Advertisment

ବିଜେପିର ବିଜୟ ପାଇଁ କରିଥିଲେ ମାନସିକ, ମା’ଙ୍କୁ ଭେଟିଦେଲେ ଆଙ୍ଗୁଠି

ନିର୍ବାଚନ ଗଣତି ଦିନ ଛାତିରେ ପଶିଥିଲା ଛନକା । ବିଜେପିର ବିଜୟ ପାଇଁ କର୍ମୀ କରିଥିଲେ ମାନସିକ । ଆଉ ମାନସିକ ପୂରଣ ହେବା ପରେ କାଳୀ ମନ୍ଦିର ଯାଇ ନିଜ ଆଙ୍ଗୁଠି କାଟି ମା’ଙ୍କ ନିକଟରେ ବଳି ଚଢ଼ାଇଥିଲେ।

bjp worker

bjp worker

Advertisment

ନିର୍ବାଚନ ଗଣତି ଦିନ ଛାତିରେ ପଶିଥିଲା ଛନକା । ବିଜେପିର ବିଜୟ ପାଇଁ କର୍ମୀ କରିଥିଲେ ମାନସିକ । ଆଉ ମାନସିକ ପୂରଣ ହେବା ପରେ କାଳୀ ମନ୍ଦିର ଯାଇ ନିଜ ଆଙ୍ଗୁଠି କାଟି ମା’ଙ୍କ ନିକଟରେ ବଳି ଚଢ଼ାଇଥିଲେ। ଏପରି ଏକ ସାଂଘାତିକ ଘଟଣା ଛତିଶଗଡ଼ର ବଳରାମପୁରରେ ଘଟିଛି। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ବିପଦମୁକ୍ତ ଅଛନ୍ତି । ମାତ୍ର ତାଙ୍କ କଟା ଆଙ୍ଗୁଠିକୁ ଯୋଡ଼ା ଯାଇ ପାରି ନ ଥିବା ଜଣାଯାଇଛି। 

Advertisment

ଦୁର୍ଗେଶ ପାଣ୍ଡେ ନାମକ ୩୦ ବର୍ଷୀୟ ବିଜେପି କର୍ମୀ ଗତ ୪ ତାରିଖରେ ଉତ୍ସୁକତାର ସହ ଫଳାଫଳକୁ ଅପେକ୍ଷା କରିଥିଲେ। ମାତ୍ର ଗଣତି ମଝିରେ କଂଗ୍ରେସ ବିଜେପିଠୁ ଆଗେଇ ଯାଉଥିବା ବେଳେ ତାହାକୁ ସେ ସହ୍ୟ କରି ପାରି ନ ଥିଲେ। ଆଉ ନିକଟରେ ଥିବା କାଳୀ ମନ୍ଦିରରେ ପହଞ୍ଚି ଦଳର ବିଜୟ ପାଇଁ ମାନସିକ କରିଥିଲେ। ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବା ପରେ ଚାରିଆଡ଼େ ବିଜେପି କର୍ମୀ ବିଜୟ ଉତ୍ସବ ମନାଇଥିଲେ।

ଏହାପରେ ରାତିରେ ଦୁର୍ଗେଶ ଉକ୍ତ ମନ୍ଦିରକୁ ଯାଇଥିଲେ। ସେଠାରେ ସେ ନିଜ ମାନସିକ ପୂରଣ କରିବାକୁ ଏକ ଧାରୁଆ ଅସ୍ତ୍ରରେ ଆଙ୍ଗୁଠିକୁ କାଟି ଦେଇଥିଲେ। ତାହା ପୂରା ବାହାରି ଯାଇ ନ ଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇ ଯାଇଥିଲା।

Advertisment

ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅମ୍ବିକାପୁର ମେଡିକାଲ କଲେଜକୁ ରେଫର କରି ଦିଆଯାଇଥିଲା।

ସେଠାରେ ଅସ୍ତ୍ରୋପଚାର ପରେ ତୁରନ୍ତ ତାଙ୍କ ରକ୍ତସ୍ରାବ ବନ୍ଦ ହୋଇ ଯାଇଥିଲା। ମାତ୍ର କଟା ଆଙ୍ଗୁଠିକୁ ଯୋଡ଼ିବା ସମ୍ଭବପର ହୋଇ ପାରିନି। ଏବେ ଦୁର୍ଗେଶ ଘରେ ଥିବା ଜଣାଯାଇଛି।

ଏନେଇ ଦୁର୍ଗେଶ କହିଛନ୍ତି, କଂଗ୍ରେସ କର୍ମୀଙ୍କ ଉତ୍ସାହ ମୁଁ ସହ୍ୟ କରି ପାରି ନ ଥିଲି। ତେଣୁ ମା’ଙ୍କ ନିକଟରେ ମାନସିକ କରି ଆଙ୍ଗୁଠି ଅର୍ପଣ କରିଥିଲି। ମାତ୍ର ବିଜେପି ୪ଶହ ପାର୍‌ କରି ପାରିଥିଲେ ଖୁସି ଦ୍ୱିଗୁଣିତ ହୋଇ ପାରି ଥାଆନ୍ତା।

Chhattisgarh Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe