Advertisment

ଫ୍ୟାକ୍ଟ୍ରିରେ କାମ ବେଳେ ହେଲା ବିସ୍ଫୋରଣ; ୩ ମୃତ, ୬ ଗୁରୁତର

ଫ୍ୟାକ୍ଟ୍ରିରେ ୯ ଜଣ କାର୍ଯ୍ୟରତ ଥିବା ବେଳେ ହଠାତ ଆଜି ଭୋର ପ୍ରାୟ ସାଢେ ୩ଟାରେ ଏହି ବିସ୍ଫୋରଣ ଘଟିଥିଲା।

Blast

Blast

Advertisment

ରାଜଧାନୀ ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଫ୍ୟାକ୍ଟ୍ରିରେ ୯ ଜଣ କାର୍ଯ୍ୟରତ ଥିବା ବେଳେ ହଠାତ ଆଜି ଭୋର ପ୍ରାୟ ସାଢେ ୩ଟାରେ ଏହି ବିସ୍ଫୋରଣ ଘଟିଥିଲା। ଏନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହାପରେ ଫ୍ୟାକ୍ଟ୍ରିରୁ ୩ ମୃତଦେହ ବାହାର କରାଯାଇଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଫ୍ୟାକ୍ଟ୍ରିରେ ଏକ ପାଇପ୍‌ରେ ଗ୍ୟାସ୍‌ ଲିକ୍‌ ହେବାରୁ ଏପରି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ନିଆଁ ଆଖପାଖ ବିଲ୍ଡିଂକୁ ବ୍ୟାପିବା ଆଶଙ୍କା ଥିବାରୁ ତୁରନ୍ତ ସେ ସବୁକୁ ଖାଲି କରି ଦିଆଯାଇଥିଲ। ମାତ୍ର ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ କାବୁ କରି ପାରିଥିଲେ। ଏବେ ପୁଲିସ୍‌ ଏହି ଘଟଣାର ଛାନଭିନ ଆରମ୍ଭ କରିଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe