Advertisment

ଦକ୍ଷିଣ ଭାରତ ହେଲା ବିଜେପି ମୁକ୍ତ : ବାଘେଲ

କଂଗ୍ରେସ ଠିକଣା ସମୟରେ କମବ୍ୟାକ୍‌ କରି ବିଜେପିର ସବୁ ଆଶାରେ ପାଣି ପକାଇ ଦେଇଛି। ଏଥିସହ ଦକ୍ଷିଣ ଭାରତରେ ଥିବା ବିଜେପିର ଏକମାତ୍ର ଗଡ଼ କର୍ଣ୍ଣାଟକାକୁ ମଧ୍ୟ ଦଳ ହାତରୁ ନେଇ ଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Modi

Modi

ପୁଡୁଚେରୀକୁ ଛାଡ଼ି ଦକ୍ଷିଣ ଭାରତରେ ସଂପୂର୍ଣ୍ଣ ମୂଳପୋଛ ହୋଇ ଯାଇଛି ବିଜେପି। ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ କର୍ଣ୍ଣାଟକାରେ ବିଜେପି କ୍ଷମତାରେ ରହିଥିଲା। ହେଲେ ଏଠାରେ ମଧ୍ୟ ଦଳ ପରାସ୍ତ ହୋଇଛି। କର୍ଣ୍ଣାଟକା ବିଜୟ ସହ ବିଜେପି ଦକ୍ଷିଣ ଭାରତରେ ନିଜର ଛାପ ଅତୁଟ ରଖିବାକୁ ଚେଷ୍ଟା କରିଥିଲା।

Advertisment

ହେଲେ କଂଗ୍ରେସ ଠିକଣା ସମୟରେ କମବ୍ୟାକ୍‌ କରି ବିଜେପିର ସବୁ ଆଶାରେ ପାଣି ପକାଇ ଦେଇଛି। ଏଥିସହ ଦକ୍ଷିଣ ଭାରତରେ ଥିବା ବିଜେପିର ଏକମାତ୍ର ଗଡ଼ କର୍ଣ୍ଣାଟକାକୁ ମଧ୍ୟ ଦଳ ହାତରୁ ନେଇ ଯାଇଛି। ଏହାକୁ ନେଇ ଛତିଶଗଡ଼ର କଂଗ୍ରେସ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ଦକ୍ଷିଣ ଭାରତ ବିଜେପି ମୁକ୍ତ ହେଲା।

କର୍ଣ୍ଣାଟକାକୁ ବିଜେପି ଦକ୍ଷିଣ ଭାରତର ପ୍ରବେଶ ପଥ ଭାବେ ବିବେଚନା କରୁଥିଲା। ଏଥିସହ ଚଳିତ ନିର୍ବାଚନକୁ ବିଜେପି ଫୁଲଦମରେ ଲଢ଼ିଥିଲା। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନଘନ ପ୍ରଚାର କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପ୍ରଚାର ମଙ୍ଗ ଧରିଥିଲେ। କିନ୍ତୁ ଦଳ ୨୦୧୮ ତୁଳନାରେ ଏଥର ବହୁତ କମ ଆସନ ଜିତିବାକୁ ଯାଉଛି।

Advertisment

୨୦୧୮ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଓ ଜେଡିଏସ୍‌ ସରକାର ଗଠନ କରିଥିଲେ। କିନ୍ତୁ ବର୍ଷକ ଏପରି ଏହି ମେଣ୍ଟ ସରକାର ଭାଙ୍ଗି ଯିବାରୁ ବିଜେପି କ୍ଷମତା ଦଖଲ କରିଥିଲା। ଏଥିସହ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ପ୍ରାଣମୁର୍ଚ୍ଚା ଉଦ୍ୟମ କରିଥିଲା। ହେଲେ ଦଳ ଅତିବେଶୀରେ କେବଳ ୬୩ ଆସନ ଜିତିବ ବୋଲି ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି।

ଏଯାଏ ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ ଭାବେ କର୍ଣ୍ଣାଟକାରେ ବିଜେପି କ୍ଷମତାରେ ଥିଲା। ବାକି ରାଜ୍ୟଗୁଡ଼ିକରେ ବିରୋଧୀ ସରକାର ଚାଲିଛି। ତେଲେଙ୍ଗାନାରେ କେସିଆର କ୍ଷମତାରେ ଥିବା ବେଳେ କେରଳରେ ବାମପନ୍ଥୀ ସରକାର କ୍ଷମତାରେ ରହିଛନ୍ତି।

ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତାମିଲନାଡୁରେ ଡିଏମକେ ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି। ପୁଡୁଚେରୀରେ ବିଜେପି ୬ଟି ଆସନ ଜିତିଥିଲା। ଏହାପରେ ଦଳ ଏଆଇଏନଆରସି ସହ ମିଶି ସରକାର ଗଠନ କରିଛି। ହେଲେ ଏହା ଏକ କେନ୍ଦ୍ର

ଦକ୍ଷିଣ ଭାରତରୁ ବିଜେପି ମୂଳପୋଛ ହେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିଜେପିକୁ ତେର୍ଚ୍ଛାବାଣ ମାରିଛନ୍ତି। ସେ କହିଛନ୍ତି, “ପ୍ରଥମେ ଆମେ ହିମାଚଳ ପ୍ରଦେଶରେ ଜିତିଥିଲୁ ଓ ଏବେ କର୍ଣ୍ଣାଟକାରେ ଜିତିଛୁ। ସେମାନେ ସବୁବେଳେ କଂଗ୍ରେସ ମୁକ୍ତ ଭାରତ କଥା କହୁଥିଲେ। କିନ୍ତୁ ଏବେ ଦକ୍ଷିଣ ଭାରତ ବିଜେପି ମୁକ୍ତ ହୋଇ ଯାଇଛି।”

କଂଗ୍ରେସ ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକାର ୨୨୪ଟି ବିଧାନସଭା ଆସନରୁ ୧୦୮ଟିରେ ଜିତି ସାରିଲାଣି। ଏବେ ବି ଦଳ ଆଉ ୨୯ଟି ଆସନରେ ଲିଡ କରୁଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଲା ୧୧୩।

Karnataka Polls 2023 Karnataka Assembly Election