Advertisment

କୁଏତରୁ ୪୫ ମୃତଦେହ ନେଇ କେରଳରେ ପହଞ୍ଚିଲା ବାୟୁସେନା ବିମାନ

କୁଏତ ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି।

Indian Air Force

Indian Air Force

Advertisment

କୁଏତରେ ପ୍ରାଣ ହରାଇଥିବା ୪୫ ଜଣ ଭାରତୀୟଙ୍କ ମୃତଦେହ ନେଇ କେରଳରେ ପହଞ୍ଚିଲା ବାୟୁସେନା ବିମାନ। ଆଜି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ସମସ୍ତ ମୃତଦେହକୁ ନେଇ କେରଳରେ ପହଞ୍ଚିଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦.୩୦ ସମୟରେ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ମୃତଦେହ ନେଇ ଆସିଥିବା ବାୟୁସେନା ବିମାନ। ଏନେଇ କେନ୍ଦ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ ସ୍ପଷ୍ଟ କରିଛନ୍ତି। 

ସେପଟେ, ବିମାନ ଅବତରଣ କରିବା ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଥିଲେ। ଏହାପୂର୍ବରୁ କୋଚିନ୍ ବିମାନ ବନ୍ଦରରେ ପୋଲିସ ଏବଂ ଆମ୍ବୁଲାନ୍ସ ଦଳ ମଧ୍ୟ ନିୟୋଜିତ ହୋଇଥିଲା।

Advertisment

ପ୍ରକାଶ ଥାଉକି, ବୁଧବାର ରାତିରେ କୁଏତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏକ ଛଅ ମହଲା କୋଠାରେ ନିଆଁ ଲାଗିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪୫ ଜଣ ଭାରତୀୟ ଥିବାବେଳେ ସର୍ବାଧିକ କେରଳର ଲୋକ ଅଛନ୍ତି।

ସମସ୍ତ ମୃତକମାନଙ୍କ ବୟସ ୨୦ରୁ ୫୦ ବର୍ଷ ହେବ ବୋଲି କୁହାଯାଉଛି। ସମସ୍ତେ ଶୋଇଥିବା ସମୟରେ ରୋଷେଇ ଘରୁ ନିଆଁ ଲାଗି ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ମୃତକମାନେ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ଛଅ ମହଲା କୋଠାଟି ମଧ୍ୟ ଶ୍ରମିକମାନଙ୍କ ରହିବା ପାଇଁ ତିଆରି ହେଉଥିଲା। କୁଏତର ସବୁଠୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ ଏହି କୋଠା ନିର୍ମାଣ କରୁଥିଲା। 

Indian Air Force Kuwait Fire Indians In Kuwait
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe