Advertisment

କୋଲାକାତାରେ ବଡ଼ ବିସ୍ଫୋରଣ, ଜରି ଗୋଟାଳି ମୃତ

ଶନିବାର ଦିନ ୧.୪୫ରେ ହୋଇଥିବା ଏହି ବିସ୍ଫୋରଣ ପରେ ଚାରି ଆଡ଼େ ଆତଙ୍କ ଖେଳି ଯାଇଛି।

author-image
Hemant Lenka
Blast in central Kolkata

Blast in central Kolkata

କେନ୍ଦ୍ରୀୟ କୋଲାକାତାର ବ୍ଲୋଚମାନ ଷ୍ଟ୍ରିଟ ଓ ଏସ୍‌ଏନ ବାନାର୍ଜୀ ରୋଡକୁ ସଂଯୋଗ କରୁଥିବା ସ୍ଥାନରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ୫୮ ବର୍ଷୀୟ ଜରି ଗୋଟାଳିଙ୍କ ମୃତ୍ୟୁ ହୋଇଛି। ଶନିବାର ଦିନ ୧.୪୫ରେ ହୋଇଥିବା ଏହି ବିସ୍ଫୋରଣ ପରେ ଚାରି ଆଡ଼େ ଆତଙ୍କ ଖେଳି ଯାଇଛି।

Advertisment

ଘଟଣା ପରେ ତାଲିତାଲା ପୁଲିସ ଷ୍ଟେସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ଲୋଚମାନ ଷ୍ଟ୍ରିଟର ପ୍ରବେଶ ପଥରେ ସେମାନେ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଦେଖିଥିଲେ। ତୁରନ୍ତ ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀଙ୍କ ଟେପ୍‌ ଦ୍ୱାରା କର୍ଡନ କରାଯାଇଥିଲା। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମକୁ ଯାଞ୍ଚ ପାଇଁ ଡକାଯାଇଥିଲା।

ବୋମା ନିଷ୍କ୍ରିୟକାରୀ ଟିମ ଭଳ ଭାବେ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ପ୍ଲାଷ୍ଟିକ ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାପରେ ସେମାନଙ୍କ ନିର୍ଦ୍ଦେଶରେ ଉକ୍ତ ଅଞ୍ଚଳରେ ଯାତାୟାତ ପୁଣି ଆରମ୍ଭ କରାଯାଇଥିଲା। କାରଣ ଘଟଣା ପରେ ଏହି ରାସ୍ତାରେ ଯାତାୟାତ ବନ୍ଦ କରାଯାଇଥିଲା। ତେବେ ବିସ୍ଫୋରଣର କାରଣ ଏଯାଏ ଜଣାପଡ଼ିନି। ବିସ୍ଫୋରଣ କାହିଁକି ଓ କେମିତି ହେଲା, ତା’ର ଯାଞ୍ଚ ଫରେନ୍ସିକ ଟିମ ଆରମ୍ଭ କରିଛି।

Advertisment

ଅନ୍ୟପକ୍ଷରେ ବିସ୍ଫୋରଣରେ ଜରି ଗୋଟାଳି ବାପି ଦାସଙ୍କ ମୃତ୍ୟୁ ହୋଇଛି। ସେ ଉକ୍ତ ସ୍ଥାନ ଦେଇ ଯାଉଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ବାପି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଏନଆରଏସ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ବିସ୍ଫୋରଣ ଉପରେ ପ୍ରତିକ୍ରିୟା ଦେଇ ବେଙ୍ଗଲ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଘଟଣାର ତଦନ୍ତ ଏନଆଇଏ ଦ୍ୱାରା କରିବାକୁ ଦାବି କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଫଳ ହୋଇଥିବା ସେ କହିଛନ୍ତି।

Bomb Blast Kolkata Kolkata Police