Advertisment

ଭ୍ୟାନ୍‌ରୁ ମିଲିଲା ଦୁଇ ପୁଲିସକର୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଭ୍ୟାନ୍‌ରେ ଥିବା ପୁଲିସକର୍ମୀ ଟ୍ରେନିଂ ସେଣ୍ଟରକୁ ଯାଉଥିଲେ।

author-image
Madhupriya Mistry
Policemen Found Dead

Policemen Found Dead

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭ୍ୟାନ୍‌ ଭିତରୁ ମିଳିଲା ଦୁଇ ପୁଲିସ କର୍ମୀଙ୍କ ମୃତଦେହ। ଉଭୟଙ୍କ ଦେହରେ ଗୁଳି ବାଜିଛି। ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଛି।

Advertisment

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଉଧମପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ କାଲି ମାତା ମନ୍ଦିର ବାହାରେ ପୁଲିସ ଭ୍ୟାନ୍‌ ଭତରୁ ଦୁଇଜଣ ପୁଲିସ କର୍ମଚାରୀଙ୍କ ମୃତଦେହ ମିଳିଛି। ସେମାନଙ୍କ ଦେହରେ ଗୁଳିମାଡ଼ ଚିହ୍ନ ରହିଛି। ବୋଧହୁଏ ଦୁଇ ପୁଲିସକର୍ମୀ ପରସ୍ପର ଉପରକୁ ଗୁଳି ମାଡ଼ କରିବା ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ଘଟଣାରେ AK-47 ବନ୍ଧୁକର ବ୍ୟବହାର କରାଯାଇଛି। ସେହିପରି ଆଉ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଉଧମପୁର ଏସଏସପି ଆମୋଦ ନାଗପୁରେ କହିଛନ୍ତି।

Advertisment

ଯେଉଁ ପୁଲିସ ଭ୍ୟାନ୍‌ର ଦୁଇ ଜଣ ପୁଲିସ କର୍ମୀଙ୍କ ମୃତଦେହ ମିଳିଛି ତାହା ସପୋର୍‌ର ତଲଓ୍ୱାଡ ଯାଉଥିଲା। ଭ୍ୟାନ୍‌ରେ ଥିବା ପୁଲିସକର୍ମୀ ଟ୍ରେନିଂ ସେଣ୍ଟରକୁ ଯାଉଥିଲେ। ତେବେ ରାସ୍ତାରେ କୌଣସି ବିବାଦ ଯୋଗୁ ପରସ୍ପର ଝଗଡ଼ା ହୋଇଥିଲେ ପୁଲିସ କର୍ମୀ। ଏହାରେ ପରସ୍ପର ଉପରକୁ ଗୁଳିମାଡ଼ରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ତେବେ ମାମଲାର ତଦନ୍ତ ଶେଷ ହେବା ପରେ ହିଁ କିଏ ପ୍ରଥମେ ଗୁଳିମାଡ଼ କରିଥିଲା ଓ କାହିଁକି ତାହା ଜଣାପଡିବ ବୋଲି ଏସ୍‌ଏସ୍‌ପି କହିଛନ୍ତି।

Jammu Kashmir Police Man Found Dead