Advertisment

ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି

୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।

Assam Coal Mine Mishap

Assam Coal Mine Mishap

Advertisment

ଆସାମର କୋଇଲା ଖଣିରୁ ଉଦ୍ଧାର ହେଲା ଆଉ ୩ଜଣ ଶ୍ରମିକଙ୍କ ମୃତଦେହ। ରାଜ୍ୟର ଦିମା ହସାଓ ଜିଲ୍ଲାର ଉମ୍ରାଙ୍ଗସୋରେ ଥିବା ବେଆଇନ କୋଇଲା ଖଣିରେ ପ୍ରାୟ ୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ସୋମବାର ଏହି ଅଘଟଣ ଫଳରେ ଖଣି ଭିତରେ ୯ ଜଣ ଶ୍ରମିକ ଫସିଯାଇଥିଲେ।

Advertisment

ଏହାପରେ ସେଠାରେ ଭାରତୀୟ ନୌସେନା, ଏନଡିଆରଏଫ୍, ଏସଡିଆରଏଫ ଓ ଦମକଳ ବାହିନୀର ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ଖୋଜାଖୋଜି ପରେ ଗତ ବୁଧବାର ଦିନ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ଆଜି ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ପରେ ମୋଟ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏବେ ବି ୫ ଜଣ ଶ୍ରମିକଙ୍କ ପତ୍ତା ମିଳିନାହିଁ।

ତେବେ ଆଜି ଉଦ୍ଧାର ହୋଇଥିବା ତିନି ମୃତ ଶ୍ରମିକଙ୍କ ମଧ୍ୟରୁ ଜଣେ ଲିଗେନ ମଗର (୨୭) ବୋଲି ଜଣାପଡ଼ିଛି। ସେ ଦିମା ହସାଓ ଜିଲ୍ଲାର ବାସିନ୍ଦା। ଅନ୍ୟ ଦୁଇଜଣଙ୍କ ପରିଚୟ ଏବେ ସୁଦ୍ଧା ମିଳିନାହିଁ। ୩୧୦ ଫୁଟ ଗଭୀର ଖଣି ଭିତରୁ ଏବେ ମଧ୍ୟ ପାଣି ବାହାର କରିବା ପ୍ରକ୍ରିୟା ଜାରି ରହିଛି। ONGC ଓ କୋଲ୍ ଇଣ୍ଡିଆ ଆଣିଥିବା ସ୍ୱତନ୍ତ୍ର ମେସିନ ସହାୟତାରେ ଖଣିକୁ ଶୁଖାଇବା ପ୍ରକ୍ରିୟା ଚାଲିଛି।

Advertisment

ଉଲ୍ଲେଖ ଯୋଗ୍ୟ, ଏହି ଖଣି ଗତ ୧୨ ବର୍ଷ ହେବ ବନ୍ଦ ଥିଲା ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଥିଲେ। ଏହା ତିନି ବର୍ଷ ପୂର୍ବରୁ ଆସାମ ଖଣିଜ ବିକାଶ ନିଗମ ଅଧିନରେ ଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ବେଆଇନ ଖଣି ନୁହେଁ, ହେଲେ ଏହା ପରିତ୍ୟକ୍ତ ଥିଲା। ଦୀର୍ଘ ଦିନ ଧରି ଏହା ପରିତ୍ୟକ୍ତ ଭାବେ ପଡ଼ି ରହିବା ପରେ ସେଦିନ ପ୍ରଥମ ଥର ଶ୍ରମିକମାନେ ଖନନ ପାଇଁ ତା ଭିତରକୁ ପଶିଥିଲେ। ସେମାନଙ୍କର ମୁଖ୍ୟ ସର୍ଦ୍ଦାରକୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା। ଅନ୍ୟପଟେ ଏହି ପ୍ରସଙ୍ଗରେ ସରକାରକୁ ଘେରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ।

Assam Mines Mishap Mine Accident Umrangsu Coal Mine Umrangsu Mine Of Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe