BJP Meeting
ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ବିଜେପି। କାହାକୁ ଟିକେଟ୍ ଦେବ କାହାକୁ ଦେବନି, ତାକୁ ନେଇ ଦଳ ଭିତରେ ଚାଲିଛି କସରତ। ଏହାରି ଭିତରେ ପ୍ରଥମେ ପ୍ରାର୍ଥୀ ତାଲିକା ପ୍ରକାଶ କରି ପ୍ରତ୍ୟାହାର କରିନେବା ପରେ ପୁଣି ଥରେ ନୂଆ ତାଲିକା ପ୍ରକାଶ କରିଛି ଦଳ। ନୂଆ ତାଲିକାରେ କାଣ୍ଟଛାଣ୍ଟ କରି କେବଳ ୧୫ ଜଣଙ୍କୁ ଟିକେଟ୍ ଦେଇଛି ବିଜେପି।
ପୂର୍ବରୁ ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ଦଳ। ତିନୋଟି ପର୍ଯ୍ୟାୟ ପାଇଁ ଦଳ ୧୦, ୧୫ ଓ ୧୯ କ୍ରମରେ ପ୍ରାର୍ଥୀ ଦେଇଥିଲା। ହେଲେ ଏହାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲା। ନୂଆ ତାଲିକାରେ କେବଳ ୧୫ ଜଣଙ୍କ ନାଁ ଅଛି। ଫଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି ଦଳ। ତେବେ ଏହା ପଛର କ'ଣ କାରଣ ଦଳ ସ୍ପଷ୍ଟ କରି ନାହିଁ।
ସେପ୍ଟେମ୍ବର ୧୮ରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ବାକି ଦୁଇଟି ପର୍ଯ୍ୟାୟ ଭୋଟ୍ ପାଇଁ ଦଳ ପରବର୍ତ୍ତୀ ସମୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ଜଣାପଡ଼ିଛି।
ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ।ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us