Advertisment

ନୂଆଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଭୟଙ୍କର ବିସ୍ଫୋରଣ

ହମାସ ହମଲାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଲଗାତର ଭାବେ ଗାଜା ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଛି। ଇସ୍ରାଏଲର ଏପରି କଠୋର ଆକ୍ସନର ରିଆକ୍ସନ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳୁଛି।

Blast Spot

Blast Spot

Advertisment

ହମାସ ହମଲାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଲଗାତର ଭାବେ ଗାଜା ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଛି। ଇସ୍ରାଏଲର ଏପରି କଠୋର ଆକ୍ସନର ରିଆକ୍ସନ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳୁଛି।

Advertisment

ଇରାନ, ତୁର୍କୀ, ପାକିସ୍ତାନ ପରି ଦେଶରେ ଇସ୍ରାଏଲ ବିରୋଧରେ ନାରାବାଜି ହେଉଥିବା ବେଳେ ଭାରତରେ ବି ଦେଖିବାକୁ ମିଳିଛି ଏପରି ଆକ୍ରୋଶ। ଗତ ସନ୍ଧ୍ୟାରେ ନୂଆଦିଲ୍ଲୀର ହାଇ ପ୍ରୋଫାଇଲ ଅଞ୍ଚଳ ଚାଣକ୍ୟପୁରୀରେ ଥିବା ଇସ୍ରାଏଲର ଦୂତାବାସ ନିକଟ ଏକ ଖାଲି ପଡ଼ିଆରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏନେଇ ଜଣେ ବ୍ୟକ୍ତି ଫୋନ୍‌ କରି ଦିଲ୍ଲୀ ପୁଲିସ୍‌କୁ ଖବର ଦେଇଥିବା ବେଳେ ତାଙ୍କ ସନ୍ଧାନ କିନ୍ତୁ ମିଳି ପାରିନି।

ବିସ୍ଫୋରଣରେ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଅଂଚଳରେ ବିସ୍ଫୋରଣ ହୋଇଥିବାରୁ ଦିଲ୍ଲୀ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

Advertisment

ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ପୁଲିସର ଗୁଇନ୍ଦା ଟିମ୍, ଡଗ୍ ସ୍କ୍ୱାର୍ଡ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତନ୍ନତନ୍ନ ଯାଞ୍ଚ କରିଥିଲେ । ଏନଆଇଏ ଓ ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ। ତେବେ ଘଟଣାସ୍ଥଳରୁ ପୁଲିସ୍‌କୁ କୌଣସି ବିସ୍ଫୋରଣ ସାମଗ୍ରୀ ମିଳି ପାରିନି। ଫଳରେ ଏହା କେମିକାଲ ବିସ୍ଫୋରଣ ବୋଲି ବି ଏଡ଼ାଇ ଦିଆଯାଇ ନ ପାରେ।

ବିସ୍ଫୋରଣ ସ୍ଥଳ ନିକଟରୁ ଇସ୍ରାଏଲ ଦୂତାବାସକୁ ଲେଖାଥିବା ଏକ ଚିଠି ଘଟଣାସ୍ଥଳରୁ ମିଳିଛି । ଉକ୍ତ ଚିଠିରେ ଇସ୍ରାଏଲକୁ ଟାର୍ଗେଟ କରାଯାଇଥିବା ବେଳେ ପ୍ରତିଶୋଧ ନିଆଯିବ ବୋଲି ବି ଲେଖାଯାଇଛି। ତେବେ ଉକ୍ତ ଚିଠିକୁ କୌଣସି ବ୍ୟକ୍ତିବିଶେଷ ଲେଖି ନ ଥିବା ବେଳେ ତାହା ଟାଇପ୍‌ ହୋଇଛି। ଉକ୍ତ ଚିଠିକୁ ଯାଞ୍ଚ ପାଇଁ ଫରେନସିକ୍‌ ଲାବ୍‌କୁ ପଠାଯାଇଛି।

ବିସ୍ଫୋରଣ ପରେ ସେହି ଅଂଚଳକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଭାରତରେ ଥିବା ଇସ୍ରାଏଲ ନାଗରିକମାନଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନ ମଲ୍ କିମ୍ବା ମାର୍କେଟ୍ କୁ ଯିବାକୁ ବାରଣ କରାଯାଇଛି ।

ଏହି ବିସ୍ଫୋରଣ ପରେ ଇସ୍ରାଏଲ ଦୂତାବାସର ସମସ୍ତ କର୍ମଚାରୀ ଓ ଅଧିକାରୀ ସୁରକ୍ଷିତ ଥିବା ଦୂତାବାସର ଡେପୁଟି ଚିଫ୍‌ ଓହଦ ନକାଶ ସୂଚନା ଦେଇଛନ୍ତି।

Delhi Bomb Blast Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe