/odisha-reporter/media/post_attachments/uploadimage/library/16_9/16_9_0/PM_Modi_1726145001.jpg)
PM Modi
ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ପରେ ଏହାକୁ ନେଇ ବିବାଦ ଦେଖାଇଛନ୍ତି। ଏହା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ତେବେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଏପରି କାର୍ଯ୍ୟକ୍ରମକୁ ଟାର୍ଗେଟ କରି ନିଜର ଦୋମୁହାଁ ନୀତି ଦେଖାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ଏହି ପ୍ରସଙ୍ଗକୁ କାଉଣ୍ଟର କରିବା ପାଇଁ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ୨୦୦୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କ ବାସଭବନରେ ଆୟୋଜନ କରିଥିବା ଇଫତାର ପାର୍ଟିର ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି ଇଫତାର ପାର୍ଟିରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ କେଜି ବାଲକ୍ରିଷ୍ଣନ ଯୋଗ ଦେଇଥିଲେ।
ଫଟୋ ଶେୟାର କରି ପୁନାୱାଲା କହିଛନ୍ତି, “୨୦୦୯-ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଇଫତାର ପାର୍ଟିରେ ତତ୍କାଳୀନ ସିଜେଆଇ କେଜି ବାଲକ୍ରିଷ୍ଣନ ଯୋଗ ଦେଇଥିଲେ। ଏହା ଧର୍ମନିରପେକ୍ଷ। ନ୍ୟାୟପାଳିକା ସୁରକ୍ଷିତ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଗଣେଶ ପୂଜାରେ ସିଜେଆଇଙ୍କ ସହ ସାମିଲ ହେବା- ହେ ଭଗବାନ ନ୍ୟାୟପାଳିକାରେ ବୁଝାମଣା!“
ପୁନାୱାଲା ଶେୟାର କରିଥିବା ଫଟୋରେ ମନମୋହନ ସିଂହ ଓ ତତ୍କାଳୀନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଇଫତାର ପାର୍ଟିକୁ ଅନେକ ଅତିଥିଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳୁଛି।
संविधान के घर को आग लगी
घरके चिरागसे….
१) EVM को क्लीन चीट
२) महाराष्ट्र में चलरही संविधान विरोधी सरकार के सुनवाई पर ३ सालसे तारीख पे तारीख
३) प. बंगाल बलात्कर मामले मे suemoto हस्तक्षेप लेकीन
महाराष्ट्र रेप कांड का जिकर नहीं.
४) दिल्ली मुख्यमंत्री केजरीवाल के
bail पर तारीख पे… https://t.co/jzVpQqDQh3— Sanjay Raut (@rautsanjay61) September 11, 2024
ଇଫତାର ପାର୍ଟିରେ ତତ୍କାଳୀନ ବିଜେପି ମୁଖ୍ୟ ଲାଲ କୃଷ୍ଣ ଆଡଭାନୀ, ସିପିଆଇ(ଏମ) ସୀତାରାମ ୟେଚୁରୀ ଓ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ମଧ୍ୟ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ସିଜେଆଇଙ୍କ ଘରକୁ ଯାଇ ଗଣେଶ ପୂଜାରେ ସାମିଲ ହୋଇଥିବାକୁ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏହାକୁ କାଉଣ୍ଟର କରି ବିଜେପି ପ୍ରଥମେ କହିଥିଲା ଯେ ଏହି ଗସ୍ତ କେବଳ ଗଣେଶ ପୂଜା ଉତ୍ସବରେ ସୀମିତ ଓ ଏହା ଆମ ସଂସ୍କୃତିର ଅଂଶବିଶେଷ। ଏବେ ପୁନାୱାଲା ଇଫତାର ପାର୍ଟିର ଫଟୋ ଜାରି କରିଛନ୍ତି।
ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ ମିଡିଆ ଏକ୍ସରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଆଉ ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଜେଆଇ ଓ ତାଙ୍କ ପତ୍ନୀ ଦିଲ୍ଲୀ ସ୍ଥିତ ଘରକୁ ସ୍ୱାଗତ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ପୋଷ୍ଟ ପରେ ବିରୋଧୀ ନ୍ୟାୟିକ ପ୍ରକ୍ରିୟାର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
