Advertisment

ରାଜସ୍ଥାନ ବିଧାନସଭା ନିର୍ବାଚନ, ପୁଣି ମୈଦାନକୁ ଓହ୍ଲାଇବେ ବସୁନ୍ଧରା

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି।

Vasundhara raje scindia

Vasundhara raje scindia

Advertisment

ପାଖେଇ ଆସୁଛି ହାଇଭୋଲଟେଜ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳର ନେତାଙ୍କ ମଧ୍ୟରେ ଚାଲିଛି ଜୋରସୋର୍‌ରେ କସରତ। ଏହାରି ଭିତରେ ପୁଣି ମୌଦାନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ଏଥର ସେ ତାଙ୍କର ଚିରାଚରିତ ଆସନ ଝାଲରାପାଟନରୁ ନିର୍ବାଚନ ଲଢ଼ିବେ। ଏଥିପାଇଁ ବିଜେପି ତାଙ୍କୁ ଟିକେଟ୍‌ ଦେଇଛି।

Advertisment

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନିଜର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୮୩ ଜଣଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ବିଜେପି ଏହାର ବହୁ ବଡ ନେତାଙ୍କ ନାଁ ରହିଛି। ଦଳ ଏଥର ଅସନ୍ତୁଷ୍ଟ ଥିବା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ତାଙ୍କର ଚିରାଚରିତ ଆସନ ଝାଲରାପାଟନରୁ ପ୍ରାର୍ଥୀ କରିଛି। ସେହିପରି ସତୀଶ ପୁନିଆଙ୍କୁ ଅମ୍ବେରରୁ ପ୍ରାର୍ଥୀ କରାଯାଇଛି।

ବିଜେବ ତା'ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୦ ମହିଳା, ୧୫ ଅନୁସୂଚିତ ଜନଜାତି ଏବଂ ୧୦ ଅନୁସୂଚିତ ଜାତି ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ନିକଟରେ ବିଜେପିରେ ଯୋଗ ଦେଇଥିବା ଜ୍ୟୋତି ମିର୍ଦ୍ଧାଙ୍କୁ ମଧ୍ୟ ଦଳ ଟିକେଟ୍ ଦେଇଛି। ମିର୍ଦ୍ଧାଙ୍କୁ ନାଗୋରରୁ ପ୍ରାର୍ଥୀ କରାଯାଇଛି। ବିରୋଧୀଦଳର ନେତା ରାଜେନ୍ଦ୍ର ରାଠୋଡଙ୍କୁ ତାରାନଗରରୁ ପ୍ରାର୍ଥୀ କରାଯାଇଛି। ସେ ଚୁରୁରୁ ବିଧାୟକ ଥିଲେ। ଯଦିଓ ସେ ତାରାନଗରରୁ ପୂର୍ବରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି, ତଥାପି ଦଳ ତାଙ୍କୁ ପୁଣି ତାରାନଗରରୁ ଭାଗ୍ୟ ପରୀକ୍ଷା କରିବାକୁ ପଠାଇଛି ।

Advertisment

ଏହି ତାଲିକାରେ ବିଜେପି ଦୁଇଜଣ ବିଧାୟକଙ୍କ ଟିକେଟ୍ କାଟି ଦେଇଛି। ସାଙ୍ଗେରରୁ ବିଧାୟକ ଅଶୋକ ଲୋହାଟିଙ୍କ ଟିକେଟ୍ ଏବଂ ଚିତୋରଗଡରୁ ବିଧାୟକ ଚନ୍ଦ୍ରଭାନ୍ ସିଂହ ଏଥିର ଟିକେଟ୍‌ ପାଇ ନାହାନ୍ତି। ଚିତୋରଗଡରୁ ଦଳ ଚନ୍ଦ୍ରଭାନ୍ ସିଂହଙ୍କ ସ୍ଥାନରେ ନରପତ ସିଂହ ରାଜଭୀଙ୍କୁ ଟିକେଟ ଦେଇଛି। ନିକଟରେ ବିଜେପିରେ ଯୋଗ ଦେଇଥିବା ମେୱାଡ ରାଜ ପରିବାରର ଯୁବରାଜ ବିଶ୍ୱରାଜ ସିଂହ ମେୱାଡଙ୍କୁ ମଧ୍ୟ ନାଥୱାଡାରୁ ଟିକେଟ ଦିଆଯାଇଛି।

Bjp Rajasthan 2023 Assembly Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe