Advertisment

'୧୭+୬+୨' ଫର୍ମୁଲାରେ ଆନ୍ଧ୍ରରେ ଲଢ଼ିବ ବିଜେପି

ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି।

Chandrababu Naidu, amit shah and  Pawan Kalyan

Chandrababu Naidu, amit shah and Pawan Kalyan

Advertisment

ଏଥର ଆନ୍ଧ୍ରପ୍ରଦେଶରେ ଦମ୍‌ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା। ଏଥର '୧୭+୬+୨' ଫର୍ମୁଲାରେ ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବ। ତେଲୁଗୁ ଦେଶମ ପାର୍ଟି(ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଓ ଜନ ସେନା ପାର୍ଟି(ଜେଏସ୍‌ପି) ପ୍ରମୁଖ ପବନ କଲ୍ୟାଣ ନୂଆ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ମିଶି ଆଲୋଚନା କରିବା ପରେ ଏଭଳି କିଛି ଫର୍ମୁଲା ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।

Advertisment

ସୂତ୍ର ଅନୁଯାୟୀ ବିଜେପି ଆନ୍ଧ୍ରପ୍ରଦେଶର ୬ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିପାରେ। ସେହିପରି ପବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜେଏସ୍‌ପି ୨ଟି ଓ ଟିଡିପି ଅନ୍ୟ ୧୭ଟି ଆସନରେ ନିର୍ବାଚନ ଲଢ଼ିବ। ଓ୍ୱାଇଜାଗ, ବିଜୟଓ୍ୱାଡା, ଅରାକୁ, ରାଜମପେଟ, ରାଜମୁନ୍ଦରୀ, ତିରୁପତିରେ ନିର୍ବାଚନ ଲଢ଼ିବାକୁ ବିଜେପି ଇଚ୍ଛା ଜାହିର କରିଛି।

ସେହିରପି ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ବିଜେପି ଓ ଜେଏସ୍‌ପି ୩୦ଟି ବିଧାନସଭା ସିଯ୍‌ରେ ନିର୍ବାଚନ ଲଢ଼ିବାକୁ ସହମତି ଦେଇଛନ୍ତି। ଅନ୍ୟ ୧୪୫ଟି ଆସନରେ ଟିଡିପି ଏକା ନିର୍ବାଚନ ଲଢ଼ିବ।

Advertisment

ନୂଆ ଦିଲ୍ଲୀରେ ସିଟ୍‌ ଭାଗବଣ୍ଟାକୁ ନେଇ ହୋଇଥିବା ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହି ତିନି ଦଳ ସିଟ୍‌ ଶେୟାରିଂକୁ ନେଇ ଫର୍ମୁଲା ପ୍ରସ୍ତୁତ କରିଦେଇଥିବା କୁହାଯାଇଛି। ଆଗାମୀ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏନେଇ ଅଧିକାରୀକ ଘୋଷଣା ହୋଇପାରେ।

Andhra Pradesh Loksabha Election 2024 BJP-TDP Alliance Jana Sena Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe