ବାହୁଡ଼ା ମତ: ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ସରକାର

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଭୋଟଗ୍ରହଣ ଶେଷ ହୋଇଛି ।

bjp Photondtv

bjp

Tapas Behera
  • Published: Monday, 27 February 2023
  • Updated: 27 February 2023, 08:37 PM IST

Sports

Latest News

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଭୋଟଗ୍ରହଣ ଶେଷ ହୋଇଛି । ଏସବୁ ନିର୍ବାଚନ ଶେଷ ହେବା ପରେ ଏସବୁ ରାଜ୍ୟରେ କିଏ ସରକାର ଗଢିବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ମେଘାଳୟ ଓ ନାଗାଲାଣ୍ଡରେ କିଏ ଜିତିବ ? ଏସବୁ ପ୍ରଶ୍ନର ଉତ୍ତର ଆସନ୍ତା ଗୁରୁବାର ଭୋଟଗଣତି ପରେ ଜଣାପଡ଼ିବ । ତେବେ ଭୋଟ ଗଣତି ପୂର୍ବରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଛି । ଏକଜିଟ୍‌ ପୋଲ ପୂର୍ବାନୁମାନ ଅନୁଯାୟୀ ତ୍ରିପୁରାରେ ପୁଣିଥରେ ବିଜେପି କ୍ଷମତାକୁ ଫେରିପାରେ। ସେହିପରି ନାଗାଲାଣ୍ଡରେ ମଧ୍ୟ ବିଜେପିର ମେଣ୍ଟ ଦଳ ଚମକିବ। ଇଣ୍ଡିଆଟୁଡେ ଏକଜିଟ୍‌ ପୋଲ ଅନୁଯାୟୀ ତ୍ରିପୁରାରେ ପୁଣି ଥରେ ମାନିକ ଶା’ଙ୍କ ନେତୃତ୍ୱାଧୀନ ବିଜେପି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ। ଇଣ୍ଡିଆଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ତ୍ରିପୁରାରେ ବିଜେପି ୩୬ଟିରୁ ୪୫ଟି ସିଟ୍‌ ହାତେଇବ। ସେହିପରି ତିପାମୁଥ୍ରା ୯ରୁ ୧୬ଟି ସିଟ୍‌ ହାତେଇପାରେ।

ସେହିପରି ବାମପନ୍ଥୀ-କଂଗ୍ରେସ ମିଳିତ ଖାତାକୁ ୬ରୁ ୧୧ ସିଟ୍‌ ଯାଇପାରେ। ଗୋଟେ ସମୟରେ ତ୍ରିପୁରା ବାମପନ୍ଥୀଙ୍କ ଗଡ଼ ଥିଲା। ପ୍ରାୟ ୨୫ ବର୍ଷ ଧରି ଶାସନ କରିବା ପରେ ଗତ ୨୦୧୮ ନିର୍ବାଚନରେ ବିଜେପି ପାଖରୁ ଧରାଶାୟୀ ହୋଇଥିଲା। ସେହିପରି ତ୍ରିପୁରାରେ ବିଜେପି ୪୫ ପ୍ରତିଶତ ଭୋଟ ସେୟାର ପାଇବ। ବିଜେପିର ପ୍ରତିଦ୍ୱନ୍ଦୀ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟ ୩୨ ପ୍ରତିଶତ ଏବଂ ତ୍ରିପାମୋ ଦଳ ୨୦ ପ୍ରତିଶତ ଭୋଟ ସେୟାର ପାଇବ। ତ୍ରିପୁରାରେ ଶେଷ ହୋଇଥିବା ନିର୍ବାଚନରେ ୮୮ ପ୍ରତିଶତ ମତଦାନ ହୋଇଛି। ଭୋଟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା। ଏତେ ପରିମାଣରେ ମତଦାନ ହେବା ବିଧାନସଭା ନିର୍ବାଚନରେ ଏକ ରେକର୍ଡ଼ ବୋଲି କୁହାଯାଉଛି। ୨୦୧୮ରେ ତ୍ରିପୁରା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ୮୯.୩୮ ପ୍ରତିଶତ ଭୋଟ୍ ହୋଇଥିଲା। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ବିଜୟୀ ପାଇଁ ମ୍ୟାଜିକ ନମ୍ବର ରହିଛି ୩୧। ଜି ନ୍ୟୁଜ୍-ମାଟ୍ରିଜ୍‌ ପୂର୍ବାନୁମାନ କରିଛି ଯେ, ତ୍ରିପୁରାରେ ବିଜେପି ୨୯-୩୬ ସିଟ୍ ପାଇବ। ବାମପନ୍ଥୀ ୧୩-୨୧ ସିଟ୍ ହାତେଇବ। ସେହିପରି ନାଗାଲାଣ୍ଡରେ ମଧ୍ୟ ବିଜେପି-ଏନଡିପିପି ପୁଣି ଥରେ କ୍ଷମତା ବଜାୟ ରଖିବ।

ନାଗାଲାଣ୍ଡରେ ବିଜେପି-ଏନଡିପିପି ମେଣ୍ଟ ୬୦ଟି ଆସନରୁ ୩୫ରୁ ୪୩ ଆସନ ଅକ୍ତିଆର କରିପାରେ। ସେହିପରି ମେଘାଳୟରେ କନରାଡ଼ ସାଙ୍ଗମାଙ୍କ ନେତୃତ୍ୱାଧୀନ ଏନପିପି ଏକକ ସଂଖ୍ୟାଗରିଷ୍ଟତା ଦଳ ଭାବେ ଉଭା ହୋଇପାରେ। ଜି ନ୍ୟୁଜ୍-ମାଟ୍ରିଜ୍‌ର ସର୍ଭେ ଅନୁଯାୟୀ ଏନପିପି ୨୧ରୁ ୨୬ଟି ଆସନ ଦଖଲ କରିପାରେ। ୨୦୧୮ରେ ରାଜ୍ୟରେ କେବଳ ଦୁଇଟି ଆସନ ଜିତିଥିବା ବିଜେପି ଏଥର ୬ରୁ୧୧ଟି ସିଟ୍‌ ନିଜ ମୁଣିକୁ ଆଣିପାରେ। ନୂଆ କରି ରାଜ୍ୟରେ ଡେବ୍ୟୁ କରିଥିବା ଟିଏମସି ୮ରୁ ୧୩ଟି ସିଟ୍‌ ଆସନ ପାଇପାରେ। ଗୁରୁବାର ତ୍ରିପୁରା ସମେତ ମେଘାଳୟ ଏବଂ ନାଗାଲାଣ୍ଡରେ ଭୋଟ ଗଣତି ରହିଛି।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story