ସକାଳୁ ସକାଳୁ ବିସ୍ଫୋରଣରେ ଦୋହଲିଲା ନାଇଟ୍ କ୍ଲବ୍। ଚଣ୍ଡିଗଡର ଦୁଇଟି ନାଇଟ୍ କ୍ଲବ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ନାଇଟ୍ କ୍ଲବ ଗୁଡିକ ବଲିଉଡ ସିଙ୍ଗର ତଥା ରାପର୍ ବାଦଶାହଙ୍କର ବୋଲି ଜଣାପଡିଛି।
ଚଣ୍ଡିଗଡର ସେକ୍ଟର ୨୬ରେ ଥିବା ରାପର୍ ବାଦଶାହଙ୍କ ଦୁଇଟି ନାଇଟ୍ କ୍ଲବ ବାହାରେ ଆଜି ଭୋର ପ୍ରାୟ ୪ଟା ବେଳେ ଦୁଇଟି ବିସ୍ଫୋରଣ ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ସ୍ୱଦେଶୀ ବୋମା ବ୍ୟବହାର କରି ଏହି ବିସ୍ଫୋରଣର କରାଯାଇଥିବା କୁହାଯାଉଛି। ଏହି ଘଟଣା ପରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
Also Read
ଅନୁସନ୍ଧାନରୁ ଜଣାପଡିଛି ଯେ ଦୁଇଜଣ ଅଜ୍ଞାତ ବାଇକ୍ ଆରୋହୀ ସକାଳେ ଚଣ୍ଡିଗଡ଼ର ଦୁଇଟି ନାଇଟ୍ କ୍ଲବ୍ ନିକଟରେ ବୋମା ମାଡ଼ କରିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ବିସ୍ଫୋରଣ ଯୋଗୁ ନାଇଟ୍ କ୍ଲବର କବାଟ ଓ ଝରକା ଭାଙ୍ଗି ନଷ୍ଟ ହୋଇଯାଇଛି। ଚଣ୍ଡିଗଡ଼ ପୁଲିସର ଫୋରେନସିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଜି ତଥା ନଭେମ୍ବର ୨୬ରେ ଶେଷ ହେଉଛି।
National
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଗତକାଲି ରାତିରେ ଶକ୍ତିକାନ୍ତ ଦାସ ଛାତିରେ ଜଳାପୋଡା ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
National
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ନେଇ ସସ୍ପେନ୍ସ ଜାରି, ଆଜି ଇସ୍ତଫା ଦେବେ ଏକନାଥ
ମହାୟୁତିର ମହାବିଜୟ ପରେ ଏବେ ଚର୍ଚ୍ଚା, ସିଏମ୍ ସିଟରେ ବସିବ କିଏ? ବିଜେପି ପାଇଁ ବିଜୟର ଶ୍ରେୟ ଆଣିଥିବା ଦେବେନ୍ଦ୍ର ଫଡନାଭିସ୍, ମହାୟୁତିର ମହାନାୟକ ସାଜିଥିବା ଏକନାଥ ସିନ୍ଧେ ନା ବିଜୟର ଭାଗିଦାରୀ ଏନସିପିର ଅଜିତ ପାୱାର।
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।