Advertisment

ବିଜେପିକୁ ମିଳିଲା ୬୧୪ କୋଟି ଟଙ୍କାର ଚାନ୍ଦା, ୯୫ କୋଟିରେ ଅଟକିଲା କଂଗ୍ରେସ

ମାୟାବତୀଙ୍କ ବହୁଜନ ସମାଜନ ପାର୍ଟି(ବିଏସ୍‌ପି) ୨୦୨୧-୨୨ରେ କୌଣସି ସଂସ୍ଥା ବା ବ୍ୟକ୍ତିଙ୍କ ଠାରୁ ୨୦ ହଜାରରୁ ଅଧିକ ଟଙ୍କା ଚାନ୍ଦା ପାଇ ନାହିଁ।

author-image
Hemant Lenka
ADR

ADR

ଚାନ୍ଦା ଆକାରରେ ଦେଶର ବିଭିନ୍ନ ରାଜନୀତିକ ଦଳ ପାଉଥିବା ଅର୍ଥର ହିସାବ ସାମ୍ନାକୁ ଆସିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଜାତୀୟ ରାଜନୀତି ଦଳଗୁଡ଼ିକୁ ମିଳିଥିବା ଚାନ୍ଦାର ପରିମାଣ ଗତବର୍ଷ ଅପେକ୍ଷା ୧୮୭.୦୩ କୋଟି ବା ୩୧.୫୦% ବୃଦ୍ଧି ପାଇଛି। ଆସୋସିଏଟ ଫର ଡେମୋକ୍ରାଟିକ ରିଫମର୍ସ ବା ଏଡିଆର ପକ୍ଷରୁ ଏହି ତଥ୍ୟ ସାର୍ବଜନୀନ କରାଯାଇଛି।

Advertisment

ଜାତୀୟ ରାଜନୀତିକ ଦଳଗୁଡ଼ିକ ୨୦୨୧-୨୨ରେ ଚାନ୍ଦା ଆକାରରେ କେତେ ଟଙ୍କା ପାଇଛନ୍ତି, ତା’ର ହିସାବ ଦେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୭୮୦.୭୪୪ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି। ଗତବର୍ଷ ଏହା ୭,୧୪୧ କୋଟି ରହିଥିଲା। ଚାନ୍ଦା ଆକାରରେ ମିଳିଥିବା ୭୮୦.୭୪୪ କୋଟି ଟଙ୍କା ମଧ୍ୟରୁ କେବଳ ବିଜେପି ୬୧୪ କୋଟି ଟଙ୍କା ପାଇଛି। କଂଗ୍ରେସକୁ ମାତ୍ର ୯୫ କୋଟି ଟଙ୍କା ମିଳିଛି।

ଏଡିଆର ରିପୋର୍ଟରେ କୁହାଯାଇଛି ଯେ ବିଜେପି ୪,୯୫୭ ଜଣଙ୍କ ଠାରୁ ମୋଟ ୬୧୪.୬୩ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଥିବା ବେଳେ କଂଗ୍ରେସକୁ ୧୨୫୫ ଜଣ ୯୫.୪୬ କୋଟି ଟଙ୍କା ଦେଇଛନ୍ତି। କଂଗ୍ରେସ, ଏନସିପି, ସିପିଆଇ, ସିପିଏମ, ଏନପିଇପି ଓ ତୃଣମୂଳକ କଂଗ୍ରେସ ଠାରୁ ବିଜେପି ୩ ଗୁଣ ଅଧିକ ଟଙ୍କା ପାଇଛି।

Advertisment

ମାୟାବତୀଙ୍କ ବହୁଜନ ସମାଜନ ପାର୍ଟି(ବିଏସ୍‌ପି) ୨୦୨୧-୨୨ରେ କୌଣସି ସଂସ୍ଥା ବା ବ୍ୟକ୍ତିଙ୍କ ଠାରୁ ୨୦ ହଜାରରୁ ଅଧିକ ଟଙ୍କା ଚାନ୍ଦା ପାଇ ନାହିଁ। ତେଣୁ ଦଳ ତା’ର ଚାନ୍ଦା ପରିମାଣ ଘୋଷଣା କରିନି। ୧୬ ବର୍ଷ ହେଲା ବିଏସ୍‌ପି ଚାନ୍ଦା ସମ୍ପର୍କରେ ତଥ୍ୟ ଦେଉଥିଲା।

୨୦୨୦-୨୧ରେ ବିଜେପି ୪୭୭.୫୫ କୋଟି ଟଙ୍କା ପାଇଥିବା ବେଳେ ୨୦୨୧-୨୨ରେ ଏହା ୨୮.୭୧% ବୃଦ୍ଧି ପାଇ ୬୧୪.୬୩ କୋଟି ଟଙ୍କାରେ ପହଞ୍ଚିଛି। ତେବେ ବିଜେପି ଦାବି କରିଥିଲା ଯେ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଦଳ ପାଇଥିବା ଚାନ୍ଦାର ପରିମାଣ ୪୧.୪୯% ହ୍ରାସ ପାଇଥିଲା। ଏବେ ପୁଣି ଏହା ବୃଦ୍ଧି ପାଇଛି।

୨୦୨୦-୨୧ରେ କଂଗ୍ରେସ ୭୪.୫୨ କୋଟି ଟଙ୍କା ଚାନ୍ଦା ସୂତ୍ରରେ ପାଇଥିବା ବେଳେ ୨୦୨୧-୨୨ରେ ଏହା ୨୮.୦୯% ବଢ଼ି ୯୫.୪୬ କୋଟି ଛୁଇଁଛି। ୨୦୧୯-୨୦ ତୁଳନାରେ କଂଗ୍ରେସ ୨୦୨୦-୨୧ରେ ୪୬.୩୯% କମ ଚାନ୍ଦା ପାଇଥିଲା।

ଜାତୀୟ ରାଜନୀତିକ ଦଳଗୁଡ଼ିକୁ ଦିଲ୍ଲୀରୁ ୩୯୫.୮୫ କୋଟି ଟଙ୍କା ମିଳିଥିବା ବେଳେ ମହାରାଷ୍ଟ୍ରରୁ ୧୦୫.୩୫୨ କୋଟି ଓ ଗୁଜରାଟରୁ ୪୪.୯୬ କୋଟି ଟଙ୍କା ମିଳିଛି। ସେହିପରି ୧୨.୨୬ କୋଟି ଟଙ୍କା କେଉଁ ରାଜ୍ୟରୁ ରାଜନୀତିକ ଦଳଗୁଡ଼ିକୁ ମିଳିଛି, ତା’ର ନିର୍ଦ୍ଦିଷ୍ଟ ତଥ୍ୟ ମିଳିନି।

Bjp Congress Donation Box ADR