Advertisment

କାଫେ ବିସ୍ଫୋରଣ ଘଟଣା: ବିଜେପି କର୍ମୀଙ୍କୁ ଉଠାନେଲା NIA

ପ୍ରସାସଙ୍କ ବ୍ୟତୀତ ଗୋଟିଏ ମୋବାଇଲ ଦୋକାନର ମାଲିକଙ୍କୁ ମଧ୍ୟ ଏନଆଇଏ ଅଟକ ରଖିଛି। ଉଭୟଙ୍କୁ ସଂସ୍ଥା ପକ୍ଷରୁ ଜେରା କରାଯାଉଛି।

Cafe

Cafe

Advertisment

ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ହୋଇଥିବା ଆଇଇଡି ବିସ୍ଫୋରଣ ଘଟଣାରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ବିଜେପି କର୍ମୀ ସାଇ ପ୍ରସାଦଙ୍କୁ ଉଠାଇ ନେଇଛି। ପ୍ରସାସଙ୍କ ବ୍ୟତୀତ ଗୋଟିଏ ମୋବାଇଲ ଦୋକାନର ମାଲିକଙ୍କୁ ମଧ୍ୟ ଏନଆଇଏ ଅଟକ ରଖିଛି। ଉଭୟଙ୍କୁ ସଂସ୍ଥା ପକ୍ଷରୁ ଜେରା କରାଯାଉଛି।

Advertisment

ତେବେ ମାର୍ଚ୍ଚ ୧ରେ ରାମେଶ୍ୱରମ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ମୁସାବୀର ହୁସେନ ଶାଜିବ ଓ ତା’ର ସହଯୋଗୀ ଅବଦୁଲ ମାଥୀନ ତାହା ଏବେ ବି ଫେରାର ରହିଛନ୍ତି। ଉଭୟଙ୍କ ଘର କର୍ଣ୍ଣାଟକାର ଶିବମୋଗାରେ ବୋଲି ଏନଆଇଏ କହିଛି।

ବିଜେପି କର୍ମୀ ସାଇ ପ୍ରସାଦ ଗୋଟିଏ ପୁରୁଣା ମୋବାଇଲ ଅଭିଯୁକ୍ତ ମୋବାଇଲ ଦୋକାନ ମାଲିକଙ୍କୁ ବିକ୍ରି କରିଥିଲେ। ସେ ଏହାକୁ ଚିକ୍କାମଗାଲୁରାର ମୁଜାମିଲକୁ ବିକ୍ରି କରିଥିଲେ। ମୁଜାମିଲ ଏନଆଇଏ ଦ୍ୱାରା ଗିରଫ ହୋଇ ଜେଲରେ ରହିଛି। ଉକ୍ତ ଫୋନର ବ୍ୟବହାର କରି ଘଟଣା ଦିନ ମୁଜମିଲ ଦୁଇ ଫେରାର ଅଭିଯୁକ୍ତ ଅବଦୁଲ ଓ ମୁସାବୀର ସହ ଯୋଗାଯୋଗରେ ରହିଥିଲା।

Advertisment

ଗିରଫଦାରୀ ବେଳେ ମୁଜାମିଲ ଠାରୁ ଏନଆଇଏ ଗୋଟିଏ ମୋବାଇଲ ଜବତ କରିଥିଲେ। ଉକ୍ତ ମୋବାଇଲ ସାଇ ପ୍ରସାଦଙ୍କର ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲା।

ମୋବାଇଲ ଜବତ ଘଟଣାରେ ଏନଆଇଏ ଦୁଇ ଜଣ ମୋବାଇଲ ଦୋକାନ ମାଲିକଙ୍କୁ ଜେରା କରିଥିଲା। ସେମାନେ ସାଇ ପ୍ରସାଦଙ୍କ ନାଁ ନେଇଥିଲେ। ତେଣୁ ଏନଆଇଏ ତାଙ୍କୁ ଉଠାଇ ନେଇ ଜେରା ଆରମ୍ଭ କରିଛି। ବିସ୍ଫୋରଣ କରିଥିବା ଅଭିଯୁକ୍ତଙ୍କ ସହ ସାଇ ପ୍ରସାଦଙ୍କ ଲିଙ୍କ ଥିବାରୁ ଏନଆଇଏ ଏପରି ପଦକ୍ଷେପ ନେଇଛି। 

ଗତ ସପ୍ତାହରେ ଏନଆଇଏ ଶିବମୋଗାରେ ରେଡ କରିଥିଲେ। ଏହି ସମୟରେ ଗୋଟିଏ ମୋବାଇଲ ଦୋକାନ ଓ ୨ ସନ୍ଦିଗ୍ଧଙ୍କ ଘରେ ମଧ୍ୟ ଛାନଭିନ କରାଯାଇଥିଲା।

ମାର୍ଚ୍ଚ ୧ରେ କା‍ଫେରେ ଆଇଇଡି ଦ୍ୱାରା ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ। ମାର୍ଚ୍ଚ ୩ରୁ ଏନଆଇଏ ଘଟଣାର ତଦନ୍ତ କରୁଛି। ତଦନ୍ତ ବେଳେ ବିସ୍ଫୋରଣକୁ କାର୍ଯ୍ୟକାରୀ କରିଥିବା ମୁଖ୍ୟ ଖଳନାୟକ ମୁସାବୀରକୁ ଚିହ୍ନଟ କରିଥିଲା। ସେହିପରି ଆଉ ଜଣେ ଷଡ଼ଯନ୍ତ୍ରକାରୀ ହେଲା ଅବଦୁଲ ମାଥୀନ ତାହା। ତେବେ ଏହି ଦୁଇ ଜଣଙ୍କୁ ଏଯାଏ ଏନଆଇଏ ଠାବ କରିପାରି ନାହିଁ।

Karnataka Rameshwaram Cafe Blast Case Bjp Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe