Advertisment

ଲୋକସଭା ନିର୍ବାଚନ ପୂର୍ବରୁ ସର୍ଭେ ରିପୋର୍ଟ: ବିଜେପି ମେଣ୍ଟ ଜିତିବ ୩୨୯ରୁ ୩୪୨ ଆସନ, ଓଡ଼ିଶାରେ ମାତ୍ର ୭

ବିଜେପି ପଞ୍ଜାବ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କେରଳରେ ଖାତା ଖୋଲି ପାରିବ ନାହିଁ।

BJP

BJP

Advertisment

ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ବର୍ତ୍ତମାନ ଥିବା ସ୍ଥିତିକୁ ଆଧାର କରି ନ୍ୟୁଜ ଏରିନା ଇଣ୍ଡିଆ ନାମକ ଗୋଟିଏ ସଂସ୍ଥା ରିପୋର୍ଟ ଜାରି କରିଛି।

Advertisment

ସଂସ୍ଥା ଆକଳନ କରିଛି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ ଦେଶରେ ସରକାର ଗଠନ କରିବ। କାମ ଦେବନି ବିରୋଧୀଙ୍କ କୌଣସି ରଣନୀତି। ସମସ୍ତଙ୍କୁ ମାତ ଦେଇ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଏହି ସର୍ଭେ ସଂସ୍ଥା ପୂର୍ବାନୁମାନ କରିଛି। 

ସଂସ୍ଥା ପକ୍ଷରୁ କେଉଁ ରାଜ୍ୟରେ ବିଜେପି ଓ ଅନ୍ୟ ଦଳଗୁଡ଼ିକ କେତୋଟି ଆସନ ଜିତିବେ, ତା’ର ଆକଳନ ମଧ୍ୟ କରାଯାଇଛି।

Advertisment

ଓଡ଼ିଶାରେ ବିଜେପି ୨୧ଟି ଲୋକସଭା ଆସନରୁ କେବଳ ୭ଟିରେ ଜିତିବ। ରାଜ୍ୟରେ କ୍ଷମତାସୀନ ବିଜେଡି ୧୪ଟି ଆସନ ଜିତିବାକୁ ଥିବା ବେଳେ ଓ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହେବନାହିଁ। ୨୦୧୯ରେ ବିଜେପି ଓଡ଼ିଶାରେ ୮ଟି, ବିଜେଡି ୧୨ଟି ଓ କଂଗ୍ରେସ ଗୋଟିଏ ଲୋକସଭା ଆସନ ଜିତିଥିଲା। ହେଲେ ୨୦୨୪ ବେଳକୁ ଅଙ୍କ ବଦଳିବ ବୋଲି ସର୍ଭେ ସଂସ୍ଥା କହିଛି। 

ସଂସ୍ଥା କହିଛି ଯେ ବିଜେପି ମେଣ୍ଟ ଦେଶରେ ୩୨୯ରୁ ୩୪୨ଟି ଆସନ ଜିତିବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ଦଳ ୨୦୧ରୁ ୨୧୪ଟି ଆସନ ଜିତିବେ। ସେହିପରି ବିଜେପି ଏକାକୀ ୩୦୧ ଆସନ ଓ ଏହାର ସହଯୋଗୀ ଦଳ ୨୮ଟି ଆସନରେ ଜିତିପାରନ୍ତି। ଯଦି କଡ଼ା ଟକ୍କର ହେବାକୁ ଥିବା ୧୨ଟି ଆସନ ବିଜେପି ସପକ୍ଷରେ ରେଜଲ୍ଟ ଯିବ, ତା’ହେଲେ ଦଳ ୨୦୧୯ର ରେକର୍ଡକୁ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହେବ।

ସର୍ଭେରୁ ସଂସ୍ଥାକୁ ମିଳିଥିବା କିଛି ତଥ୍ୟ

୧- ବିଜେପି ସହ ପରୋକ୍ଷରେ ବନ୍ଧୁତା କରିଥିବା ଦଳ ବିଜେଡି, ଟିଡିପି ଓ ୱାଇଏସ୍‌ଆର କଂଗ୍ରେସ ୩୯ଟି ଆସନ ଜିତିବେ।

୨- କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଏସ୍‌ପି ଲୋକସଭାରେ ଖାତା ଖୋଲିପାରିବ ନାହିଁ।

୩- ଏଆଇଏଡିଏମକେ ତୃତୀୟ ଥର ପାଇଁ ଖାତା ଖୋଲିବାକୁ ସକ୍ଷମ ହୋଇ ନପାରେ।

୪- ଆପ୍‌ ଏକକ ସଂଖ୍ୟା ଲୋକସଭା ଆସନରେ ସୀମିତ ରହିବ। ଅର୍ଥାତ ଦଳ ୧୦ଟି ଲୋକସଭା ଆସନ ବି ଜିତିପାରିବନି।

୫- କଂଗ୍ରେସ ୯ଟି ରାଜ୍ୟରେ ଖାତା ଖୋଲିବାକୁ ସକ୍ଷମ ହେବନି।

୬- ବିଜେପି ପଞ୍ଜାବ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କେରଳରେ ଖାତା ଖୋଲି ପାରିବ ନାହିଁ। 

କେଉଁ ରାଜ୍ୟରେ କାହାକୁ ମିଳିବ କେତେ ଆସନ

ଗୁଜରାଟ: ବିଜେପି-୨୬, ଅନ୍ୟାନ୍ୟ ଦଳ-୦

ହରିଆଣା: ବିଜେପି-୯ଟି, କଂଗ୍ରେସ-୧

ମଧ୍ୟପ୍ରଦେଶ: ବିଜେପି-୨୮ରୁ ୨୯, କଂଗ୍ରେସ ୦ରୁ ୧

ରାଜସ୍ଥାନ: ବିଜେପି-୨୪ରୁ ୨୫,  ଅନ୍ୟାନ ଦଳ- ୦ରୁ ୧

ମହାରାଷ୍ଟ୍ର: ବିଜେପି-୨୯ରୁ ୩୬, ଏମଭିଏ-୧୨ରୁ ୧୯

ଉତ୍ତର ପ୍ରଦେଶ: ବିଜେପି ମେଣ୍ଟ ୭୨ରୁ ୭୩, ସପା- ୭ ଓ କଂଗ୍ରେସ ୦ରୁ ୧

ବିହାର: ବିଜେପି ମେଣ୍ଟ ୩୦, ମହାଗଠନବନ୍ଧନ-୧୦

ଆସାମ: ବିଜେପି ମେଣ୍ଟ ୧୧, କଂଗ୍ରେସ ୨, ଏଆଇୟୁଡିଏଫ-୧

ଦିଲ୍ଲୀ: ବିଜେପି ୭, ଆପ୍‌-୦

ଉତ୍ତରାଖଣ୍ଡ: ବିଜେପି-୫, ଅନ୍ୟାନ୍ୟ ଦଳ-୦

ହିମାଚଳ ପ୍ରଦେଶ: ବିଜେପି ୪, ଅନ୍ୟାନ୍ୟ ଦଳ- ୦

ଜମ୍ମୁ-କଶ୍ମୀର: ବିଜେପି ୨, ଅନ୍ୟାନ୍ୟ ଦଳ -୩

ଲଦାଖ: ଆକଳନ ହୋଇନି

ଚଣ୍ଡିଗଡ଼: ବିଜେପି

ପୁଡୁଚେରୀ: ବିଜେପି ମେଣ୍ଟ

ଝାରଖଣ୍ଡ: ବିଜେପି ମେଣ୍ଟ ୧୦ରୁ ୧୧, ୟୁପିଏ-୩ରୁ ୪

ଓଡ଼ିଶା: ବିଜେପି ୭, ବିଜେଡି-୧୪

ବେଙ୍ଗଲ: ବିଜେପି-୧୩, ଟିଏମସ-୨୮, କଂଗ୍ରେସ-୧

ଅରୁଣାଚଳ ପ୍ରଦେଶ: ବିଜେପି-୨

ମଣିପୁର: ବିଜେପି ମେଣ୍ଟ -୨

ସିକ୍କିମ: ବିଜେପି ମେଣ୍ଟ

ମିଜୋରାମ: ବିଜେପି ମେଣ୍ଟ

ତାମିଲନାଡୁ: ବିଜେପି-୦, ୟୁପିଏ-୩୯

କେରଳ: ବିଜେପି-୦, କଂଗ୍ରେସ ମେଣ୍ଟ-୧୭, ବାମପନ୍ଥୀ-୩

ତ୍ରିପୁରା: ବିଜେପି ୧ରୁ ୨, ଟିଆଇପିଆରଏ-୦ରୁ ୧

ଛତିଶଗଡ଼: ବିଜେପି-୭, କଂଗ୍ରେସ- ୪

ତେଲେଙ୍ଗାନା: ବିଜେପି- ୭, ବିଆରଏସ-୭, କଂଗ୍ରେସ ୨, ଏଆଇଏମଆଇଏମ-୧

କର୍ଣ୍ଣାଟକା: ବିଜେପି ୨୨, ଜେଡିଏସ-୨, କଂଗ୍ରେସ- ୪

ପଞ୍ଜାବ : ବିଜେପି -୦, ଅକାଳୀ- ୦, କଂଗ୍ରେସ-୫, ଆପ୍- ୮

ଆଣ୍ଡାମାନ- ବିଜେପି

ଦାଦ୍ରା ନଗର ହାବେଳି- ଏସଏସୟୁବିଟି

ଡାମନ ଡ୍ୟୁ- ବିଜେପି

ଗୋଆ- ବିଜେପି -୨, ଅନ୍ୟାନ୍ୟ ଦଳ -୦

ଲାକ୍ଷାଦ୍ୱୀପ: କଂଗ୍ରେସ

ମେଘାଳୟ: ବିଜେପି ମେଣ୍ଟ-୨, ଅନ୍ୟାନ୍ୟ ଦଳ -୦

ନାଗାଲାଣ୍ଡ: ବିଜେପି ମେଣ୍ଟ

ଆନ୍ଧ୍ର ପ୍ରଦେଶ: ବିଜେପି-୦, ଟିଡିପି-୧୦, ୱାଇଏସ୍‌ଆର କଂଗ୍ରେସ -୧୫

Odisha Bjp 2024 Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe