Advertisment

ମହିଳା ଡାକ୍ତରଙ୍କ ଉପରେ ବର୍ଷିଲେ ବିଜେପି କର୍ମୀ, କହିଲେ - ହିଜାବ ପିନ୍ଧିଛ, ଧଳା କୋର୍ଟ କୁଆଡ଼େ ଗଲା

‘ତୁମେ ଧଳା କୋର୍ଟ ବଦଳରେ ହିଜାବ କାହିଁକି ପିନ୍ଧିଛ? ତୁମେ ସତରେ ଡାକ୍ତର ନା ଆଉ କିଛି । ତୁମେ ଡାକ୍ତର ବୋଲି ମୁଁ କିପରି ବିଶ୍ୱାସ କରିବି।’ ରାତି ଅଧରେ ଏପରି କହି ହିଜାବ ପିନ୍ଧିଥିବା ଜଣେ ମହିଳା ଡାକ୍ତରଙ୍କର ସହ ଉଚ୍ଚବାଚ କରିଥିଲେ ଜଣେ ବିଜେପି କର୍ମୀ ।

tension

tension

Advertisment

‘ତୁମେ ଧଳା କୋର୍ଟ ବଦଳରେ ହିଜାବ କାହିଁକି ପିନ୍ଧିଛ? ତୁମେ ସତରେ ଡାକ୍ତର ନା ଆଉ କିଛି । ତୁମେ ଡାକ୍ତର ବୋଲି ମୁଁ କିପରି ବିଶ୍ୱାସ କରିବି।’ ରାତି ଅଧରେ ଏପରି କହି ହିଜାବ ପିନ୍ଧିଥିବା ଜଣେ ମହିଳା ଡାକ୍ତରଙ୍କର ସହ ଉଚ୍ଚବାଚ କରିଥିଲେ ଜଣେ ବିଜେପି କର୍ମୀ । ଏହାର ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଖୋଜୁଛି ପୁଲିସ୍‌ ।

Advertisment

ମହିଳା ଡାକ୍ତରଜଣକଙ୍କ ନାଁ ଜେନେଥ ଫିରଡହାଉସ ବୋଲି ଜଣାଯାଇଛି। ସେ ତିରୁପୁଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ଡାକ୍ତର ଜେନେଥ ଗତକାଲି ରାତିରେ ଡ୍ୟୁଟିରେ ଥିବା ବେଳେ ସେ ହିଜାବ ପିନ୍ଧିଥିଲେ। ଉକ୍ତ ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ବିଜେପି କର୍ମୀ ଭୁବନେଶ୍ୱର ରାମ ସେଠାରେ ନିଜର ଜଣେ ପଡ଼ୋଶୀଙ୍କ ସହ ପହଞ୍ଚିଥିଲେ। ତାଙ୍କ ପଡ଼ୋଶୀଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା।

ସେତେବଳେ ଡ୍ୟୁଟିରେ ଥିବା ଜେନେଥ ଫିରଡହାଉସଙ୍କୁ ଦେଖି ଡାକ୍ତର କାହାନ୍ତି, ତୁମେ କିଏ ବୋଲି ସେ ପଚାରିଥିଲେ। ଜେନେଥ ଫିରଡହାଉସ ନିଜକୁ ଡାକ୍ତର ବୋଲି କହିବା ସତ୍ତ୍ୱେ ଏହାକୁ ସେ ବିଶ୍ୱାସ କରି ପାରି ନ ଥିଲେ। ଏଥିସହ ବାସ୍ତବରେ ଆପଣ ଜଣେ ଡାକ୍ତର ବୋଲି ବିଶ୍ୱାସ କରିବା କଷ୍ଟକର ହେଉଛି ବୋଲି ସେ କହିଥିଲେ। ଆପଣ ଡ୍ରେସ କୋର୍ଡ ନ ପିନ୍ଧି ହିଜାବ କାହିଁକି ପିନ୍ଧିଛନ୍ତି ବୋଲି ପଚାରିଥିଲେ। ଏହାକୁ ନେଇ ଭୁବନେଶ୍ୱର ପାଟିତୁଣ୍ଡ କରିଥିବା ବେଳେ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଉକ୍ତ ସମୟରେ ମେଡିକାଲରେ ଉପସ୍ଥିତ ଥିବା ଜଣେ ନର୍ସ ଏହାର ଭିଡିଓ ଶୁଟ କରି ଭାଇରାଲ କରି ଦେଇଥିଲ। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଭୁବନେଶ୍ୱରଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏଥିନିମନ୍ତେ ବିଶେଷ ଟିମ୍‌ ଗଠିତ ହୋଇଛି।

Bjp Hijab Controversy Doctor Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe