Advertisment

Shoots Self: ବ୍ଲାକମେଲ କରୁଥିଲେ ପ୍ରେମିକା, ଝିଅ ବାହାଘର ପୂର୍ବରୁ ନିଜକୁ ଗୁଳି କରିଦେଲେ ବ୍ୟବସାୟୀ

ପ୍ରଥମେ ସେ ରିସେପସନ ଡେସ୍କ ଓ ପରେ ବେଡରୁମର ସାଥୀ ବନିଥିଲେ। ଏପରି କି ବ୍ୟବସାୟୀଙ୍କ ଆର୍ଥିକ ଦୁନିଆର କ୍ଷମତା କେନ୍ଦ୍ର ଭାବେ କାର୍ଯ୍ୟ ବି କରୁଥିଲେ। କିନ୍ତୁ ବ୍ୟବସାୟୀଙ୍କ ଘରେ ଏକଥା କାହାକୁ ଜଣା ନଥିଲା।

author-image
Hemant Lenka
Surat

ତୁଷାର ଓ ଗିରଫ ପ୍ରେମିକା ପୁନମ

ଦୀର୍ଘ ବର୍ଷ ଧରି ସେ ବେଶ ଘନିଷ୍ଠ ହୋଇ ରହିଥିଲେ। ପ୍ରଥମେ ସେ ରିସେପସନ ଡେସ୍କ ଓ ପରେ ବେଡରୁମର ସାଥୀ ବନିଥିଲେ। ଏପରି କି ବ୍ୟବସାୟୀଙ୍କ ଆର୍ଥିକ ଦୁନିଆର କ୍ଷମତା କେନ୍ଦ୍ର ଭାବେ କାର୍ଯ୍ୟ ବି କରୁଥିଲେ। କିନ୍ତୁ ବ୍ୟବସାୟୀଙ୍କ ଘରେ ଏକଥା କାହାକୁ ଜଣା ନଥିଲା। ପରିବାର ଲୋକଙ୍କୁ ଅନ୍ଧାରରେ ଦୀର୍ଘ ବର୍ଷ ଧରି ଜଣେ ବ୍ୟବସାୟୀ ନିଜର ମହିଳା କର୍ମଚାରୀଙ୍କ ସହ ରଖିଥିଲେ ଅନୈତିକ ସମ୍ପର୍କ। 

Advertisment

କିନ୍ତୁ ସତ ସାମ୍ନାକୁ ଆସିବା ଆରମ୍ଭ ହେବାରୁ ଗୁଜରାଟର ସୁରଟରେ ବିଲ୍ଡର ଭାବେ ପରିଚୟ ହାସଲ କରିଥିବା ତୁଷାର ଘେଲାନିଙ୍କ ଅକଲ ଗୁଡୁମ ହୋଯାଇଥିଲା। ବାସ୍‌ ସମସ୍ତେ ସବୁ କିଛି ଜାଣିବା ପୂର୍ବରୁ ସେ ନିଜକୁ ନିଜେ ଗୁଳି କରି ଦେଇଛନ୍ତି। ଝିଅ ବାହାଘରର ୪ ଦିନ ପୂର୍ବରୁ ବିଲ୍ଡର ତୁଷାର ନିଜକୁ ଗୁଳି କରିବା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। 

ଗୁଜରାଟ(Gujarat)ର ସୁରଟରେ ତଦନ୍ତକାରୀ ଅଧିକାରୀ ଦ୍ୱାରା ଏବେ ପୂରା ଘଟଣାକୁ ଗୋଟିଏ ଗୁପ୍ତ ସମ୍ପର୍କ ଓ କୋଟି କୋଟି ଟଙ୍କାର ସମ୍ପତ୍ତି ସ୍ଥାନାନ୍ତର ବିବାଦ ଭାବେ ଦର୍ଶାଯାଇଛି। ବିଲ୍ଡର ତୁଷାରଙ୍କ ଆତ୍ମହତ୍ୟା ଘଟଣାରେ ଉମ୍ରା ପୁଲିସ୍‌ ଏବେ ପୁନମ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି।

Advertisment

ପୁନମଙ୍କୁ ପୁଲିସ୍‌ ଜଲୀ ଗ୍ରୁପର ମାଲିକ ତୁଷାରଙ୍କ ଗର୍ଲଫ୍ରେଣ୍ଡ ବା ପ୍ରେମିକ ଭାବେ ଚିତ୍ରିତ କରିଛି। ତୁଷାରଙ୍କ ଝିଅ କରିଥିବା ଅଭିଯୋଗ ଆଧାରରେ ପୁଲିସ୍‌ ଆତ୍ମହତ୍ୟା ପାଇଁ ଉସକାଇବା ଓ ଅପରାଧିକ ଷଡ଼ଯନ୍ତ୍ର ଆଧାରରେ ପୁନମଙ୍କୁ ବାନ୍ଧିଛି। 

କର୍ମଚାରୀରୁ ବେଡ ପାର୍ଟନର 

ପୁନମ ୨୦୧୦ରେ ଜଲୀ ଗ୍ରୁପରେ ଯୋଗ ଦେଇଥିଲେ। ସେଠାରେ ସେ ପ୍ରାୟ ୨ ବର୍ଷ କାମ କରିଥିଲେ। କିଛି ବର୍ଷର ବ୍ରେକ ପରେ ୨୦୧୪ କିମ୍ବା ୨୦୧୫ ବେଳକୁ ସେ ପୁଣି ତୁଷାରଙ୍କ ସହ ଯୋଡ଼ି ହୋଇଥିଲେ। ସବୁ କିଛି କାମରୁ ଆରମ୍ଭ ହୋଇଥିବା ବେଳେ ସମୟକ୍ରମେ ଏହା ଭିନ୍ନ ମୋଡ ନେଇଥିଲା। ପ୍ରଥମେ ତୁଷାର ଓ ପୁନମଙ୍କ ମଧ୍ୟରେ ମାଲିକ ଏବଂ କର୍ମଚାରୀର ସମ୍ପର୍କ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା।

ପରସ୍ପର ସହମତି ଭିତିରେ ଅଧିକ ନିକଟତର ହୋଇଥିଲେ। ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଅନୈତିକ ସମ୍ପର୍କ। ପରିବାର ଥିଲେ ମଧ୍ୟ ତୁଷାର ସବୁ କିଛି ଭୁଲି ପୁନମଙ୍କ ସହ ସମ୍ପର୍କ ରଖିଥିଲେ। ହେଲେ ଏହି ସମ୍ପର୍କ ବିଷୟରେ ପରିବାର ଲୋକଙ୍କୁ କିଛି ଜଣା ନଥିଲା। ପରିବାର ଲୋକ କିଛି ଜାଣି ନଥିଲେ ହେଁ ଉଭୟଙ୍କ ମଧ୍ୟରେ ଥିବା ନିବିଡ଼ତା ଜଲୀ ଗ୍ରୁପର କାଗଜପତ୍ରରେ ଦେଖିବାକୁ ମିଳିଥିଲା। 

ବଚ୍ଚପନ ବ୍ରାଣ୍ଡ ନାଁରେ ଗୋଟିଏ ସ୍କୁଲ ଲଞ୍ଚ କରାଯାଇଥିଲା। ୨୦୧୭ କିମ୍ବା ୨୦୧୮ ବେଳକୁ ବ୍ଲ୍ୟୁ ପାଲିଲନ ନାମରେ ଆଉ ଗୋଟିଏ ପ୍ରି-ପ୍ରାଇମେରୀ ସ୍କୁଲ ମଧ୍ୟ ଆରମ୍ଭ ହୋଇଥିଲା। କାଗଜପତ୍ରରେ ପୁନମ ଏହି ସ୍କୁଲଗୁଡ଼ିକର ୫୦% ଶେୟାର ମାଲିକ ବୋଲି ଦର୍ଶାଯାଇଥିଲା। କିନ୍ତୁ ପୁନମ ସ୍କୁଲ ପ୍ରକଳ୍ପ ପାଇଁ କୌଣସି ଆର୍ଥିକ ନିବେଶ କରି ନଥିଲେ। ତୁଷାର ସବୁ ଖର୍ଚ୍ଚ କରି କାଗଜପତ୍ରରେ ପୁନମଙ୍କୁ ଅଧା ମାଲିକ କରି ଦେଇଥିଲେ। ଆଗାମୀ ୬ରୁ ୭ ବର୍ଷ ମଧ୍ୟରେ ପୁନମଙ୍କ ଆକାଉଣ୍ଟକୁ ଲାଭ ବାବଦରେ ୧.୩୭ କୋଟି ଟଙ୍କା ପଠା ଯାଇଥିଲା। 

୨୦୨୫ ଅଗଷ୍ଟ ମାସରେ ଘୋଡ ଡୋଡ ରୋଡରେ ଜଲୀ ଆର୍କାଡେର ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ – ଏଲ୧୫ ଓ ଏଲ ୧୬ର ମାଲିକା ପୁନମଙ୍କୁ ଦିଆଯାଇଥିଲା। ଗୋଟିଏ ଦୋକାର ମୂଲ୍ୟ ୯୦ ଲକ୍ଷ ଓ ଆଉ ଗୋଟିଏର ଦାମ ଥିଲା ୧୬ ଲକ୍ଷ। ଅର୍ଥାତ ଦୁଇଟି ଦୋକାର ଦାମ ଥିଲା ୧.୦୬ କୋଟି ଟଙ୍କା। ଏନେଇ ଦସ୍ତାବିଜ ପ୍ରସ୍ତୁତ ହୋଇଥିଲା। କିନ୍ତୁ ତୁଷାରଙ୍କ ଆକାଉଣ୍ଟକୁ ଦୋକାନ ବିକ୍ରିର ଟଙ୍କା ଆସି ନଥିଲା।

ତୁଷାରଙ୍କ ଉପରେ ଚାପ ପକାଇ ପୁନମ ଏପରି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ଏହା ତୁଷାରଙ୍କ ପକ୍ଷରୁ ତାଙ୍କ ପାଇଁ କୌଣସି ଉପହାର ନଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଏତେ ସବୁ ଆର୍ଥିକ ଫାଇଦା ସତ୍ତ୍ୱେ ପୁନମ ନିୟମିତ ଭାବେ ତୁଷାରଙ୍କୁ ବ୍ଲାକମେଲ କରି ତାଙ୍କର ସବୁ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଥିଲେ। 

ଜାନୁଆରୀ ୩୧ ତାରିଖ ବିଳମ୍ବିତ ରାତିରେ ତୁଷାର ନିଜକୁ ଘରର ଗୋଟିଏ ରୁମରେ ବନ୍ଦ କରି ଦେଇଥିଲେ। ଏହାପରେ ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି କରି ଦେଇଥିଲେ। ତାଙ୍କୁ ତୁରନ୍ତ ମହାବୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ଫେବୃଆରୀ ୪ରେ ତୁଷାର ଆଖି ବୁଜିଥିଲେ।  

ଘରେ ଝିଅ ତନବୀଙ୍କ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତୁଷାର ଏପରି ଘଟଣା ଘଟାଇଛନ୍ତି। ସମ୍ଭବତଃ ଫେବୃଆରୀ ୪ରେ ତନବୀଙ୍କ ବାହାଘର ହୋଇଥାଆନ୍ତା। ଝିଅକୁ ତୁଷାର ବିଦାୟୀ ଜଣାଇ ଥାଆନ୍ତେ। କିନ୍ତୁ ନିଜେ ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି।

ଘଟଣା ଘଟିବାର ଗୋଟିଏ ସପ୍ତାହ ପୂର୍ବରୁ ପୁନମ ନାମକ ଜଣେ ମହିଳା ତାଙ୍କୁ ଫସାଇ ଦେଇଥିବା ତୁଷାର ନିଜ ଝିଅ ତନବୀଙ୍କୁ କହିଥିଲେ। ଏଥିସହ ଝିଅର ବାହାଘର ବେଳେ ପୁନମ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରିଥିଲେ। ଝିଅକୁ ଏହା ଜଣାଇବାର ଗୋଟିଏ ସପ୍ତାହ ପରେ ହିଁ ତୁଷାର ଜୀବନ ହାରିଛନ୍ତି। 

ଫେବୃଆରୀ ୪ରେ ତୁଷାର ଆଖି ବୁଜିଥିବା ବେଳେ ତାଙ୍କ ଝିଅ ତନବୀ ଫେବୃଆରୀ ୧୨ରେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଓ ଆର୍ଥି ତଥ୍ୟକୁ ବିଶ୍ଲେଷଣ କରି ପୁଲିସ୍‌ ରବିବାର ମଧ୍ୟାହ୍ନରେ ପୁନମଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ କରୁଛି। 

Gujarat