Advertisment

ପ୍ରାର୍ଥନା ବେଳେ ଘଟିଲା ବିସ୍ଫୋରଣ, ଜଣେ ମୃତ

ବିସ୍ଫୋରଣରେ ୨୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
blast in kerala convention-centre

blast in kerala convention-centre

ପ୍ରାର୍ଥନା ଚାଲିଥିବା ବେଳେ ଫୁଟିଲା ବୋମା। କନ୍‌ଭେନସନ୍‌ ସେଣ୍ଟରରେ ଘଟିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛି। କେରଳର ଏର୍ଣ୍ଣାକୁଲମ କଲାମାସେରିରେ ଘଟିଛି ଏଭଳି କିଛି ଘଟଣା।

Advertisment

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, କଲାମାସେରି ସ୍ଥିତ ଏହି କନ୍‌ଭେସନ୍‌ ସେଣ୍ଟରରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ। ଏତିକି ବେଳେ ବିସ୍ଫୋରଣ ହୋଇଥିଲା। ତେବେ ଏହି ବିସ୍ଫୋରଣ କିପରି ଘଟିଲା ଏବଂ ଏହାର କାରଣ କ'ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ବିସ୍ଫୋରଣ ଘଟିବା ସମୟରେ ଉକ୍ତ କନ୍‌ଭେନସନ୍‌ ହଲରେ ଦୁଇ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ।

ବିସ୍ଫୋରଣରେ ୨୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇଛି ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମୃତଦେହକୁ ମଧ୍ୟ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକ ଜଣକ ଜଣେ ମହିଳା ବୋଲି ଜଣାପଡିଛି। ଆଗକୁ ଆହୁରି ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ରବିବାର ଏଠାରେ ୟହୋବା ସକ୍ଷୀଙ୍କ(ଖ୍ରୀଷ୍ଟିଆନ୍‌ ଧର୍ମର ଏକ ସମ୍ପ୍ରଦାୟ) ପ୍ରାର୍ଥନା ସଭା ଚାଲିଥିଲା। ଏତିକି ବେଳେ ହଲ୍‌ ଭିତରେ ପାଖାପାଖି ତିନୋଟି ବିସ୍ଫୋରଣ ହୋଇଛି। ତେବେ ଏହି ବିସ୍ଫୋରଣ କିଭଳି ହେଲା ସେ ନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି।  ସୂଚନା ପାଇବା ପରେ ଫରେନସିକ ସାଇନ୍ସ ଲାବ୍ରୋରେଟାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି ।

Advertisment

ପୋଲିସ ଅଞ୍ଚଳକୁ ଚାରିଆଡୁ କର୍ଡନ କରି ତଦନ୍ତ ଜାରି ରଖିଛି। ସେପଟେ ବିସ୍ଫୋରଣ ପରେ କେରଳ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ବିସ୍ଫୋରଣରେ ଆହାତ ହୋଇଥିବା ଲୋକଙ୍କୁ ସବୁ ପ୍ରକାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରମାନଙ୍କୁ ଡ୍ୟୁଟିରେ ଆସିବାକୁ କହିଛନ୍ତି। ତେବେ ଏହି ସିରିୟଲ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଛି।

ଅନ୍ୟପଟେ ଏହି ବିସ୍ଫୋରଣ ଖବର ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ଆମେ ଘଟଣା ସହ ଜଡ଼ିତ ବିବରଣୀ ସଂଗ୍ରହ କରୁଛି। ସମସ୍ତ ବରିଷ୍ଠ ଅଧିକାରୀ ଏର୍ଣ୍ଣାକୁଲମରେ ଅଛନ୍ତି। ଡିଜିପି ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ଏହାକୁ ଆମେ ବହୁତ ଗମ୍ଭୀରତାର ସହ ନେଉଛି। ଅନୁସନ୍ଧାନ ପରେ ବିସ୍ଫୋରଣ ନେଇ ଅଧିକ ସୂଚନା ମିଳିବ ବୋଲି ସେ କହିଛନ୍ତି।

Bomb Blast Kerala