Advertisment

ବିଲଡିଂର ଛାତରୁ ମିଳିଲା ବ୍ଲାକବକ୍ସ, ଖୋଲିବ ବିମାନ ଦୁର୍ଘଟଣାର ଗୁମର

କମଳା ରଙ୍ଗର ଏହି ଡିଭାଇସକୁ ବିମାନର ପଛ ପାର୍ଶ୍ୱରୁ ଠାବ କରାଯାଇଛି।

Flight

Flight

Advertisment

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅହମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନର ବ୍ଲାକ ବକ୍ସ ଶେଷରେ ଠାବ ହୋଇଛି। କମଳା ରଙ୍ଗର ଏହି ଡିଭାଇସକୁ ବିମାନର ପଛ ପାର୍ଶ୍ୱରୁ ଠାବ କରାଯାଇଛି। ବିମାନଟି ନିୟନ୍ତ୍ରଣ ହରାଇ ଜେବି ମେଡିକାଲ କଲେଜର ହଷ୍ଟେଲ ବିଲଡିଂକୁ ଧକ୍କା ଦେଇଥିଲା। ବିଲଡିଂ କାନ୍ଥରେ ଏହାର ପଛ ପାର୍ଶ୍ୱ ଲାଗି ଯାଇଥିଲା। ଏବେ ଛାତ ଉପରୁ ବ୍ଲାକ ବକ୍ସକୁ ଠାବ କରାଯାଇଛି।

Advertisment

ବ୍ଲାକ ବକ୍ସକୁ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା ଏଏଆଇବି ଟିମ ଠାବ କରିଛି। ବ୍ଲାକ ବକ୍ସ ମିଳିଥିବାରୁ ଏବେ ତଦନ୍ତକାରୀ ଟିମକୁ ଦୁର୍ଘଟଣାର କାରଣ ଖୋଜିବାରେ ବେଶ ସହାୟକ ହେବ। 

ବ୍ଲାକ ବକ୍ସ କ’ଣ?

ବ୍ଲାକ ବାକ୍ସ କଥା ଶୁଣିଲେ ସମସ୍ତେ ଭାବନ୍ତି ଏହା ଗୋଟିଏ ଏକ କଳା ରଙ୍ଗର ବାକ୍ସ। କିନ୍ତୁ ବ୍ଲାକ ବାକ୍ସ ଏହାର ନାଁ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହା କମଳା ରଙ୍ଗର ବାକ୍ସ। ଏହାକୁ ଏହାକୁ ଫ୍ଲାଇଟ ରେକର୍ଡର୍‌ ମଧ୍ୟ କୁହାଯାଏ। ବ୍ଲାକ ବାକ୍ସ ବହୁତ ଶକ୍ତିଶାଳୀ। ଏହା ବିମାନର ପଛ ଭାଗରେ ସୁରକ୍ଷିତ ରହିଥାଏ। ବିମାନ ଦୁର୍ଘଟଣା ପରେ ବ୍ଲାକ ବାକ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ମଧ୍ୟରୁ ଗୋଟିଏ। ଏହା ସାହାଯ୍ୟରେ ଦୁର୍ଘଟଣାର ତଦନ୍ତ କରାଯାଏ। ବିମାନ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ଏହା ପଛରେ କ’ଣ କାରଣ ଥିଲା? କକପିଟରେ ପାଇଲଟ ଓ ଅନ୍ୟମାନେ କ’ଣ କରୁଥିଲେ ଆଦି ତଥ୍ୟ ମିଳିଥାଏ।

Advertisment

ବ୍ଲାକ ବାକ୍ସ ସବୁବେଳେ ବିମାନ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରେ। ଏହି କାରଣରୁ ଏହାକୁ ଫ୍ଲାଇଟ ଡାଟା ରେକର୍ଡର ବା FDR ମଧ୍ୟ କୁହାଯାଏ। ବ୍ଲାକ ବାକ୍ସଟି ଟାଇଟାନିୟମ ଧାତୁରେ ତିଆରି। ଭୟଙ୍କର ଦୁର୍ଘଟଣା ଘଟିଲେ ମଧ୍ୟ ବ୍ଲାକ ବାକ୍ସ ସୁରକ୍ଷିତ ରହିଥାଏ।

ପ୍ରତ୍ୟେକ ବିମାନରେ ଦୁଇଟି ଡାଟା ରେକର୍ଡର୍‌ ଥାଏ, ଯାହା ପରସ୍ପର ସହିତ ସଂଯୁକ୍ତ। ବ୍ଲାକ ବାକ୍ସଟି ସୁରକ୍ଷିତ ରହିଥାଏ କାରଣ ଏହା ଟାଇଟାନିୟମରେ ତିଆରି ଓ ଏଥିରେ ଅନେକ ସ୍ତର ଥାଏ। ଯଦି ବିମାନଟିରେ ନିଆଁ ଲାଗିଯାଏ, ତେବେ ଏହାର ଧ୍ୱଂସ ହେବାର ସମ୍ଭାବନା ପ୍ରାୟ ନାହିଁ। ଏହା ପ୍ରାୟ ୧ ଘଣ୍ଟା ପାଇଁ ୧୧ ଶହ ଡିଗ୍ରୀ ସେଲସିୟସ ତାପମାତ୍ରା ସହ୍ୟ କରିପାରିବ। ଏହା ପରେ ମଧ୍ୟ ଏହି ବାକ୍ସ ପରବର୍ତ୍ତୀ ୨ ଘଣ୍ଟା ପାଇଁ ପ୍ରାୟ ୨୬୦ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ।

ଏହାର ଏକ ବିଶେଷତ୍ୱ ହେଉଛି ଏହା ପ୍ରାୟ ଗୋଟିଏ ମାସ ପର୍ଯ୍ୟନ୍ତ ବିନା ଆଲୋକରେ କାମ କରେ। ଯଦି ଦୁର୍ଘଟଣାଗ୍ରସ୍ତ ବିମାନକୁ ଖୋଜିବା ପାଇଁ ସମୟ ଲାଗିବ କିମ୍ବା ଏହା ଗଭୀର ପାଣିରେ ବୁଡ଼ି ଯାଇଥିବ, ତା’ହେଲେ ମଧ୍ୟ ବ୍ଲାକ ବକ୍ସ ସୁରକ୍ଷିତ ରହିଥାଏ। ୬୦୦୦ ମିଟର ଗଭୀର ପାଣିରେ ଏହା ୩୦ ଦିନ ଯାଏ ସୁରକ୍ଷିତ ରହିବାର କ୍ଷମତା ରଖିଛି।

Air India Gujarat Plane Crash Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe