Advertisment

ନିର୍ବାଚନୀ ଇସ୍ତାହାର: ପ୍ରତିଦିନ ମାଗଣାରେ କ୍ଷୀର ଦେବ ବିଜେପି, ଲାଗୁ ହେବ ଏନଆରସି ଓ ୟୁସିସି

ପ୍ରଜା ଧ୍ୱନି ନାଁରେ ବିଜେପି ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ପ୍ରତିଦିନ ମାଗଣା କ୍ଷୀର ଲୋକଙ୍କୁ ଦେବ ବୋଲି କହିଛି।

BJP

BJP

Advertisment

କର୍ଣ୍ଣାଟକାରେ ପୁଣି ୫ ବର୍ଷ ଶାସନ କରିବା ପାଇଁ ଉଦ୍ୟମ ଜାରି ରଖିଥିବା କ୍ଷମତାସୀନ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ବଡ଼ବଡ଼ ପ୍ରତିଶ୍ରୁତି ଦେଇଛି। ଆସନ୍ତା ମେ’ ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ପାଇଁ ଭୋଟ ହେବ। ଏହାପୂର୍ବରୁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳ ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି।

Advertisment

ପ୍ରଜା ଧ୍ୱନି ନାଁରେ ବିଜେପି ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ପ୍ରତିଦିନ ମାଗଣା କ୍ଷୀର ଲୋକଙ୍କୁ ଦେବ ବୋଲି କହିଛି। ବିପିଏଲ ତାଲିକାରେ ଅନ୍ତର୍ଭୁକ୍ତ ଲୋକଙ୍କୁ ବିଜେପି କ୍ଷମତାକୁ ଆସିଲେ ପ୍ରତିଦିନ ୫୦୦ ମିଲି ଲିଟର ନନ୍ଦିନୀ କ୍ଷୀର ଯୋଗାଇ ଦେବ। 

ସେହିପରି ଦଳ ୟୁନିଫର୍ମ ସିଭିଲ କୋଡ ବା ସମାନ ନାଗରିକ ସହିଂତା ଲାଗୁ କରିବ। ଜାତୀୟ ନାଗରିକ ପଞ୍ଜୀକରଣ ବା ଏନଆରସି ମଧ୍ୟ ବିଜେପି କର୍ଣ୍ଣାଟକାରେ କାର୍ଯ୍ୟକାରୀ କରିବ ବୋଲି କହିଛି। ଏହାଦ୍ୱାରା ରାଜ୍ୟରେ ବେଆଇନ ଭାବେ ରହୁଥିବା ଲୋକଙ୍କୁ ବିଦା କରାଯିବ।

Advertisment

ଏହାବାଦ ବିଜେପି ସରକାର ଗଢ଼ିଲେ ବିପିଏଲ କାର୍ଡଧାରୀଙ୍କୁ ବର୍ଷକୁ ମାଗଣାରେ ୩ଟି ଗ୍ୟାସ ସିଲଣ୍ଡର ଦେବ। ଉଗାଡି, ଗଣେଶ ଉତ୍ସବ ଓ ଦୀପାବଳିରେ ଲୋକମାନେ ମାଗଣା ଗ୍ୟାସ ସିଲିଣ୍ଡର ପାଇବେ। ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇ ଦେବା ପାଇଁ ଅଟଲ ଆହାର କେନ୍ଦ୍ର ଖୋଲାଯିବ।

ବାସହୀନଙ୍କୁ ୧୦ ଲକ୍ଷ ଘର ମିଳିବ। ସରକାରୀ ସ୍କୁଲର ନବୀକରଣ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେବ। ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତିବର୍ଷ ମାଗଣାରେ କରାଯିବ। ଶୀତଳ ଭଣ୍ଡାର ପାଇଁ ୩୦ ହଜାର କୋଟି ଟଙ୍କାର କୃଷି ପାଣ୍ଠି କରାଯିବ। କର୍ଣ୍ଣାଟକାକୁ ଦେଶର ସବୁଠାରୁ ବଡ଼ ପର୍ଯ୍ୟଟନ ରାଜ୍ୟର ମାନ୍ୟତା ଦେବାକୁ ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ ହେବ। ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ ନିଯୁକ୍ତି ଓ ବେଙ୍ଗାଲୁରୁକୁ ଷ୍ଟେଟ କ୍ୟାପିଟାଲ ରିଜନ ଟ୍ୟାଗ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ।

ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଜାରି କରିବା ବେଳେ ନଡ୍ଡାଙ୍କ ବ୍ୟତୀତ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଓ ଭେଟରାନ ନେତା ବିଏସ୍‌ ୟେଦ୍ୟୁରପ୍ପା ଉପସ୍ଥିତ ଥିଲେ।

Bjp Karnataka Karnataka Polls 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe