Advertisment

Blast in Delhi: ଭ୍ୟାନ୍‌ ନୁହେଁ, ଆଇ-୨୦ କାର୍‌ରେ ହୋଇଥିଲା ବିସ୍ଫୋରଣ

ଫରେନ୍ସିକ ଟିମ ଯାଞ୍ଚ କରିବା ପରେ ଇକୋ ଭ୍ୟାନ୍‌ରେ ବିସ୍ଫୋରଣ ହୋଇଥିବା ଖବରକୁ ଖଣ୍ଡନ କରିଛି। ଫରେନ୍ସିକ ଟିମ ଜାଣିବାକୁ ପାଇଛି ଯେ ବିସ୍ଫୋରଣ ଗୋଟିଏ ହୁଣ୍ଡାଇ ଆଇ୨୦ କାରରେ ହୋଇଛି। ବିସ୍ଫୋରଣ ବେଳେ କାରରେ ୩ ଜଣ ଲୋକ ରହିଥିଲେ। ଗାଡ଼ିର ପଛ ପାଖରେ ହିଁ ବିସ୍ଫୋରଣ ହୋଇଥିଲା।

author-image
Hemant Lenka
Blast23

ବିସ୍ଫୋରଣ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ନେଇ ବଡ଼ ତଥ୍ୟ ଦେଇଛି ଫରେନ୍ସିକ ଟିମ। ପ୍ରଥମେ କୁହାଯାଇଥିଲା ଯେ ଗୋଟିଏ ସିଏନଜି ଚାଳିତ ଇକୋ ଭ୍ୟାନ୍‌ରେ ବିସ୍ଫୋରଣ(Blast) ହେବାରୁ ଏତେ ବଡ଼ ଘଟଣା ଘଟିଛି। କିନ୍ତୁ ବିସ୍ଫୋରଣ ଭ୍ୟାନ୍‌ ନୁହେଁ, କାରରେ ହୋଇଥିଲା ବୋଲି ଫରେନ୍ସିକ ଟିମ ସ୍ପଷ୍ଟ କରିଛି। 

Advertisment

ଆଜି ସନ୍ଧ୍ୟାରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏନଏସଜି କମାଣ୍ଡୋଙ୍କ ଠାରୁ ଆରମ୍ଭ କରି ଏନଆଇଏ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।

ଫରେନ୍ସିକ ଟିମ ଯାଞ୍ଚ କରିବା ପରେ ଇକୋ ଭ୍ୟାନ୍‌ରେ ବିସ୍ଫୋରଣ(Blast In Delhi) ହୋଇଥିବା ଖବରକୁ ଖଣ୍ଡନ କରିଛି। ଫରେନ୍ସିକ ଟିମ ଜାଣିବାକୁ ପାଇଛି ଯେ ବିସ୍ଫୋରଣ ଗୋଟିଏ ହୁଣ୍ଡାଇ ଆଇ୨୦ କାରରେ ହୋଇଛି। ବିସ୍ଫୋରଣ ବେଳେ କାରରେ ୩ ଜଣ ଲୋକ ରହିଥିଲେ। 

Advertisment

ଗାଡ଼ିର ପଛ ପାଖରେ ହିଁ ବିସ୍ଫୋରଣ ହୋଇଥିଲା। ତେବେ ଘଟଣା ସ୍ଥଳରୁ କୌଣସି ପ୍ରକାରର ବୋମା ବିସ୍ଫୋରଣ ପରେ ସାମ୍ନାକୁ ଆସୁଥିବା କ୍ରାଟେର୍ସ ମିଳିନାହିଁ। ସେହିପରି କୌଣସି ମୃତାହତଙ୍କ ଶରୀରରୁ କଣ୍ଟା କିମ୍ବା ତାର ମଧ୍ୟ ମିଳିନାହିଁ। ମୃତାହତଙ୍କ ଶରୀରେ ପୋଡ଼ି ହେବାର ମଧ୍ୟ ଚିହ୍ନ ନାହିଁ ବୋଲି ଫରେନ୍ସିକ ଟିମ ସ୍ପଷ୍ଟ କରିଛି। ସ୍ପେଶାଲ ଟିମ ସହ ମିଶି ଫରେନ୍ସିକ ଟିମ ବିସ୍ଫୋରଣ ହୋଇଥିବା କାରର ରେଜିଷ୍ଟ୍ରେସନ ନମ୍ବର ଠାବ କରିବାକୁ ଚେଷ୍ଟା ଜାରି ରଖିଛି। 

ଦିଲ୍ଲୀ ପୁଲିସ୍‌ କମିଶନର ସତୀଶ ଗୋଲଚାଙ୍କ କହିବା କଥା ଯେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ହୋଇଥିଲା। ଏଠାରେ ଥିବା ଟ୍ରାଫିକ ପାଖରେ ହିଁ ବିସ୍ଫୋରଣ ହୋଇଛି। ଟ୍ରାଫିକର ରେଡ ଲାଇଟ(Delhi)ରେ ଗୋଟିଏ କାର(ଆଇ୨୦) ଧୀରେଧୀରେ ଆସି ଅଟକିବା ପରେ ସେଥିରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ କାରରେ କିଛି ଯାତ୍ରୀ ମଧ୍ୟ ରହିଥିଲେ। 

ସେ କହିଛନ୍ତି, “ଆଜି ପ୍ରାୟ ସନ୍ଧ୍ୟା ୬.୫୨ରେ ଗୋଟିଏ ଗାଡ଼ି ଧିମା ଗତିରେ ଆସି ରେଡ ଲାଇଟ୍‌ ଯୋଗୁ ଟ୍ରାଫିକରେ ଅଟକିଥିଲା। ଗାଡ଼ିଟି ଅଟକିବା କ୍ଷଣି ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ହୋଇଥିବା ଗାଡ଼ି ସମେତ ଆଖପାଖରେ ଥିବା କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକାଧିକ ଗାଡ଼ି ମଧ୍ୟ ଜଳି ଯାଇଛି।

ଏଫଏସଲ, ଏନଆଇଏ ଠାରୁ ଆରମ୍ଭ କରି ସବୁ ଏଜେନ୍ସି ଘଟଣା ସ୍ଥଳରେ ଯାଞ୍ଚ କରୁଛନ୍ତି। କିଛି ଲୋକ ପ୍ରାଣ ହରାଥିବା ବେଳେ ଆଉ କିଛି ଆହତ ହୋଇଛନ୍ତି। ସ୍ଥିତି ଉପରେ ନଜର ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଆମ ସହ କଥା ହୋଇଛନ୍ତି। ତାଙ୍କ ସହ ସବୁ କଥା ଶେୟାର କରାଯାଇଛି।”  

ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଷ୍ଟ୍ରିଟ ଲାଇଟ ମଧ୍ୟ ଦୋହଲି ଯାଇଥିଲା। ତେଣୁ ବିସ୍ଫୋରଣ ପାଇଁ ବିପୁଳ ପରିମାଣର ଅତ୍ୟାଧୁନିକ ବିସ୍ଫୋରକ ବ୍ୟବହାର କରାଯାଇଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଏହା କୌଣସି ସାଧାରଣ ବିସ୍ଫୋରଣ ନଥିଲା ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି। କିନ୍ତୁ ଏଯାଏ କୌଣସି ଏଜେନ୍ସି ଏହାକୁ ଆତଙ୍କବାଦୀ ହମଲା ଭାବେ ବିବେଚନା କରି ନାହାନ୍ତି। 

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ ଯୋଗେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି। ଶ୍ରୀ ଶାହ ସ୍ଥିତି(Blast) ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି।

ସେହିପରି ଏନଆଇଏ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଥିବା ନିଜେ ଶ୍ରୀ ଶାହ କହିଛନ୍ତି। ସେହିପରି ସେ ମଧ୍ୟ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଘଟଣା ପରେ ଦିଲ୍ଲୀ, ମୁମ୍ବାଇ, ଉତ୍ତର ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। 

Delhi Blast Blast In Delhi