Advertisment

ଖଟ୍ଟରଙ୍କ ପାଦ ଛୁଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ

ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ନାୟବ ସିଂହ ଶପଥ ନେଇଛନ୍ତି।

Nayab Singh Saini Takes Oath

Nayab Singh Saini Takes Oath

Advertisment

ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସୈନି। ତାଙ୍କୁ ରାଜ୍ୟପାଳ ଭଣ୍ଡାରୁ ଦତ୍ତାତ୍ରେୟ ପଦ ଓ ଗୋପନୀୟତାର ଶପଥ ପଠା କରାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ନାୟବ ସିଂହ ଶପଥ ନେଇଛନ୍ତି। ତେବେ ମଞ୍ଚ ଉପରେ ଶପଥ ନେବା ପୂର୍ବରୁ ନାୟବ ପ୍ରଥମେ ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। 

Advertisment

ଏହାପୂର୍ବରୁ ବିଜେପିର ରାଜ୍ୟ ସଭାପତି ନାୟବ ସଂହ ସୈନିଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ସୈନି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ସେ ନିଜର ଘନିଷ୍ଠ ବିଧାୟକମାନଙ୍କୁ ସାଙ୍ଗରେ ନେଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ।

Advertisment

ବର୍ତ୍ତମାନ ନାୟବ ସିଂହ ବିଧାୟକ ନାହାନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଜିତିଥିଲେ। ଓବିସି ସଂପ୍ରଦାୟରୁ ଆସିଥିବା ନାୟବଙ୍କୁ ଗତବର୍ଷ ହରିଆଣା ବିଜେପିର ମୁଖ୍ୟ କରାଯାଇଥିଲା। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଅତ୍ୟନ୍ତ ଘନିଷ୍ଠ। ସାଂଗଠନିକ ସ୍ତରରେ କାମ କରିବାର ଢେର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ୧୯୯୬ରେ ତାଙ୍କୁ ପ୍ରଥମଥର ପାଇଁ ହରିଆଣାରେ ବିଜେପି ସାଂଗଠନିକ ଦାୟିତ୍ୱ ଦେଇଥିଲା।

ଏହାପରେ ୨୦୦୨ରେ ଅମ୍ବଲା ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ହୋଇଥିଲେ ନାୟବ। ୨୦୦୫ରେ ଅମ୍ବାଲା ଯୁବ ବିଜେପି ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା। ଏଥିସହ ସେ ହରିଆଣା ବିଜେପି କିଷାନ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିଲେ।

୨୦୧୨ରେ ତାଙ୍କୁ ପଦୋନ୍ନତି ମିଳିଥିଲା। ସେ ଅମ୍ବାଲା ଜିଲ୍ଲା ସଭାପତି ହୋଇଥିଲେ। ୨୦୧୪ ବିଧାନସଭା ନିର୍ବାଚନ ବେଳେ ବିଜେପି ତାଙ୍କୁ ନାରାୟଣଗଡ଼ ଆସନରୁ ପ୍ରାର୍ଥୀ କରିଥିଲା। ନାୟବ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।

Hariyana Politics Nayab Singh Saini Takes Oath Haryana Chief Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe