Advertisment

ବିଜେପି ରିଲିଜ୍‌ କଲା ୧.୩୪ ଲକ୍ଷ କୋଟିର ‘ଡିଏମକେ ଫାଇଲ୍ସ’

ସେ ଜାରି କରିଥିବା ତାଲିକାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ନାଁ ମଧ୍ୟ ରହିଛି।

BJP

BJP

Advertisment

ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାରର ନେତାମାନେ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରିଛି ବିଜେପି। ଏଥିପାଇଁ ଦଳ ପକ୍ଷରୁ ଡିଏମକେ ଫାଇଲ୍ସ ଜାରି କରାଯାଇଛି। ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ ଆଜି ସାମ୍ବାଦିକ ସମ୍ମିଳନୀ କରି ୧.୩୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଡିଏମକେ ନେତାମାନଙ୍କ ପାଖରେ ରହିଥିବା କହିଛନ୍ତି।

Advertisment

ସେ ଜାରି କରିଥିବା ତାଲିକାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ନାଁ ମଧ୍ୟ ରହିଛି। ତାଙ୍କ ବ୍ୟତୀତ ଦୁରାଇ ମୁରୁଗାନ, ଇଭେ ଭେଲୁ, କେ ପୋନମୁଡୀ, ଭି ସେନ୍ଥଲି ବାଲାଜୀଙ୍କ ଭଳି ମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ ଜଗଥାରକଶକନଙ୍କ ନାଁରେ ବିପୁଳ ମାତ୍ରାରେ ସମ୍ପତ୍ତି ରହିଥିବା ବିଜେପି ପକ୍ଷରୁ ଦାବି କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଟାର୍ଗେଟ କରି ଆନ୍ନାମଲାଇ ଅଭିଯୋଗ କରିଛନ୍ତି ଯେ ୨୦୧୧ ବିଧାନସଭା ନିର୍ବାଚନ ପୂର୍ବରୁ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏମକେ ଷ୍ଟାଲିନ ୨୦୦ କୋଟି ଟଙ୍କାର ଲାଞ୍ଚ ନେଇ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀକୁ ଟେଣ୍ଡର ଦେଇଥିଲେ। ଏହି ସମୟରେ ଡିଏମକେ କ୍ଷମତାରେ ଥିଲା। ଏହି ଲାଞ୍ଚ କାରବାର ଶେଲ କମ୍ପାନୀଗୁଡ଼ିକ ଦ୍ୱାରା ହୋଇଥିଲା। ଆମେରିକାରେ ସେହି କମ୍ପାନୀ ବିରୋଧରା ଲାଞ୍ଚ କାରବାର ମାମଲାର ତଦନ୍ତ ଚାଲିଛି ବୋଲି ଆନ୍ନାମଲାଇ କହିଛନ୍ତି।

Advertisment

ସେ ଡିଏମକେ ନେତାମାନଙ୍କ ନାଁରେ ଥିବା ବିସ୍ତୃତ ସମ୍ପତ୍ତି ତାଲିକା ମଧ୍ୟ ଜାରି କରିଛନ୍ତି। ଅନେକ ଦସ୍ତାବିଜ ସେ ସାର୍ବଜନୀନ କରିଥିବାରୁ ଆଜି ସାମ୍ବାଦିକ ମାନଙ୍କ କୌଣସି ପ୍ରଶ୍ନ ସେ ଗ୍ରହଣ କରି ନାହାନ୍ତି। ସାମ୍ବାଦିକମାନେ ସବୁ ତଥ୍ୟକୁ ଯାଞ୍ଚ କରିବା ପରେ ଆନ୍ନାମଲାଇ ସପ୍ତାହକ ପରେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି।

ଆନ୍ନାମଲାଇ ଗୋଟିଏ ଡାସଲ୍ଟ ଘଣ୍ଟା ବ୍ୟବହାର କରୁଛନ୍ତି। ଏହାର ଦାମ ଅଧିକ ଥିବାରୁ ଆନ୍ନାମଲାଇ କେମିତି କିଣିଲେ ବୋଲି ଡିଏମକେ ନେତା ତଥା ରାଜ୍ୟର ଶକ୍ତି ମନ୍ତ୍ରୀ ବାଲାଜୀ କିଛି ମାସ ତଳେ ପ୍ରଶ୍ନ ଉଠାଇଥିଲେ। ଏହାପରେ ହିଁ ଆନ୍ନାମଲାଇ ଆଜି ଡିଏମକେ ନେତାମାନଙ୍କ ସମ୍ପତ୍ତି ତାଲିକା ଜାରି କରିଛନ୍ତି।

ବିବାଦୀୟ ଘଣ୍ଟା ସମ୍ପର୍କରେ ସଫେଇ ଦେଇ ଆନ୍ନାମଲାଇ ଦାବି କରିଛନ୍ତି ଯେ ଏହାକୁ ସେ ତାଙ୍କର ଜଣେ ବନ୍ଧୁ ଚେରାଲାଇନଙ୍କ ଠାରୁ ମେ’ ୨୧ରେ ୩ ଲକ୍ଷ ଟଙ୍କା ଦେଇ କିଣିଥିଲା। ଚେରାଲାଇନ ଘଣ୍ଟା କିଣିଥିବାର ରସିଦି ଆନ୍ନାମଲାଇ ଦେଖାଇଛନ୍ତି। କିନ୍ତୁ ସେ ତାଙ୍କ ଠାରୁ କେତେ ଟଙ୍କାରେ ଏହାକୁ କିଣିଛନ୍ତି, ତା’ର କୌଣସି ରସିଦି ସେ ଦେଖାଇବାକୁ ସକ୍ଷମ ହୋଇନାହାନ୍ତି।

କେମିତି ନିଜର ଖର୍ଚ୍ଚ ବହନ କରୁଛନ୍ତି ବୋଲି ପ୍ରଶ୍ନରେ ଆନ୍ନାମଲାଇ କହିଛନ୍ତି, “ପ୍ରତିମାସରେ ମୋର ଖର୍ଚ୍ଚ ବହନ କରିବା ପାଇଁ ୭ରୁ ୮ ଲକ୍ଷ ଟଙ୍କା ଆବଶ୍ୟକ କରେ। ମୁଁ ମୋର ବନ୍ଧୁ ଓ ପାର୍ଟି ସହାୟତାରେ ଏହାକୁ ମ୍ୟାନେଜ କରେ। ମୋର ଘର ଭଡ଼ା ଜଣେ ବନ୍ଧୁ ଦିଅନ୍ତି।

ମୋ କର୍ମଚାରୀମାନଙ୍କ ଦରମା କଥା ଅନ୍ୟମାନେ ବୁଝନ୍ତି। ଆପଣମାନେ ମୋ ବ୍ୟାଙ୍କ ଷ୍ଟେଟମେଣ୍ଟ ଓ କ୍ରେଡିଟ କାର୍ଡ ଷ୍ଟେଟମେଣ୍ଟ ଦେଖିପାରିବେ। ମୋ ଭଳି ପ୍ରଥମ ଜେନେରେସନର ରାଜନେତାମାନଙ୍କ ପାଇଁ ଖର୍ଚ୍ଚ ବହନ କରିବା ବେଶ ଚ୍ୟାଲେଞ୍ଜିଂ।”

ଅନ୍ୟପକ୍ଷରେ ଆନ୍ନାମଲାଇଙ୍କ ସମସ୍ତ ଅଭିଯୋଗକୁ ଡିଏମକେ ଗୋଟିଏ ଜୋକ କହିଛି। ଡିଏମକେ ସାଂସଦ ଆରଏସ୍‌ ଭାରତୀ କହିଛନ୍ତି, “ଲାଞ୍ଚ କାରବାରର ଗୋଟିଏ ହେଲେ ଅଭିଯୋଗ ନାହିଁ। ସେ ଯେଉଁସବୁ ନେତାମାନଙ୍କ ତାଲିକା ଦେଇଛନ୍ତି, ସେମାନେ ନିଜର ସମ୍ପତ୍ତି ତାଲିକା ସତ୍ୟପାଠ ଜରିଆରେ ସାର୍ବଜନୀନ କରିଛନ୍ତି।

ଯଦି କୌଣସି ନିୟମର ଉଲ୍ଲଙ୍ଘନ ହୋଇଛି, ତା’ହେଲେ ସାଧାରଣ ଲୋକଟିଏ ନେତାମାନଙ୍କର ନିର୍ବାଚନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିପାରିବେ।” ଏଥିସହ ସେ ବିଜେପି ନେତାଙ୍କୁ ୨୦୦ କୋଟି ଲାଞ୍ଚ କାରବାର ଅଭିଯୋଗ ଉପରେ କେସ୍‌ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି।

Bjp Tamilnadu DMK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe