Advertisment

ଲୋକେ ରଖୁଥିବା ଏଲଆଇସିରୁ ଟଙ୍କା ଉଠାଇ ବିଜେପି ଦଳୀୟ ସ୍ୱାର୍ଥରେ ଲଗାଉଛି: ମମତା

‘ବଜେଟ ଆଖି ଦୃଶିଆ ହୋଇ ନଥିବାରୁ ସେୟାର ମାର୍କେଟରେ ବଡ଼ଧରଣର ଘାଟା ହୋଇଛି’

Mamata Banerjee

Mamata Banerjee

Advertisment

ବର୍ଦ୍ଧମାନ(ପଶ୍ଚିମବଙ୍ଗ): ଲାଇଫ ଇନ୍ସୁରାନ୍ସ କର୍ପୋରେଶନ ତଥା ଜୀବନ ବୀମା ନିଗମ ଏବଂ ଜାତୀୟ ବ୍ୟାଙ୍କରେ ଲୋକେ ଜମା କରୁଥିବା ଅର୍ଥକୁ ବିଜେପି ଉଠାଇ ଦଳୀୟ ନେତାଙ୍କ ସ୍ୱାର୍ଥରେ ବ୍ୟବହାର କରୁଛି। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବବର୍ଦ୍ଧମାନ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ମମତା ଯୋଗ ଦେଇ ବିଜେପି ଶାସିତ କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ। ମମତା କହିଥିଲେ ଯେ, ବୁଧବାର ବଜେଟ ଉପସ୍ଥାପନ ପରେ ସେୟାର ମାର୍କେଟ ଦ୍ରୁତଗତିରେ ହ୍ରାସ ପାଇଛି। ବଜେଟ ଆଖି ଦୃଶିଆ ହୋଇ ନଥିବାରୁ ସେୟାର ମାର୍କେଟରେ ବଡ଼ଧରଣର ଘାଟା ହୋଇଛି। ବଜେଟରେ କେବଳ ମିଛ କଥା କୁହାଯାଇଛି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

Advertisment

ସେ କହିଛନ୍ତି ଯେ, କେନ୍ଦ୍ର ବଜେଟ୍ ଜନ ବିରୋଧୀ ଏବଂ ଏଥିରେ ଗରିବ ଲୋକଙ୍କ ପ୍ରତି ଧ୍ୟାନ ଦିଆଯାଇନାହିଁ। ଆୟକର ସ୍ଲାବରେ ପରିବର୍ତ୍ତନ କରି କାହାକୁ ଲାଭ ମିଳିବ ନାହିଁ ବୋଲି ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, “ଏହି କେନ୍ଦ୍ରୀୟ ବଜେଟ୍ ସଂପୂର୍ଣ୍ଣ ସୁବିଧାବାଦୀ ଓ ଲୋକ ବିରୋଧୀ ।

ଏହି ବଜେଟ କେବଳ ଗୋଟିଏ ଶ୍ରେଣୀର ଲୋକଙ୍କୁ ଉପକୃତ କରିବ। ଦେଶରେ ବେକାରୀ ସମସ୍ୟା ସମାଧାନ କରିବାରେ ଏହା ସାହାଯ୍ୟ କରିବ ନାହିଁ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି ବୋଲି ମମତା କହିଛନ୍ତି। ସେହିପରି ଏଲଆଇସିରେ ଲୋକେ ଜମା କରୁଥିବା ଅର୍ଥକୁ ଉଠାଇ ବିଜେପି ଅପବ୍ୟବହାର କରୁଥିବା ମମତା କହିଛନ୍ତି।

Advertisment
Mamata Didi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe