Advertisment

ଠିକ୍‌ ନିର୍ବାଚନ ପୂର୍ବରୁ ସନ୍ନ୍ୟାସ ନେଲେ ବିଜେପିର ଏହି ବରିଷ୍ଠ ନେତା

ବରିଷ୍ଠ ବିଜେପି ନେତା କେଏସ୍‌ ଈଶ୍ୱରପ୍ପା ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
 KS Eshwarappa

KS Eshwarappa

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ମେ’ ୧୦ ତାରିଖ ହେବ। ହେଲେ ବିଜେପି ଏଯାଏ କାହାକୁ ପ୍ରାର୍ଥୀ କରିବ, ସେକଥା ସ୍ଥିର କରିପାରୁ ନାହିଁ। କ୍ରମାଗତ ୩ ଦିନ ଧରି ଦଳ ପକ୍ଷରୁ ମାରାଥନ ବୈଠକ କରାଯାଇଥିଲେ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରୁନି। ଏସବୁ ଭିତରେ ବରିଷ୍ଠ ବିଜେପି ନେତା କେଏସ୍‌ ଈଶ୍ୱରପ୍ପା ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

Advertisment

ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଚିଠି ଲେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରାଇ ଦେଇଛନ୍ତି। ସେ ମେ’ ୧୦ରେ ହେବାକୁ ଥିବା ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାନ୍ତି ଓ ନିର୍ବାଚନ ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, “ଦଳ ମୋତେ ଏହି ୪୦ ବର୍ଷ ମଧ୍ୟରେ ଅନେକ ଦାୟିତ୍ୱ ଦେଇଛି। ମୁଁ ଜଣେ ବୁଥ ଇନ ଚାର୍ଜରୁ ଦଳର ରାଜ୍ୟ ମୁଖ୍ୟ ଭାବେ କାମ କରିଛି। ଉପ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ମୁଁ ପାଇଥିଲି। ସେ ସବୁ ପାଇଁ ଧନ୍ୟବାଦ।” ସେ ନିଜ ଇଚ୍ଛାରେ ନିର୍ବାଚନ ରାଜନୀତିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Advertisment

ସବୁବେଳେ ନିଜର ତୁଣ୍ଡ ପାଇଁ ଚର୍ଚ୍ଚାରେ ରହୁଥିବା ଈଶ୍ୱରପ୍ପା ଏଥର ଟିକେଟ ପାଇବେ ନାହିଁ ବୋଲି ଗତମାସରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେହିପରି ଜୁନ ମାସରେ ସେ ୭୫ ବର୍ଷରେ ପାଦ ଦେବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଟିକେଟ ନ ଦେବାର ଯଥେଷ୍ଟ ଆଶଙ୍କା ଥିଲା। ଏସବୁ ଭିତରେ ହିଁ ଈଶ୍ୱରପ୍ପା ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।

ଗତବର୍ଷ ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟର ଉଡୁପି ହୋଟେଲରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ତତ୍କାଳୀନ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ଈଶ୍ୱରପ୍ପା ୪୦% କମିସିନ ମାଗୁଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ହେବାରୁ ସେ ବାଧ୍ୟ ହୋଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ପୁଲିସ୍‌ ତଦନ୍ତ ପରେ ତାଙ୍କୁ କ୍ଲିନଚିଟ ମିଳିଥିଲା।

Bjp Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe