Advertisment

ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ

ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।

author-image
Hemant Lenka
Blood

Blood

ସବୁ କିଛି ସ୍ୱାଭାବିକ ରହିଥିଲା। ହେଲେ ହଠାତ୍‌ ରାସ୍ତାରେ ନାଲି ରଙ୍ଗର ପାଣି ବହିବାକୁ ଲାଗିଲା। ଡ୍ରେନ ଭିତରୁ ରକ୍ତ ରଙ୍ଗର ପାଣି ବାହାରିବା ସହ ପୂରା ଅଞ୍ଚଳକୁ ଯାଇଥିଲା। ଏଥିରୁ ଅଲଗା ପ୍ରକାରର ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା।

Advertisment

ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ। ହାଇଦ୍ରାବାଦର ଜେଡିମେଟଲା ଶିଳ୍ପାଞ୍ଚଳ ଅନ୍ତର୍ଗତ ଭେଙ୍କଟଦ୍ରି ନଗର ଅଞ୍ଚଳରେ ରାସ୍ତାରେ ବହି ଚାଲିଥିବା ସନ୍ଦିଗ୍ଧ ରକ୍ତର ସ୍ରୋତ ଦେଖି ସମସ୍ତେ ଭୟଭୀତ ହୋଇପଡ଼ିଥିଲେ।

ରାସ୍ତାରେ ଥିବା ଗୋଟିଏ ଡ୍ରେନ ମଧ୍ୟରୁ ଏହା ବାହାରୁଥିବା ଲୋକମାନେ ଅନେକ କିଛି ଆଶଙ୍କା କରିବାରେ ଲାଗିଥିଲେ। ନାଲି ରଙ୍ଗର ପାଣି ରାସ୍ତାରେ ବହି ଚାଲିଥିବା ବେଳେ ଏଥରୁ ବାହାରୁଥିବା ଦୁର୍ଗନ୍ଧ ଲୋକଙ୍କ ସମସ୍ୟା ଦୁଇ ଗୁଣ କରିଥିଲା। ସେମାନେ ଶ୍ୱାସକ୍ରିୟାରେ କଷ୍ଟ ମଧ୍ୟ ଅନୁଭବ କରିଥିଲେ।

Advertisment

ଏପରି ସ୍ଥିତି ବେଶ କିଛି ଘଣ୍ଟା ଲାଗି ରହିବାରୁ ସ୍ଥାନୀୟ ଲୋକମାନେ ପୌରପାଳିକା ଅଧିକାରୀଙ୍କୁ ଖବର ଦେଇଥିଲେ। ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନାଲି ରଙ୍ଗର ପାଣି ରକ୍ତ ନୁହେଁ ବୋଲି ନିଶ୍ଚିତ କରିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କୁ ଅଧିକାରୀମାନେ କହିଛନ୍ତି ଯେ ନାଲି ରଙ୍ଗର ପାଣି ନିକଟସ୍ଥ ଶିଳ୍ପ କାରଖାନାରୁ ନିର୍ଗତ କେମିକାଲ। କାରଖାନାରୁ ନିର୍ଗତ କେମିକାଲ ନାଲି ପାଣିର ରୂପ ନେଇ ରାସ୍ତାରେ ବହିଛି। ଏଥିରେ ଭୟଭୀତ ହେବାର କିଛି କାରଣ ନଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ତେବେ କିଛି କାରଖାନା ସିଧାସଳଖ କେମିକାଲ୍ସ ଡ୍ରେନକୁ ଛାଡ଼ି ଦେଉଥିଲା ହେଁ ଏହା ବିରୋଧରେ ପୌରପାଳିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଡ୍ରେନରେ ଆବର୍ଜନା ପାଣି ଓଭରଫ୍ଲୋ ହେବାରୁ ନାଲି ରଙ୍ଗର ଲିକ୍ୟୁଇଡ ରାସ୍ତାରେ ବହିଛି। ଏଥିଯୋଗୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ।

Hyderabad