Advertisment

ଶୀଘ୍ର ନିର୍ବାଚନ ପାଇଁ କେସିଆରଙ୍କ ସଜବାଜ, କାଉଣ୍ଟର କରିବାକୁ ବିଜେପିର ବଡ଼ ଯୋଜନା

ବିଜେପି ନିଜକୁ ପ୍ରସ୍ତୁତ କରିବା ସହ ଆସନ୍ତା ଗୋଟିଏ ମାସରେ ଦଳ ରାଜ୍ୟର ୧୧୯ଟି ଯାକ ନିର୍ବାଚନ ମଣ୍ଡଳୀରେ ବଡ଼ବଡ଼ ରାଲି କରିବ। ଏହି ରାଲିରେ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଯୋଗଦେବେ।

author-image
Hemant Lenka
undefined

BJP

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ରାଜ୍ୟରେ ଶୀଘ୍ର ବିଧାନସଭା ନିର୍ବାଚନ କରାଇବା ମୁଡରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ କେସିଆରଙ୍କୁ କାଉଣ୍ଟର କରିବାକୁ ଅଣ୍ଟା ଭିଡ଼ିଛି। ଆଗୁଆ ନିର୍ବାଚନ ପାଇଁ ବିଜେପି ନିଜକୁ ପ୍ରସ୍ତୁତ କରିବା ସହ ଆସନ୍ତା ଗୋଟିଏ ମାସରେ ଦଳ ରାଜ୍ୟର ୧୧୯ଟି ଯାକ ନିର୍ବାଚନ ମଣ୍ଡଳୀରେ ବଡ଼ବଡ଼ ରାଲି କରିବ। ଏହି ରାଲିରେ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଯୋଗଦେବେ।

Advertisment

ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାରେ ନିର୍ବାଚନ ହେବାର ଅଛି। କିନ୍ତୁ କେସିଆର ଏହା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ କରିବାକୁ ଚାପ ପକାଇ ପାରନ୍ତି। ତେଣୁ ବିଜେପିର ରାଜ୍ୟସ୍ତରୀୟ ନେତାମାନେ ନିଜର ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ବୈଠକ ପରେ ବିଜେପି ତା’ର ତେଲେଙ୍ଗାନା ରଣନୀତି ପ୍ରସ୍ତୁତ କରିଛି।

ରିପୋର୍ଟ ପ୍ରକାଶ ପାଇଛି ଯେ କେସିଆର ଶୀଘ୍ର ନିର୍ବାଚନ କରାଇବାକୁ ଚାପ ସୃଷ୍ଟି କରିପାରନ୍ତି। କେସିଆରଙ୍କ ଭାରତ ରାଷ୍ଟ୍ର ସମିତି(ବିଆରଏସ)କୁ ମୁକାବିଲା କରିବାକୁ ହେଲେ ବିଜେପିକୁ ଅନେକ କିଛି କରିବାର ଅଛି। ଏଥିପାଇଁ ବିଜେପି ତା’ର ତେଲେଙ୍ଗାନା ମିଶନ ଆରମ୍ଭ କରିଛି।

Advertisment

ଦଳ ପକ୍ଷରୁ ନିଜର ନୂଆ ପ୍ରଚାର ଅଭିଯାନର ନାଁ ପ୍ରଜା ଘୋଷା, ବିଜେପି ଭରସା ରଖାଯାଇଛି। ୧୧୯ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ରାଲି କରିବା ସହ ରାଜ୍ୟରେ ବଡ଼ବଡ଼ ୧୦ଟି ସମାବେଶ କରିବ। ଏହି ୧୦ ସମାବେଶରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ ଓ ସ୍ମୃତି ଇରାନୀଙ୍କ ଭଳି ହେଭିୱେଟମାନେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ। ମାସକ ପରେ ଦଳର ଶେଷ ରାଲି ହାଇଦ୍ରାବାଦରେ ଅନୁଷ୍ଠିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ।

ବିଜେପି ତେଲେଙ୍ଗାନାରେ କ୍ଷମତା ଦଖଲ ପାଇଁ ପ୍ରାୟ ୧୧ ହଜାର ମିଟିଂ କରିବ। ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅମିତ ଶାହ, ସୁନୀଲ ବଂଶଲ, ଜି କ୍ରିଷ୍ଣା ରେଡ୍ଡୀ ଓ ବନ୍ଦି ସଞ୍ଜୟ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଚାର ସମୟରେ ବିଜେପି ଦିଲ୍ଲୀ ଅବକାରୀ ନୀତି ସହ କେସିଆରଙ୍କ ଝିଅ କେ କବିତା ଓ ତାଙ୍କ ସହ ଜଡ଼ିତ ଲୋକଙ୍କ ପ୍ରସଙ୍ଗ ଉଠାଇବ। ନିକଟରେ ସିବିଆଇ ଅବକାରୀ ନୀତି ଦୁର୍ନୀତି ଘଟଣାରେ କବିତାଙ୍କ ପୂର୍ବତନ ସିଏ ବି ଗୋରାନ୍ତଲାଙ୍କୁ ଗିରଫ କରିଥିଲା। ତେଣୁ ବିଜେପି ଏହାକୁ ପ୍ରସଙ୍ଗ କରି ବିସିଆରଏସ ଓ କେସିଆଙ୍କ ପରିବାର ବର୍ଗଙ୍କୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଛି।

ରବିବାର ସିବିଆଇ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ କରିଛି। ଆଗକୁ କବିତା ମଧ୍ୟ ଗିରଫ ହେବେ ବୋଲି ବିଜେପିର ଜଣେ ନେତା ଦାବି କରିଛନ୍ତି। ତେଲେଙ୍ଗାନା ବିଜେପି ନେତା ବିବେକ କହିଛନ୍ତି, “ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆହୁରି ଗିରଫଦାରୀ ହେବ। କବିତା ଖୁବଶୀଘ୍ର ଗିରଫ ହୋଇପାରନ୍ତି।”

Bjp Election Telengana KCR