Advertisment

ଟିକେଟ୍ ଦେଲାନି ବିଜେପି, ସ୍ୱାଧୀନ ଭାବେ ଲଢୁଥିବା ଯୁବନେତା ଆଗରେ

ବିଜେପି ଟିକେଟ୍ ନ ଦେବାରୁ ଶିଓ୍ୱ ଆସନରୁ ସ୍ୱାଧୀନ ଭାବେ ଲଢୁଥିବା ରବୀନ୍ଦ୍ର ସିଂହ ଭାଟି 7 ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି।

Ravindra Singh Bhati

Ravindra Singh Bhati

Advertisment

ରାଜସ୍ଥାନର ବିଧାନସଭା ନିର୍ବାଚନ ଭୋଟ୍ ଗଣତି ମଧ୍ୟରେ ଦେଖିବାକୁ ମିଳୁଛି ଏକ ରୋଚକ ଘଟଣା। ବହୁ ବରିଷ୍ଠ ରଥି ମହାରଥିଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ଜଣେ 26 ବର୍ଷିୟ ଯୁବନେତା। ବିଜେପି ଟିକେଟ୍ ନ ଦେବାରୁ ଶିଓ୍ୱ ଆସନରୁ ସ୍ୱାଧୀନ ଭାବେ ଲଢୁଥିବା ରବୀନ୍ଦ୍ର ସିଂହ ଭାଟି 7 ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି।

Advertisment

ଶିଓ୍ୱ ବିଧାନସଭା ଆସନରୁ ଅନ୍ୟ ପ୍ରମୁଖ ଚେହେରାମାନଙ୍କ ମଧ୍ୟରେ କଂଗ୍ରେସର ଆମିନ୍ ଖାନ୍, ବିଜେପିର ସ୍ୱରୂପ ସିଂହ ଖରା, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (RLP)ର ଜଲାମ ସିଂହ ଏବଂ ବିଏସପିର ଜୟ ରାମ ଅଛନ୍ତି। ଏ ସମସ୍ତ ପୁରୁଖା ନେତାଙ୍କୁ ପଛରେ ପକାଇ ଯୁବନେତା ରବୀନ୍ଦ୍ର ଭାଟି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ନଭେମ୍ବର 25ରେ ମତଦାନ ହୋଇଥିବା ରାଜସ୍ଥାନ ବିଧାନସଭାର ସମସ୍ତ 199 ଆସନ ପାଇଁ ଆଜି ଭୋଟ୍ ଗଣତି ଚାଲିଛି। ସକାଳ 8ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ 11ଟା 30 ସୁଦ୍ଧା ଏଠାରେ ବିଜେପି 110 ଆସନରେ ଆଗୁଆ ଥିବାବେଳେ କଂଗ୍ରେସ 68 ଏବଂ ଅନ୍ୟାନ୍ୟ 21ରେ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କଂଗ୍ରେସର ଗଡ ରାଜସ୍ଥାନରେ ବିଜେପି ଆଗୁଆ ହୋଇଚାଲିଛି। 

Advertisment
Rajasthan Sheo Seat Rajasthan Vote Counting Rajasthan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe