ବିଜେପି ଉଠିବ, କଂଗ୍ରେସ ଖସିବ

ଏବେ ଯଦି ସରା ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ବିଜେପି ଓ ଏହି ଦଳର ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏନଡିଏ ପୂର୍ବାପେକ୍ଷା ଅଧିକ ଆସନ ପାଇବ। ମେଣ୍ଟର ଆସନ ସଂଖ୍ୟା ୩୪୩ ଛୁଇଁବ। ଏକା ବିଜେପି ୨୮୧ ଆସନ ପାଇବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ କଂଗ୍ରେସ ଓ ଏହାର ଇଣ୍ଡିଆ ମେଣ୍ଟର ଆସନ ସଂଖ୍ୟା ଯଥେଷ୍ଟ କମିଯିବ।

MOTN Survey

MOTN Survey

Debendra Prusty
  • Published: Thursday, 13 February 2025
  • Updated: 13 February 2025, 01:24 PM IST

ଏବେ ଯଦି ସରା ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ବିଜେପି ଓ ଏହି ଦଳର ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏନଡିଏ ପୂର୍ବାପେକ୍ଷା ଅଧିକ ଆସନ ପାଇବ। ମେଣ୍ଟର ଆସନ ସଂଖ୍ୟା ୩୪୩ ଛୁଇଁବ। ଏକା ବିଜେପି ୨୮୧ ଆସନ ପାଇବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ କଂଗ୍ରେସ ଓ ଏହାର ଇଣ୍ଡିଆ ମେଣ୍ଟର ଆସନ ସଂଖ୍ୟା ଯଥେଷ୍ଟ କମିଯିବ। କଂଗ୍ରେସର ଆସନ ସଂଖ୍ୟା ୯୯ରୁ ୭୮କୁ ଖସି ଆସିବ ଓ ଇଣ୍ଡିଆ ମେଣ୍ଟର ଆସନ ସଂଖ୍ୟା ୨୩୨ରୁ ୧୮୮କୁ ଖସିବ। ଏବେ ଦେଶର ମତିଗତି କ’ଣ ବା ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ବେକ୍ଷଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଦେଶର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଏହି ସର୍ବେକ୍ଷଣ କରିଛି।

ଚଳିତ ବର୍ଷ ଜାନୁଆରୀ ୨ ତାରିଖ ଓ ଫେବୃଆରୀ ୯ ତାରିଖ ମଧ୍ୟରେ ଏହି ସର୍ବେକ୍ଷଣ କରାଯାଇଥିଲା। ଦେଶର ୧,୨୫,୧୨୩ ଲୋକଙ୍କଠାରୁ ମତ ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁସାରେ ଦେଶର ଲୋକମାନେ ପୁଣି ଥରେ କଂଗ୍ରେସ ଆଡ଼ୁ ମୁହଁ ଫେରାଇଲେଣି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଅନ୍ୟ କେତେକ ଦଳ ଏକଜୁଟ୍‌ ହୋଇ ବିଜେପି ଓ ଏହାର ନେତୃତ୍ୱାଧୀନ ଏନଡିଏ ବିରୋଧରେ ଲଢ଼ିବାରୁ ସେମାନଙ୍କର ଆସନ ସଂଖ୍ୟା ବୃଦ୍ଧି ପାଇଥିଲା। ମାତ୍ର, ଏହା ପରଠାରୁ ଏହି ତଥାକଥିତ ମେଣ୍ଟର କୌଣସି ବୈଠକ ବସି ନାହିଁ। ଏହା କିଭଳି ବିକଳ୍ପ ଇସ୍ତାହାର ଦେବ ତାହା ସ୍ଥିର ହୋଇନାହିଁ। ଅଧିକନ୍ତୁ ଲୋକସଭା ନିର୍ବାଚନ ପରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। କେତେକ ରାଜ୍ୟ ନିର୍ବାଚନରେ ସହଯୋଗୀ ଦଳଗୁଡ଼ିକୁ ସାଙ୍ଗରେ ନନେଇ କଂଗ୍ରେସ ଏକା ନିର୍ବାଚନ ଲଢ଼ିବାରୁ ମେଣ୍ଟ ଆଉ ନାହିଁ କହିଲେ ଚଳେ।

ଏକଥା ମରାଠା ନେତା ଶରଦ ପାୱାର କହି ସାରିଲେଣି। ଇଣ୍ଡିଆ ମେଣ୍ଟର ଅନେକ ସଦସ୍ୟ ମମତା ବାନାର୍ଜୀଙ୍କୁ ମେଣ୍ଟର ଆବାହକ କରିବାକୁ ପ୍ରସ୍ତାବ ଦେଲେଣି। ଉଦ୍ଧବ ଠାକରେଙ୍କ ଶିବ ସେନା, ଶରଦ ପାୱାରଙ୍କ ଏନସିପି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି କଂଗ୍ରେସଠାରୁ ଦୂରେଇ ଗଲେଣି। କାରଣ କଂଗ୍ରେସ ସେମାନଙ୍କୁ ସହ କୌଣସି ପରାମର୍ଶ କରୁନାହିଁ କିମ୍ବା ସେମାନଙ୍କ ସାଙ୍ଗରେ ଚାଲିବା ପାଇଁ କୌଣସି ଉଦ୍ୟମ କରୁନାହିଁ।

ପ୍ରଚଳିତ କଂଗ୍ରେସ ନେତୃତ୍ୱର ଅନ୍ୟ ଏକ ଦୁର୍ବଳତା ହେଲା ଏହି ଦଳ ରାଷ୍ଟ୍ରୀୟ ସ୍ତରରେ ମୋଦି ଶାସନଠାରୁ କିଭଳି ଅଲଗା ଅର୍ଥନୀତି ପ୍ରଚଳନ କରିବ, ରାଷ୍ଟ୍ରୀୟ ସଂପଦର କିଭଳି ସ୍ୱତନ୍ତ୍ର ପରିଚାଳନା କରିବ, ବେକାରୀ ଦୂର କରିବାକୁ କି ଅଲଗା ଯୋଜନା ଓ ଅଭିଯାନ ଚଳେଇବ, ଦରବୃଦ୍ଧି ନିୟନ୍ତ୍ରଣ କରିବାକୁ କି ପ୍ରକାର ବଜାର ନୀତି ପ୍ରଚଳନ କରିବ, ସାଧାରଣ ଲୋକର କ୍ରୟଶକ୍ତି ବୃଦ୍ଧି କରିବାକୁ କି ପ୍ରକାର ମଜୁରୀ ଓ ମୁଦ୍ରା ନୀତି ଗ୍ରହଣ କରିବ ଏସବୁ ସଂପର୍କରେ କୌଣସି ସ୍ପଷ୍ଟ ଘୋଷଣା ଜାରି କରିନାହିଁ। ଅଧିକନ୍ତୁ, ଗତ ଦିଲ୍ଲୀ ନିର୍ବାଚନରେ ଦଳ ତରଫରୁ ପ୍ରକାଶ ପାଇଥିବା ଇସ୍ତାହାର ମୌଳିକ ଭାବେ ବିଜେପି ଓ ଆପ୍‌ ଇସ୍ତାହାରଠାରୁ ସ୍ୱତନ୍ତ୍ର ନଥିଲା ବୋଲି ଲୋକେ ବୁଝିଗଲେ। ତା’ଛଡ଼ା କଂଗ୍ରେସ ନେତୃତ୍ୱ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ଓ ମୋଦିଙ୍କ ଅର୍ଥନୀତି, ଶିଳ୍ପନୀତି, ବଜାରନୀତି, କୃଷିନୀତି ଆଦିର ବିକଳ୍ପ ନଦେବା ଲୋକଙ୍କ ମଧ୍ୟରେ ଏହି ଦଳର ଗ୍ରହଣୀୟତା ବୃଦ୍ଧି କରିପାରି ନାହିଁ। ଏହି କାରଣରୁ ହୁଏତ କଂଗ୍ରେସଠାରୁ ଲୋକେ ପୁଣି ଦୂରେଇବାରେ ଲାଗିଲେଣି।

ଏହି ସର୍ବେକ୍ଷଣ ଅନୁସାରେ ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ ମୋଟ ଉପରେ ୨୯୨ ଆସନ ପାଇଥିଲା। ଏଥିରୁ ବିଜେପି ଭାଗରେ ଥିଲା ୨୪୦ ଆସନ। ଏବେ ନିର୍ବାଚନ ହେଲେ ଏନଡିଏର ଆସନ ସଂଖ୍ୟା ୩୪୩ ଓ ବିଜେପିର ଆସନ ସଂଖ୍ୟା ୨୮୧ ଛୁଇଁବାର ସମ୍ଭାବନା ଅଛି ବୋଲି ସର୍ବେକ୍ଷଣରେ ଆକଳନ କରାଯାଇଛି। ସେହିପରି ଏହି ମେଣ୍ଟର ଭୋଟ ହାର ମଧ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ୪୭ ପ୍ରତିଶତରେ ପହଂଚିବ ବୋଲି ଆକଳନ କରାଯାଇଛି। ବିଜେପିର ଭୋଟ ହାର ମଧ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ୪୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସର ଆସନ ସଂଖ୍ୟା ୯୯ରୁ ୭୮କୁ ଏବଂ ଇଣ୍ଡିଆ ମେଣ୍ଟର ଆସନ ସଂଖ୍ୟା ୨୩୨ରୁ ୧୮୮କୁ ଖସି ଆସିବ ବୋଲି ଏହି ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି। ସର୍ବେକ୍ଷଣ ଅନୁସାରେ ଇଣ୍ଡିଆ ମେଣ୍ଟର ଭୋଟ ହାର ୧ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ଅଛି। ମାତ୍ର କଂଗ୍ରେସର ଭୋଟ ହାର ୨୦ ପ୍ରତିଶତକୁ ଖସି ଆସିବ ବୋଲି କୁହାଯାଉଛି।

୨୦୨୪ ଲୋକସଭା ନିର୍ବାଚନରେ ଭାରତବର୍ଷର ରାଜନୀତିକ ସ୍ଥିତି ଯାହା ଥିଲା ଏହି ୮ ମାସ ମଧ୍ୟରେ ସେଥିରେ ଅନେକ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର, ହରିଆଣା ଓ ଦିଲ୍ଲୀ ନିର୍ବାଚନରେ ବିଜେପିର ବିଜୟ ଘଟିଛି ଓ କଂଗ୍ରେସ ପରାସ୍ତ ହୋଇଛି। ଏହି ପରାଜୟ ଓ ପରିସ୍ଥିତିର ସମୀକ୍ଷା କରି କଂଗ୍ରେସ ଏହାର ମୌଳିକ ପନ୍ଥା ଓ ରଣନୀତିରେ ସଂଶୋଧନ ନକଲେ ୨୦୨୯ ନିର୍ବାଚନ ବେଳକୁ ଏହାର ସ୍ଥିତି ସଂକଟରେ ପଡ଼ିପାରେ ବୋଲି ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story