Advertisment

ବିଦ୍ରୋହୀ ଜଗଦୀଶ ଓ ଲକ୍ଷ୍ମଣଙ୍କୁ ହରାଇବା ପାଇଁ ବିଜେପିର ସ୍ୱତନ୍ତ୍ର ପ୍ଲାନ!

ଏକଦା ବିଜେପିର ଗଡ଼ କୁହାଯାଉଥିବା ଆସନ ଗୁଡ଼ିକରେ ବିଦ୍ରୋହୀମାନେ ପ୍ରାର୍ଥୀ ହୋଇଥିବାରୁ ଦଳ କେମିତି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିବ, ସେଚିନ୍ତା ହାଇକମାଣ୍ଡଙ୍କୁ ଘାରିଛି।

Jagadish and Laxman

Jagadish and Laxman

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପି ପାଇଁ ଏଥର ବିଦ୍ରୋହୀ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ଲାଗିଛନ୍ତି। ବିଜେପି ଛାଡ଼ିଥିବା ପ୍ରାୟ ୧୦ ଜଣ ବରିଷ୍ଠ ନେତା ବିରୋଧୀ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହି ବିଦ୍ରୋହୀମାନେ ବିଜେପିର ପାରମ୍ପରିକ ଆସନରେ ପ୍ରାର୍ଥୀ ହୋଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି।

Advertisment

ଏକଦା ବିଜେପିର ଗଡ଼ କୁହାଯାଉଥିବା ଆସନ ଗୁଡ଼ିକରେ ବିଦ୍ରୋହୀମାନେ ପ୍ରାର୍ଥୀ ହୋଇଥିବାରୁ ଦଳ କେମିତି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିବ, ସେଚିନ୍ତା ହାଇକମାଣ୍ଡଙ୍କୁ ଘାରିଛି। ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ପ୍ଲାନ। ବିଦ୍ରୋହୀଙ୍କୁ ହରାଇ କେମିତି ପାରମ୍ପରିକ ଆସନକୁ ଦଳ କବଜା କରିବ, ସେଥିପାଇଁ ସ୍ୱତନ୍ତ୍ର ମିଶନ ମଧ୍ୟ ଆରମ୍ଭ କରାଯାଇଛି। 

କର୍ଣ୍ଣାଟକା ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାରୁ ଏବେ ବିଜେପି ବିଦ୍ରୋହୀମାନଙ୍କୁ ପାରମ୍ପରିକ ଆସନରେ ପରାସ୍ତ କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି। ବିଜେପିର ମୁଖ୍ୟ ନିର୍ବାଚନ ରଣନୀତିଜ୍ଞ ଅମିତ ଶାହ ଏନେଇ ମଙ୍ଗଳବାର ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ ଓ ସ୍ୱତନ୍ତ୍ର ପ୍ଲାନ ମଧ୍ୟ ପ୍ରସ୍ତୁତ କରିଥିଲେ।

Advertisment

ହୁବ୍ବାଲ୍ଲି-ଧରୱାଡ ସେଣ୍ଟ୍ରାଲ ଆସନରେ କଂଗ୍ରେସ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟରଙ୍କୁ ପ୍ରାର୍ଥୀ କରିଛି। ସେ ବିଜେପିରୁ ଯାଇ କଂଗ୍ରେସରେ ମିଶିବା ପରେ ଟିକେଟ ପାଇଛନ୍ତି। ଏଠାରେ ବିଜେପି ମହେଶ ତେଙ୍ଗିନକାଇଙ୍କୁ ପ୍ରାର୍ଥୀ କରିଛି। ସେହିପରି କର୍ଣ୍ଣାଟକାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଲକ୍ଷ୍ମଣ ସାବାଡି ମଧ୍ୟ ବିଜେପିରୁ ଯାଇ କଂଗ୍ରେସରେ ମିଶିଥିଲେ।

ତାଙ୍କୁ ବେଲଗାଭିରେ ଥିବା ଅଥାନି ଆସନରୁ ଟିକେଟ ମିଳିଛି। ବିଜେପି ଏଠାରେ ମହେଶ କୁମାଥାଲ୍ଲିଙ୍କୁ ପ୍ରାର୍ଥୀ କରିଛି। ଏହି ଦୁଟି ଆସନରେ ବିଜେପି ସବୁବେଳେ ଜିତି ଆସିଛି। କିନ୍ତୁ ଏଥର ସ୍ଥିତି ଭିନ୍ନ। ଦଳର ଦୁଇ ହେଭିୱେଟ କଂଗ୍ରେସରୁ ଛିଡ଼ା ହୋଇଛନ୍ତି। ତେଣୁ ଏହି ଦୁଇଟି ଯାକ ଆସନ ବଜାୟୀ ରଖିବା ପାଇଁ ଅମିତ ଶାହ ସ୍ୱତନ୍ତ୍ର ଭାବେ ଫୋକସ କରିବାକୁ ମନ୍ତ୍ର ନେଇଛନ୍ତି।

ବିଜେପିର ନିର୍ବାଚନ ପରିଚାଳନା ସଦସ୍ୟ ଛାଲାବାଡି ନାରାୟଣସ୍ୱାମୀ କହିଛନ୍ତି, “ଆମର ବିଦ୍ରୋହୀ ସହଯୋଗୀଙ୍କୁ ପରାସ୍ତ କରିବା ଅପେକ୍ଷା ପାରମ୍ପରିକ ଆସନରେ କେମିତି ନିର୍ବାଚନ ଜିତିବାକୁ ପଡ଼ିବ, ତା’ ଉପରେ ଫୋକସ କରାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ମିଶନ ମଧ୍ୟ ପ୍ରସ୍ତୁତ ହୋଇଛି।”

ହୁବ୍ବାଲି ଗସ୍ତରେ ଯାଇଥିବା ବେଳେ ଅମିତ ଶାହ ଧରୱାଡ, ବେଲାଗାବି ଓ ଉତ୍ତର କର୍ଣ୍ଣାଟକାର ଅନ୍ୟ ଜିଲ୍ଲାଗୁଡ଼ିକର ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା ଦଳୀୟ ନେତାଙ୍କୁ ଭେଟିଥିଲେ। ଏହି ସବୁ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ସେ କହିଛନ୍ତି। ଏଥିସହ ଉତ୍ତର କର୍ଣ୍ଣାଟକା ଓ ବିଦ୍ରୋହୀମାନେ ପ୍ରାର୍ଥୀ ହୋଇଥିବା ସ୍ଥାନଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଧିକ ସଂଖ୍ୟାରେ ରୋଡ ଶୋ’ ଓ ସାଧାରଣ ସଭା ଆୟୋଜନ କରିବାକୁ ମଧ୍ୟ ସେ କହିଛନ୍ତି। ତାଙ୍କ ନିର୍ଦ୍ଦେଶ ପରେ ଦଳ ପକ୍ଷରୁ ଉତ୍ତର କର୍ଣ୍ଣାଟକା ଉପରେ ଅଧିକ ଫୋକସ କରାଯାଉଛି।

ଧରୱାଡ ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରହ୍ଲାଦ ଯୋଶୀଙ୍କୁ ଧରୱାଡ ବିଧାନସଭା ଆସନର ଦାୟିତ୍ୱ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପାଙ୍କୁ ମଧ୍ୟ ହୁବ୍ବାଲି-ଧରୱାଡ ସେଣ୍ଟ୍ରାଲ ଆସନ ବିଜେପି କେମିତି ଜିତିବ, ତା’ର ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। ସେ ମଧ୍ୟ ସେହି ଅନୁସାରେ କାମ ଆରମ୍ଭ କରିଛନ୍ତି।

ୟେଦ୍ୟୁରପ୍ପା କହିଛନ୍ତି, “ଜଗଦୀଶ ଶେଟ୍ଟର ସମସ୍ତଙ୍କୁ ଧୋକା ଦେଇଛନ୍ତି। କାରଣ ସେ ବିଜେପି ସବୁ ପ୍ରକାରର ଅଧିକାର ପାଇଥିଲେ। ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟର ତାଙ୍କୁ କେବେ ହେଲେ କ୍ଷମା କରିବେ ନାହିଁ। ଆପଣମାନେ ମୋ ଠାରୁ ଲେଖିକି ରଖନ୍ତୁ, ସେ କେବେ ହେଲେ ଏଠାରୁ ଜିତି ପାରିବେ ନାହିଁ।” ବିଜେପି ବର୍ତ୍ତମାନ ବିଦ୍ରୋହୀମାନଙ୍କ ଠାରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ୧୦ରୁ ଅଧିକ ନିର୍ବାଚନ ମଣ୍ଡଳୀର ତାଲିକା ପ୍ରସ୍ତୁତ କରିଛି।

ଚିକ୍କାମାଙ୍ଗାଲୁରୁରେ ବିଜେପିରର ସାଧାରଣ ସମ୍ପାଦକ ସିଟି ରବି ମାସକ ତଳେ ପଦ୍ମ ଛାଡ଼ି ହାତ ଧରିଥିବା ଏଚ୍‌ଡି ତାମୈହଙ୍କ ଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏକଦା ୟେଦ୍ୟୁରପ୍ପାଙ୍କ କ୍ୟାମ୍ପର ବିଶ୍ୱସ୍ତ ଥିବା ୟୁବି ବନାକର ରାଜ୍ୟର କୃଷି ମନ୍ତ୍ରୀ ବିସି ପାଟିଲଙ୍କ ଆଗରେ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି। ପୂର୍ବତନ ବିଧାୟକ କେଏସ୍‌ କିରଣ କୁମାର କର୍ଣ୍ଣାଟକା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କଂଗ୍ରେସରେ ମିଶିଥିଲେ। ଏବେ ସେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଜେଏସ୍‌ ମଧୁସ୍ୱାମୀଙ୍କୁ Chikkanayakanahalliରେ ଚ୍ୟାଲେଞ୍ଜ ଦେଉଛନ୍ତି।

ବିଧାନ ପରିଷଦରୁ ଇସ୍ତଫା ଦେଇ ଜେଡିଏସ୍‌ରେ ମିଶିଥିବା ଆୟନୁର ମଞ୍ଜୁନାଥ ଶିବମୋଗା ସିଟିରେ ବିଜେପିର ନୂଆ ଚେହେରା ଚାନ୍ନାବାସାପ୍ପାଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି। ଟିକେଟ ନ ପାଇ ୟେଦ୍ୟୁରପ୍ପାଙ୍କ ସମ୍ପର୍କୀୟ ଏନଆର ସନ୍ତୋଷ ଜେଡିଏସ୍‌ରେ ମିଶିଥିଲେ। ସେ ରସିକେରେ ଆସନରୁ ପ୍ରାର୍ଥୀ ହୋଇଛନ୍ତି।

Bjp Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe