୋଇ ଜାଟ୍‌ ଓ ରୋହିଣୀ ଆସନରୁ ଟିକେଟ ପାଇଛନ୍ତି।

ନୂଆଦିଲ୍ଲୀ ଆସନରେ ଆପ୍‌ରୁ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରବେଶ ବର୍ମା ଓ କଂଗ୍ରେସରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ପୁଅ ସନ୍ଦୀପ ଦିକ୍ଷୀତ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏଠାରେ ଜୋରଦାର ଲଢ଼େଇ ହେବ ବୋଲି କୁହାଯାଉଛି। ସେହିପରି କାଲକାଜୀରେ ଆପ୍ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ରମେଶ ବିଧୁଡ଼ୀ ଓ କଂଗ୍ରେସ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କରିଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍ ସମସ୍ତ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଏଯାବତ ୨୧ ଜଣଙ୍କ ନାଁ ଘୋଷଣା କରିଛି।

Arvind Kejriwal Parvesh Verma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe