Advertisment

ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଜଗଦୀଶଙ୍କ ଆସନରେ କିଏ ଲଢ଼ିବେ?

ଜଗଦୀଶ ବିଜେପି ଛାଡ଼ି ଆଜି କଂଗ୍ରେସରେ ମିଶିଛନ୍ତି। ସମ୍ଭବତଃ କଂଗ୍ରେସ ତାଙ୍କୁ ହୁବ୍ବାଲି-କେନ୍ଦ୍ରୀୟ ଆସନରୁ ପ୍ରାର୍ଥୀ କରିପାରେ। ତେଣୁ ଏଠାରେ ମହେଶ ବନାମ ଜଗଦୀଶ ଲଢ଼େଇ ଦେଖିବାକୁ ମିଳିପାରେ।

BJP

BJP

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ବିଜେପି ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜଗଦୀଶ ଶେଟ୍ଟାର ଯେଉଁ ଆସନରୁ ଲଢ଼ିବାକୁ ଜିଦ କରି ବିଜେପି ଛାଡ଼ିଥିଲେ, ସେଠାରେ ଦଳ ମହେଶ ଟେଙ୍ଗିନାକାଇଙ୍କୁ ପ୍ରାର୍ଥୀ କରିଛି। ମହେଶ ହେଉଛନ୍ତି ବିଜେପିର ସାଧାରଣ ସମ୍ପାଦକ। ସେ ଏବେ ହୁବ୍ବାଲି-କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ।

Advertisment

ଜଗଦୀଶ ବିଜେପି ଛାଡ଼ି ଆଜି କଂଗ୍ରେସରେ ମିଶିଛନ୍ତି। ସମ୍ଭବତଃ କଂଗ୍ରେସ ତାଙ୍କୁ ହୁବ୍ବାଲି-କେନ୍ଦ୍ରୀୟ ଆସନରୁ ପ୍ରାର୍ଥୀ କରିପାରେ। ତେଣୁ ଏଠାରେ ମହେଶ ବନାମ ଜଗଦୀଶ ଲଢ଼େଇ ଦେଖିବାକୁ ମିଳିପାରେ।

ଅନ୍ୟପକ୍ଷରେ ବର୍ତ୍ତମାନର ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭାଲିଙ୍କ ଟିକେଟ ଦଳ ଏଥର କାଟି ଦେଇଛି। ଏଥର ମହାଦେବପୁରା ନିର୍ବାଚନ ମଣ୍ଡଳୀରୁ ତାଙ୍କ ପତ୍ନୀ ମଞ୍ଜୁଳା ନିର୍ବାଚନ ଲଢ଼ିବେ। କୋପ୍ପାଲ ନିର୍ବାଚନ ମଣ୍ଡଳୀ ଛାଡ଼ି ଦେବାର ଧମକ ଦେଇଥିବା କାରାଡି ସାଙ୍ଗାନ୍ନା ଅମରପ୍ପାଙ୍କୁ ମଧ୍ୟ ବିଜେପି ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ତାଙ୍କ ଝିଅ ମଞ୍ଜୁଲା ମହେଶଙ୍କୁ ଦଳ କୋପ୍ପାଲ ଆସନରୁ ପ୍ରାର୍ଥୀ କରିଛି।

Advertisment

ବିଜେପି ଏହାକୁ ମିଶାଇ କର୍ଣ୍ଣାଟକା ବିଧାନସଭାର ୨୨୪ଟି ଆସନରୁ ୨୨୨ଟିରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଲାଣି। ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏଥିରେ ଦଳର ବରିଷ୍ଠ ନେତା ତଥା ଏମଏଲସି ଲକ୍ଷ୍ମଣ ସାବାଡିଙ୍କ ନାଁ ନଥିବାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ଦଳ ୨୩ ଜଣଙ୍କ ନାଁ ଘୋଷଣା କରିବା ପରେ ଜଗଦୀଶ ରବିବାର ବିଜେପି ଛାଡ଼ିଥିଲେ। ସେ ସୋମବାର କଂଗ୍ରେସରେ ମିଶିଛନ୍ତି।

ଏମାନଙ୍କ ବ୍ୟତୀତ ଅନେକ ବିଜେପି ବିଧାୟକ ଓ ନେତା ମଧ୍ୟ ଦଳ ଛାଡ଼ିଛନ୍ତି। ମେ’ ୧୦ରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ହେବ ଓ ୧୩ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Bjp Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe