Congress
ରାଜସ୍ଥାନ କଂଗ୍ରେସ ଇନଚାର୍ଜ ସୁଖଜିନ୍ଦର ସିଂହ ରାନ୍ଧୱା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି। ମୋଦିଙ୍କୁ ପ୍ରଥମେ ଖତମ କରିବାକୁ ହେବ ବୋଲି ସେ ଦେଇଥିବା ବୟାନକୁ ନେଇ ବିଜେପି ଆଟାକିଂ ମୁଡକୁ ଚାଲି ଆସିଛି।
ସୋମବାର କଂଗ୍ରେସ ପକ୍ଷରୁ ଗୋଟିଏ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଆଦାନି ଗ୍ରୁପ ସମ୍ପର୍କରେ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟର ସଂସଦୀୟ କମିଟି ତଦନ୍ତ ଦାବିରେ ଦଳ ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଥିଲା।
ଏହି ସମୟରେ ଶୋଭାଯାତ୍ରାରେ ଉପସ୍ଥିତ ଦଳୀୟ ନେତାଙ୍କୁ ସୁଖଜିନ୍ଦର ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ “ଯଦି ଆଦାନି ଓ ଅମ୍ବାନୀଙ୍କୁ ହଟାଇବାର ଅଛି, ତା’ହେଲେ ପ୍ରଥମେ ମୋଦିଙ୍କୁ ଖତମ କରିବାକୁ ପଡ଼ିବ। ଏହା ପରେ ବିଜେପିକୁ ହରାଇବା।”
ରାନ୍ଧୱା କହିଛନ୍ତି, ସମସ୍ତେ ଆଦାନିଙ୍କ ବିଷୟରେ କଥା ହେଉଛନ୍ତି। ହେଲେ ସେମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା କହିବା ଦରକାର। ସେ ଦେଶକୁ ଧ୍ୱଂସ କରିବାରେ ଲାଗିଛନ୍ତି। କେନ୍ଦ୍ରରେ ଥିବା ବିଜେପି ଦେଶକୁ ବିକ୍ରି କରିବାରେ ଲାଗିଛି। କଂଗ୍ରେସର ଲଢ଼େଇ ଆଦାନି ସହ ନୁହେଁ। କିନ୍ତୁ ସିଧାସଳଖ ବିଜେପି ସହ ଦଳ ଲଢ଼େଇ କରୁଛି ବୋଲି ସେ କହିଛନ୍ତି।
ଏହି କଂଗ୍ରେସ ନେତା ଜଣଙ୍କ ୨୦୧୯ ପୁଲୱାମା ଆତଙ୍କୀ ହମଲା କଥା ମଧ୍ୟ ଉଠାଇଛନ୍ତି। ସେ ଘଟଣାର ତଦନ୍ତ ଦାବି କରି କହିଛନ୍ତି ଯେ “ଆଜିକା ଦିନରେ ମଧ୍ୟ କେହି ଜାଣିପାରିଲେ ନାହିଁ ଯେ ଯବାନମାନେ କେମିତି ସହିଦ ହେଲେ? ନିର୍ବାଚନ ଜିତିବା ପାଇଁ ପୁଲୱାମା ହଲମା କରାଯାଇଥିଲା କି?”
ସୁଖଜିନ୍ଦର ଏପରି ବୟାନ ଉପରେ ପ୍ରତିକ୍ରିୟା ଦେଇ ବିଜେପି ନେତା ଶେହଜାଦ ପୁନାୱାଲ୍ଲା କହିଛନ୍ତି, “ପୁଣି ଥରେ କଂଗ୍ରେସ ସବୁ ସୀମା ଅତିକ୍ରମ କରିଯାଇଛି। ରାଜା ପାଟେରିଆଙ୍କ ଭଳି ମୋଦିଙ୍କୁ ଖତମ କରିବାକୁ ଲୋକଙ୍କୁ ଉସକା ଯାଉଛି। ଏଥିସହ ପୁଲୱାମା ଘଟଣାରେ ପାକିସ୍ତାନକୁ କ୍ଲିନଚିଟ ମିଳୁଛି। ଏବେ କଂଗ୍ରେସ ତାଙ୍କୁ ବହିଷ୍କାର କରିବ ନା ସମ୍ମାନୀତ କରିବ ଓ ତାଙ୍କ ବିବୃତିକୁ ଠିକ କହିବ?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Congress_1678719997.jpg)