Advertisment

ଭଡ଼ା ଘରେ ତିଆରି ଚାଲିଥିଲା ଡ୍ରଗ୍ସ, ହେଲା ଭୟଙ୍କର ବିସ୍ଫୋରଣ

ଏହି ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

author-image
Madhupriya Mistry
Blast in Burari

Blast in Burari

ଭଡ଼ା ଘରେ ଚାଲିଥିଲା ନିଶା ଦ୍ରବ୍ୟ ତଥା ଡ୍ରଗ୍ସ ତିଆରି। ଏତିକି ବେଳେ ହେଲା ହଠାତ୍‌ ଭୟଙ୍କର ବିସ୍ଫୋରଣ। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ବୁରାଡି ଥାନା ଅଞ୍ଚଳରେ।

Advertisment

ପ୍ରକୃତରେ ଦିଲ୍ଲୀ ବୁରାଡି ଥାନାର ଓ୍ୱେଷ୍ଟ କମଲ ବିହାର ଅଞ୍ଚଳରେ ଥିବା ଏକ ଘରେ ଫେବ୍ରୁଆରୀ ୨୪ ତାରିଖ ଦିନ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ୨ ଜଣ ନାଇଜେରିଆ ନାଗରିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ପୁଲିସ ସୂଚନା ମୁତାବକ, ଫେବୃଆରୀ ୧୦ ତାରିଖ ଦିନ ନାଇଜେରିଆର ୪ ଜଣ ନାଗରିକ ପଶ୍ଚିମ କମଲ ବିହାରର ଏକ ଭଡା ଘରେ ରହିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ କ୍ରିଷ୍ଟେନ ଏବଂ କାମ୍ବ୍ରି ନାମକ ଦୁଇ ଜଣ ମହିଳା ମଧ୍ୟ ଥିଲେ। ଗତ ବର୍ଷ ଡିସେମ୍ବରରେ ଉଭୟଙ୍କ ଭିସା ଅବଧି ଶେଷ ହୋଇଯାଇଥିଲା। ତେବେ ଫେବ୍ରୁଆରୀ ୨୪ ତାରିଖ ଦିନ ଏମାନେ ରହୁଥିବା ଭଡା ଘରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇଜଣ ନାଇଜେରିୟ ନାଗରିକ ଜଳି ଯାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଯେ, ଏତେ ବଡ ଭୟଙ୍କର ବିସ୍ଫୋରଣ ଘଟିବା ପରେ ମଧ୍ୟ ଆଖପାଖର ଲୋକେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇନଥିଲେ। ଆହତଙ୍କ ଅବସ୍ଥା ଗୁରୁତର ହେବା ପରେ ଏମାନଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

Advertisment

ହସ୍ପିଟାଲ ପକ୍ଷରୁ ଉତ୍ତମନଗର ଥାନରେ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ପରେ ଏହି ପୂରା ଘଟଣା ବୁରାଡି ଅଞ୍ଚଳରେ ଜଣାପଡିବା ପରେ ବୁରାଡି ଥାନା ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ପରେ ଜଣାପଡିଥିଲା ଯେ, ଏହି ୪ ଜଣ ନାଗରିକ ଏକ ନିଛାଟିଆ ଅଞ୍ଚଳରେ ଭଡା ଘର ନେଇ ସେଠାରେ କିଛି ନିଶା ଦ୍ରବ୍ୟ ତିଆରି କରୁଥିଲେ। ଘଟଣା ଦିନ ରାତିରେ ନିଶା ଦ୍ରବ୍ୟ ତିଆରି ବେଳେ ସେଥିରେ କିଛି କେମିକାଲ ବ୍ୟବହାର କରାଯାଇଥିଲା। ଏଥିରେ ହିଁ ବିସ୍ଫୋରଣ ଘଟିଥିଲା।

ଏହି ମାମଲାରେ ପୁଲିସ ଆଇପିସି ଧାରା ୨୮୭/୩୦୪(ଏ)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଯାଞ୍ଚ ମଧ୍ୟ କରିଛି ପୁଲିସ। ଘଟଣାସ୍ଥଳରୁ ଏଫ୍‌ଏଲ୍‌ସି ଟିମ ନମୂନା ମଧ୍ୟ ସଂଗ୍ରହ କରିଛି। ସେପଟେ ଏହି ଘଟଣା ବିଷୟରେ ନାଇଜେରିଆ ଦୂତାବାସକୁ ସୂଚିତ କରାଯିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୁଲିସ।

Delhi Police Burari Blast In House Nigerian Citizens