Advertisment

Kerala local body polls: କେରଳ ପୌର ନିର୍ବାଚନ: ଥରୁରଙ୍କ ଗଡ଼ରେ ବିଜେପିର ବଡ଼ ବିଜୟ

ତ୍ରିପୁନିଥୁରା ମ୍ୟୁନିସପାଲଟୀ ଏର୍ଣ୍ଣାକୁଲମ ଜିଲ୍ଲା ମଧ୍ୟରେ ରହିଛି। ଏଠାକାର ୫୩ ସଦସ୍ୟ ବିଶିଷ୍ଟ ପୌର ପରିଷଦରେ ବିଜେପି ୨୧ଟି ଆସନ ଜିତିଥିବା ବେଳେ ଏଲଡିଏଫ ୨୦କୁ ଖସି ଯାଇଛି। କଂଗ୍ରେସ ନେତୃତ୍ୱାଧୀନ ୧୨ଟି ଆସନ ସହ ତୃତୀୟରେ ରହିଛି।

author-image
Hemant Lenka
BJP

ବିଜେପି

କେରଳ(Kerala) ପୌର ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ବଡ଼ ବିଜୟ। କେରଳରେ ଇତିହାସ ରିଚିଛି ବିଜେପି। ଥିରୁଅନନ୍ତପୁରମର କର୍ପୋରେସନରେ ଏକକ ସର୍ବବୃହତ୍ତ ଦଳ ହୋଇ ପାରିଛି ଏନଡିଏ। ୧୦୧ରୁ ଏନଡିଏ ୫୦ ୱାର୍ଡରେ ଜିତି ଦୀର୍ଘ ୪୫ ବର୍ଷ ଧରି ଏଠାରେ ବାମପନ୍ଥୀ ମେଣ୍ଟର ଜାରି ରହିଥିବା ଦବଦବା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି।

Advertisment

ଶାସକ ଏଲଡିଏଫ କେବଳ ୨୯ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ଏହାର ଅର୍ଥ ଥିରୁଅନନ୍ତପୁରମ କର୍ପୋରେସନ ବିଜେପି ଦଖଲକୁ ଯାଇଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୧୯ଟି ଆସନ ଜିତି ପାରିଛି। ୨ଟି ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଥିବା ବେଳେ ଗୋଟିଏ ୱାର୍ଡରେ ପ୍ରାର୍ଥୀଙ୍କ ବିୟୋଗ ଯୋଗୁ ଭୋଟିଂ ହୋଇ ନଥିଲା। 

ଏହି ବିଜୟର ରାଜନୀତିକ ଗୁରୁତ୍ୱ ମଧ୍ୟ ରହିଛି। କାରଣ ଥିରୁଅନନ୍ତପୁରମ ହେଉଛି କଂଗ୍ରେସ ଭେଟରାନ ତଥା ସାଂସଦ ଶଶି ଥରୁରଙ୍କ ଗଡ଼। ହେଲେ ସେଠାରେ ବିଜେପି ଧସେଇ ପଶିବାରେ ସକ୍ଷମ ହୋଇଛି। 

Advertisment

ଖାଲି ସେତିକି ନୁହେଁ, ଏନଡିଏ ଶାସକ ଏଲଡିଏଫ ଠାରୁ ତ୍ରିପୁନିଥୁରା ମ୍ୟୁନିସପାଲଟୀ ମଧ୍ୟ ଛଡ଼ାଇ ଆଣିବାକୁ ସକ୍ଷମ ହୋଇଛି। ଏହି ଡବଲ ବିଜୟ ବିଜେପି ପାଇଁ ବଡ଼ ଆଶ୍ୱସ୍ତି। କାରଣ ବିଜେପି ବେଶ କିଛି ବର୍ଷ ହେଲାଣି ପୌର ନିର୍ବାଚନରେ ନିଜର ଉପସ୍ଥିତି ଜାହିର କରିବାକୁ ସଂଘର୍ଷ କରୁଥିଲେ। ଦୀର୍ଘ ବର୍ଷର ସଂଘର୍ଷ ଏବେ ଆସନରେ ପରିଣତ ହୋଇଛି। 

ବିଜେପି ବିଜୟ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ଶଶି ଥରୁର ଏହାକୁ କେରଳ ଗଣତନ୍ତ୍ର ପାଇଁ ଭଲ ରେଜଲ୍ଟ ବୋଲି କହିଛନ୍ତି। ତାଙ୍କ କହିବା କଥା ଯେ ଏପରି ଜନାଦେଶ ପରିବର୍ତ୍ତନର ଇଚ୍ଛା ଶକ୍ତିକୁ ଦର୍ଶାଉଛି। ଏଲଡିଏଫ ବିରୋଧରେ ୪୫ ବର୍ଷ ହେଲା ସେ ନିଜେ ପ୍ରଚାର କରୁଥିଲେ। କିନ୍ତୁ ଲୋକମାନେ ଅନ୍ୟ ଗୋଟିଏ ଦଳକୁ ଗୋଟ ଦେଇ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ଏହା ଗଣତନ୍ତ୍ରର ସୁନ୍ଦରତା ବୋଲି ସେ କହିଛନ୍ତି।

ତ୍ରିପୁନିଥୁରା ମ୍ୟୁନିସପାଲଟୀ ଏର୍ଣ୍ଣାକୁଲମ ଜିଲ୍ଲା ମଧ୍ୟରେ ରହିଛି। ଏଠାକାର ୫୩ ସଦସ୍ୟ ବିଶିଷ୍ଟ ପୌର ପରିଷଦରେ ବିଜେପି ୨୧ଟି ଆସନ ଜିତିଥିବା ବେଳେ ଏଲଡିଏଫ ୨୦କୁ ଖସି ଯାଇଛି। କଂଗ୍ରେସ ନେତୃତ୍ୱାଧୀନ ୧୨ଟି ଆସନ ସହ ତୃତୀୟରେ ରହିଛି।

ବିଜେପି ପୂର୍ବ ଭଳି ପାଲାକ୍କଡ ପୌର ପାଳିକାକୁ ମଧ୍ୟ ନିଜ ପାଖରେ ରଖିଛି। ବିଜେପି ଏଠାରେ ୨୫ଟି ଆସନ ଜିତିଥିବା ବେଳେ ୟୁଡିଏଫ ୧୮ ଓ ଏଲଡିଏଫ କେବଳ ୯ଟି ଆସନ ପାଇଛି। 

Kerala