Advertisment

ବିଜେପି ନେତ୍ରୀ ଶଗୁନ ଜିତିଲେ, ତାଙ୍କ ବାପା ଓ ଦାଦାଙ୍କୁ ମାରି ଦେଇଥିଲେ ଆତଙ୍କବାଦୀ

ମୁସଲିମ ବହୁଳ କିଶତୱାଡ ଆସନରେ ବିଜେପି ନେତା ଶଗୁନ ପରିହାରଙ୍କୁ ୨୯,୦୫୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସଜ୍ଜଦ ଅହମଦ କିଚଲୁଙ୍କୁ ୨୮,୫୩୨ ଖଣ୍ଡ ଭୋଟ୍ ମିଳିଛି।

ଅଦ୍ୟତନ ହୋଇଛି
Shagun Parihar

Shagun Parihar

Advertisment

ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନରେ ବିଜେପି ନେତ୍ରୀ ଶଗୁନ ପରିହାର ବିଜୟୀ ହୋଇଛନ୍ତି। କିଶତୱାଡ ଆସନରୁ ସେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନ୍ୟାଶନାଲ କନଫରେନ୍ସ (ଏନ୍‌ସି) ନେତା ତଥା ଦୁଇ ଥରର ବିଧାୟକ ସଜ୍ଜଦ ଅହମଦ କିଚଲୁଙ୍କୁ ୫୨୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

Advertisment

ମୁସଲିମ ବହୁଳ କିଶତୱାଡ ଆସନରେ ବିଜେପି ନେତା ଶଗୁନ ପରିହାରଙ୍କୁ ୨୯,୦୫୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସଜ୍ଜଦ ଅହମଦ କିଚଲୁଙ୍କୁ ୨୮,୫୩୨ ଖଣ୍ଡ ଭୋଟ୍ ମିଳିଛି।

ଏହି ନିର୍ବାଚନରେ ଶଗୁନ ବିଜେପିର ଏକମାତ୍ର ମହିଳା ପ୍ରାର୍ଥୀ ଥିଲେ। ସେହିପରି ଏହି ନିର୍ବାଚନରେ ଜମ୍ମୁ ଓ କଶ୍ମୀରରେ ମାତ୍ର ୩ ଜଣ ମହିଳା ବିଜୟୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଶଗୁନ।  

Advertisment

୨୦୧୮ରେ ଶଗୁନ ପରିହାରଙ୍କ ବାପା ଓ ଦାଦାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଶଗୁନ ପରିହାରଙ୍କ ଦାଦା ଅନୀଲ ପରିହାର ବିଜେପିର ଜଣେ ଜିଲ୍ଲାସ୍ତରୀୟ ନେତା ଥିଲେ। ୨୦୧୮ ମସିହା ନଭେମ୍ବର ମାସରେ ଶଗୁନଙ୍କ ବାପା ଅଜିତ ପରିହାର ଓ ଦାଦା ଅନୀଲ ପରିହାରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

ଜମ୍ମୁ ଓ କଶ୍ମୀରର ୯୦ଟି ବିଧାନସଭା ଆସନରୁ ନ୍ୟାଶନାଲ କନଫରେନ୍ସ ମେଣ୍ଟ ୪୯ଟି ଜିତିଥିବା ବେଳେ ବିଜେପି ୨୯, ପିଡିପି ୩, ଆପ୍‌ ୧ ଓ ଅନ୍ୟାନ୍ୟ ୮ଟି ଆସନ ଜିତିଛନ୍ତି। ନ୍ୟାଶନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହୋଇସାରିଲାଣି।

Bjp Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe