Advertisment

ଫ୍ୟାକ୍ଟ୍ରୀରେ ବିସ୍ଫୋରଣ, ୫ ମୃତ

ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Hemant Lenka
Blast

Blast

ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଗୋଟିଏ କେମିକାଲ ଫ୍ୟାକ୍ଟ୍ରୀର ରିଆକ୍ଟରରେ ବିସ୍ଫୋରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ବିସ୍ଫୋରଣରେ ଛିନଛତ୍ର ହୋଇଯାଇଥିବା ଫ୍ୟାକ୍ଟ୍ରୀରେ କିଛି ଲୋକ ଫସି ରହିଥିବା କୁହାଯାଉଛି।

Advertisment

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ଦାବି କରାଯାଇଛି ଯେ ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରୀ ଭିତରେ ୫୦ରୁ ଅଧିକ ଲୋକ ରହିଥିଲେ। ଯଦି ଏହା ସତ, ତା’ହେଲେ ଆଗକୁ ମୃତ୍ୟୁସଂଖ୍ୟା ଭୟଙ୍କର ଢଙ୍ଗରେ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ସାମ୍ନାକୁ ଆସିଥିବା ଫଟୋ ସମସ୍ତଙ୍କୁ ବିଚଳିତ କରିଛି। ବିସ୍ଫୋରଣରେ ବିଲଡିଂଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ମୃତାହତମାନେ କ୍ଷତାକ୍ତ ଅବସ୍ଥାରେ ଏଣେତେଣ ପଡ଼ିଛନ୍ତି।

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରୀର ଜଣେ ମ୍ୟାନେଜର ରହିଛନ୍ତି। କିନ୍ତୁ ଏହାକୁ ପ୍ରଶାସନ ପକ୍ଷରୁ ନିଶ୍ଚିତ କରାଯାଇ ନାହିଁ। ସେହିପରି କୁହାଯାଉଛି ଯେ ପ୍ରଥମେ ଫ୍ୟାକ୍ଟ୍ରୀରେ ନିଆଁ ଲାଗି ଯାଇଥିଲା।

ଏହାପରେ ବିସ୍ଫୋରଣ ହୋଇଥିଲା। ଫ୍ୟାକ୍ଟ୍ରୀରେ ଆଉ ରିଆକ୍ଟର ମଧ୍ୟ ରହିଛି। ସେଠାରେ ମଧ୍ୟ ବିସ୍ଫୋରଣ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ପ୍ରଶାସନ ପକ୍ଷରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

କିନ୍ତୁ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା, ସେକଥା ଏଯାଏ ଜଣାପଡ଼ିନି।

Telangana CM Blast