Advertisment

ଆଜି ସଂକଳ୍ପ ପତ୍ର ଆଣିବ ବିଜେପି, ଏଥରର ଥିମ୍‌ - ‘ମୋଦିଙ୍କ ଗ୍ୟାରେଣ୍ଟି-ବିକଶିତ ଭାରତ ୨୦୪୭’

ବି. ଆର. ଆମ୍ବେଦକରଙ୍କ ଜନ୍ମତିଥିରେ ଆସିବାକୁ ଥିବା ଏହି ସଂକଳ୍ପ ପତ୍ରକୁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉନ୍ମୋଚନ କରିବେ।

author-image
Niharika Rout
BJP Flag

BJP Flag

ସାଧାରଣ ନିର୍ବାଚନ ପାଇଁ ଆଜି ସଂକଳ୍ପ ପତ୍ର ଆଣିବ ବିଜେପି। ବି. ଆର. ଆମ୍ବେଦକରଙ୍କ ଜନ୍ମତିଥିରେ ଆସିବାକୁ ଥିବା ଏହି ସଂକଳ୍ପ ପତ୍ରକୁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବେ। ମୋଦିଙ୍କ ସହ ବିଜେପିର ବହୁ ତୁଙ୍ଗ ନେତା ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ।

Advertisment

ସଂକଳ୍ପ ପତ୍ରରେ ବିଜେପି ଜନମଙ୍ଗଳ, ବିକାଶ ଏବଂ ବିକଶିତ ଭାରତର ରୋଡମ୍ୟାପକୁ ଫୋକସ କରିବ। ଏଥିସହ ଯୁବବର୍ଗ, ମହିଳା, କୃଷକ ଏବଂ ଦାରିଦ୍ର୍ୟ ଦୂର ଉପରେ ମଧ୍ୟ ଦଳ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି। ଚଳିତ ନିର୍ବାଚନ ନିମନ୍ତେ ଆସିବାକୁ ଥିବା ସଂକଳ୍ପ ପତ୍ରର ଥିମ୍ ରହିବ, ‘ମୋଦିଙ୍କ ଗ୍ୟାରେଣ୍ଟି-ବିକଶିତ ଭାରତ ୨୦୪୭’।

ସୋଶାଲ ମିଡିଆ କ୍ୟାମ୍ପେନ୍ ଏବଂ ସାରା ଦେଶରୁ ମିଳିଥିବା ୧୫ଲକ୍ଷରୁ ଅଧିକ ପରାମର୍ଶକୁ ଆଧାର କରି ସଂକଳ୍ପ ପତ୍ର ପ୍ରସ୍ତୁତ କରିଛି ବିଜେପି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଗଠିତ ଘୋଷଣାପତ୍ର କମିଟି ଏହାକୁ ପ୍ରସ୍ତୁତ କରିଛି ।

Advertisment

ଆସନ୍ତା ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରହିଛି। ପୂର୍ବରୁ କଂଗ୍ରେସ ନ୍ୟାୟ ପତ୍ର ନାଁରେ ନିଜର ନିର୍ବାଚନୀ ଘୋଷଣା ପତ୍ର ପ୍ରକାଶ କରିସାରିଛି।

Bjp Politics