Advertisment

ବାରମ୍ବାର ଗଣତି ପରେ ବିଜେପି ପ୍ରାର୍ଥୀ ୧୬ ଖଣ୍ଡ ଭୋଟରେ ଜିତିଲେ

ନିର୍ବାଚନ କମିଶନଙ୍କ ୱେବସାଇଟ ଅନୁଯାୟୀ, କଂଗ୍ରେସର ସୌମ୍ୟା ରେଡ୍ଡୀ ୫୭,୭୮୧ ଖଣ୍ଡ ଭୋଟ(୪୭.୮୫% ଭୋଟ) ପାଇଥିବା ବେଳେ ବିଜେପିର ରାମମୂର୍ତ୍ତି ୫୭,୭୯୭ ଖଣ୍ଡ ଭୋଟ ପାଇଛନ୍ତି।

author-image
Hemant Lenka
BJP

BJP

କର୍ଣ୍ଣାଟକର ଜୟାନଗର ନିର୍ବାଚନ ମଣ୍ଡଳୀରେ ନାଟକୀୟ ବିଜୟ ହାସଲ କରିଛି ବିଜେପି। ବାରମ୍ବାର ଗଣତି ପରେ ବିଜେପି ପ୍ରାର୍ଥୀ ସିକେ ରାମମୂର୍ତ୍ତି ମାତ୍ର ୧୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ପ୍ରଥମେ କଂଗ୍ରେସ ଏହି ଆସନରେ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇ ସାରିଥିଲା। କଂଗ୍ରେସ କର୍ମୀମାନେ ସେଲିବ୍ରେସନ ମଧ୍ୟ ଆରମ୍ଭ କରି ଦେଇଥିଲେ।

Advertisment

କିନ୍ତୁ ବିଜେପି ପକ୍ଷରୁ ପୁନଃ ଗଣତି ଦାବି କରି ବିକ୍ଷୋଭ କରାଯାଇଥିଲା। କଂଗ୍ରେସ ଏହାକୁ ବିରୋଧ କରି ଆରଭି ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ନିକଟରେ ଧାରଣା ଦେଇଥିଲା। କଂଗ୍ରେସର ବିରୋଧ ସତ୍ତ୍ୱେ ଅଧିକାରୀମାନେ ବାରମ୍ବାର ପୁନଃ ଗଣତି କରିଥିଲେ। ଏହାପରେ ବିଜେପି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯାଇଥିଲା।

ନିର୍ବାଚନ କମିଶନଙ୍କ ୱେବସାଇଟ ଅନୁଯାୟୀ, କଂଗ୍ରେସର ସୌମ୍ୟା ରେଡ୍ଡୀ ୫୭,୭୮୧ ଖଣ୍ଡ ଭୋଟ(୪୭.୮୫% ଭୋଟ) ପାଇଥିବା ବେଳେ ବିଜେପିର ରାମମୂର୍ତ୍ତି ୫୭,୭୯୭ ଖଣ୍ଡ ଭୋଟ ପାଇଛନ୍ତି।

Advertisment

ଶନିବାର ବିଳମ୍ବିତ ରାତି ଯାଏ କଂଗ୍ରେସ ପ୍ରାର୍ଥୀ ସୌମ୍ୟା ଲିଡ୍‌ରେ ରହିଥିଲେ। ଏକାଧିକ ରାଉଣ୍ଡ ଗଣତି ପରେ ସେ ବିଜେପିର ରାମମୂର୍ତ୍ତିଙ୍କ ଠାରୁ ୨୯୪ ଖଣ୍ଡ ଭୋଟ ଆଗରେ ରହିଥିଲେ। ଏହାକୁ ଦେଖି କଂଗ୍ରେସ କର୍ମୀମାନେ ବିଜୟ ଉତ୍ସବ ପାଳନ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ। କିନ୍ତୁ ବିଜେପି ପୁନଃ ଗଣତି ଦାବି କରିଥିଲା। ନିର୍ବାଚନ ଅଧିକାରୀମାନେ ମଧ୍ୟ ଏଥିରେ ରାଜି ହୋଇଥିଲେ।

ଏହାକୁ ନେଇ ଭୋଟ ଗଣତି କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେପି ପକ୍ଷରୁ ସାଂସଦ ତେଜସ୍ୱୀ ସୂର୍ଯ୍ୟ କମାଣ ସମ୍ଭାଳିଥିଲେ। ଶେଷରେ ବିଜେପି କଥା ଅନୁସାରେ ଗଣତି ହୋଇଥିଲା ଓ ରାମମୂର୍ତ୍ତି ୧୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ।

କଂଗ୍ରେସର ରାଜ୍ୟ ମୁଖ୍ୟ ଡିକେ ଶିବକୁମାର କହିଛନ୍ତି, “ଜୟାନଗର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୌମ୍ୟା ରେଡ୍ଡୀ ଜିତିଥିଲେ। କିନ୍ତୁ ପୁନଃ ଗଣତି ନାଁରେ ନିର୍ବାଚନ ଅଧିକାରୀ ତାଙ୍କ ରେଜଲ୍ଟକୁ ହେରଫେର କରିଛନ୍ତି। ଏହାକୁ ଆମେ ବିରୋଧ କରୁଛୁ।”

ରାଜ୍ୟର କାର୍ଯ୍ୟକାରୀ କଂଗ୍ରେସ ସଭାପତି ରାମାଲିଙ୍ଗା ରେଡ୍ଡୀଙ୍କ ସହ ଶିବକୁମାର ବସି ରହିଥିବା ବେଳର ଫଟୋ ମଧ୍ୟ ଟ୍ୱିଟ କରିଛନ୍ତି। ରାମଲିଙ୍ଗା ହେଉଛନ୍ତି ସୌମ୍ୟା ରେଡ୍ଡୀଙ୍କ ବାପା। ପୋଲିଂ ବୁଥ ବାହାରେ ଡିକେ ଶିବକୁମାର ଓ ଅନ୍ୟ କଂଗ୍ରେସ କର୍ମୀମାନେ ବିକ୍ଷୋଭ ମଧ୍ୟ କରିଛନ୍ତି।

Karnataka Karnataka Polls 2023 Karnataka Assembly Election