/odisha-reporter/media/media_files/2025/12/03/bjp-2025-12-03-12-00-57.jpg)
ବିଜେପି
ଦିଲ୍ଲୀ ନଗର ନିଗମ(ଏମସିଡି) ଉପ ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ। ୧୨ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୭ଟିରେ ବିଜୟୀ ହୋଇଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ ୩ଟି ଓ କଂଗ୍ରେସ ଗୋଟିଏ ଆସନରେ ଜିତିବାକୁ ସକ୍ଷମ ହୋଇଛି। ସେହିପରି ଗୋଟିଏ ଆସନୀ ସର୍ବ ଭାରତୀୟ ଫରୱାର୍ଡ ବ୍ଲକର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
୧୨ ଆସନ ପାଇଁ ହୋଇଥିବା ଉପ ନିର୍ବାଚନର ଗଣତି ଆଜି ସକାଳ ୮ଟାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଥିଲା। ଦିଲ୍ଲୀର ୧୦ଟି ସ୍ଥାନରେ ହୋଇଥିବା କେନ୍ଦ୍ରରେ ଭୋଟ ଗଣତି ପରେ ରେଜଲ୍ଟ ପ୍ରକାଶ ପାଇଛି। ୨୦୨୨ ନଗର ନିଗମ(Delhi) ନିର୍ବାଚନରେ ଭୋଟିଂ ହାର ୫୦.୪୭% ରହିଥିଲା। କିନ୍ତୁ ଉପ ନିର୍ବାଚନରେ ଭୋଟିଂ ହାର ମାତ୍ର ୩୮.୫୧% ରେକର୍ଡ ହୋଇଥିଲା। ତେଣୁ ୨ରୁ ୩ ଘଣ୍ଟା ମଧ୍ୟରେ ଭୋଟ ଗଣତି ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇଛି।
ବିନୋଦ ନଗର ଆସନରେ ବିଜେପି(Bjp)ର ସରଳା ଚୌଧୁରୀ୧,୭୬୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଦ୍ୱାରକା ବିରେ ବିଜେପିର ମନୀଷା ଦେବୀ ୯,୧୦୦ ଖଣ୍ତ ଭୋଟରେ ବାଜିମାତ କରିଛନ୍ତି।
ଅଶୋକ ବିହାରରେ ବିଜେପିର ବୀଣା ଆସିଜା ୪୦୫ ଭୋଟ, ଗ୍ରେଟର କୈଳାସରେ ବିଜେପିର ଅଞ୍ଜୁମ ମଣ୍ଡଲ ୪,୧୬୫ ଭୋଟ, ଦିନଚୌ କଳାରେ ବିଜେପିର ରେଖା ରାଣୀ ୫,୬୩୭ ଭୋଟ, ଚାନ୍ଦନୀ ମହଲରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଇମ୍ରାନ ୪,୫୯୨ ଭୋଟ, ମୁଣ୍ଡକାରେ ଆପ୍ର ଅନିଲ ୧,୫୭୭ ଭୋଟ, ସଙ୍ଗମ ବିହାର ଏରେ କଂଗ୍ରେସର ସୁରେଶ ଚୌଧୁରୀ ୩,୬୨୮ ଭୋଟ, ଶାଲିମାର ବାଗ ବିରେ ବିଜେପିର ଅନିତା ଜୈନ ୧୦,୧୦୧ ଭୋଟ, ଦକ୍ଷିଣ ପୁରୀରେ ଆପର ରାମ ସ୍ୱରୂପ କୌନଜିଆ ୨,୨୬୨ ଭୋଟ, ଚାନ୍ଦନୀ ଚୌକରେ ବିଜେପିର ସୁମନ କୁମାର ଗୁପ୍ତା ୧,୧୮୨ ଭୋଟ ଓ ନାରାଇନାରେ ଆପ୍ର ରାଜନ ଅରୋରା ମାତ୍ର ୧୪୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।
ନଗର ନିଗମ ଉପ ନିର୍ବାଚନ ବେଳେ ସମସ୍ତଙ୍କ ନଜର ଶାଲିମାର ବାଗ ବି ୱାର୍ଡ ଉପରେ ରହିଥିଲା। ଏଠାରେ ପୂର୍ବରୁ ରେଖା ଗୁପ୍ତା କାଉନସିଲର ଭାବେ କାମ କରୁଥିଲେ। ଚଳିତ ବର୍ଷ ଫେବୃଆରୀରେ ସେ ବିଧାନସଭା ନିର୍ବାଚନ ଲଢ଼ିବା ସହ ପରବର୍ତ୍ତୀ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେଣୁ ଏଠାରେ ଉପ ନିର୍ବାଚନ ହୋଇଥିଲା। ଶାଲିମାର ବାଗ ବି ୱାର୍ଡରେ ବିଜେପିର ଅନିତା ଜୈନ ୧୦, ୧୦୧ ଖଣ୍ଡ ଭୋଟରେ ଆପ୍ର ବବିତା ରାଣା ବିଜୟୀ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
