Advertisment

ନାବାଳିକା ଘରୋଇ ସହାୟିକାଙ୍କ ମୃତଦେହ ଉଦ୍ଧାର, ଦେହରେ ଖାଲି ଚେଙ୍କ ଚିହ୍ନ

ଘରେ କାମ କରିବାକୁ ରହିଥିବା ନାବାଳିକାଙ୍କୁ ଦିଆଗଲା ଅକଥନୀୟ ନିର୍ଯାତନା। କେତେବେଳେ ଗରମ ଲୁହା ଚେଙ୍କ ତ କେତେବେଳେ ଦେଲେ ସିଗାରେଟ ଚେଙ୍କ । ଆଉ ଶେଷରେ ତା’ ଜୀବନ ନେଇଗଲେ ନିଷ୍ଠୁର ଦମ୍ପତି।

Minor Girl

Minor Girl

Advertisment

ଘରେ କାମ କରିବାକୁ ରହିଥିବା ନାବାଳିକାଙ୍କୁ ଦିଆଗଲା ଅକଥନୀୟ ନିର୍ଯାତନା। କେତେବେଳେ ଗରମ ଲୁହା ଚେଙ୍କ ତ କେତେବେଳେ ଦେଲେ ସିଗାରେଟ ଚେଙ୍କ । ଆଉ ଶେଷରେ ତା’ ଜୀବନ ନେଇଗଲେ ନିଷ୍ଠୁର ଦମ୍ପତି। ଏପରି ଏକ ଲୋମଟାଙ୍କୁରା ଘଟଣା ଚେନ୍ନାଇରେ ଘଟିଛି। ଏହି ମାମଲାରେ ପୁଲିସ୍‌ ଏକ ଦମ୍ପତିଙ୍କୁ ଗିରଫ କରିଛି।

Advertisment

ଗିରଫ ଦମ୍ପତିହେଲେ ମୋହମ୍ମଦ ନିଶାଦ ଓ ନାସିୟା। ମୃତା ନାବାଳିକାଙ୍କ ପିତା ନ ଥିବା ବେଳେ ମା’ ତଞ୍ଜାବୁର ଜିଲ୍ଲାରେ ରହୁଥିଲେ। ସେ ନିଜ ଝିଅକୁ କାମ କରିବା ନିମନ୍ତେ ଚେନ୍ନାଇରେ ଉକ୍ତ ଦମ୍ପତିଙ୍କ ନିକଟରେ ଛାଡ଼ିଥିଲେ। ମାତ୍ର ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା।

ଅଭିଯୁକ୍ତ ଦମ୍ପତି ସାମାନ୍ୟ କଥାରେ ତାଙ୍କୁ ପ୍ରବଳ ମାରପିଟ କରୁଥିଲେ, ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିଲେ। ଏହାପରେ ସେମାନେ ତାଙ୍କୁ ପିଟି ପିଟି ହତ୍ୟା କରି ନିଜ ବାଥ୍‌ରୁମ୍‌ରେ ଛାଡ଼ି ପଳାଇଥିଲେ ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମୃତଦେହର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ତଥା ଚେଙ୍କ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏହାପରେ ପୁଲିସ୍‌ ବହୁ ଖୋଜାଖୋଜି କରି ଅଭିଯୁକ୍ତ ଦମ୍ପତିଙ୍କୁ ବାନ୍ଧିଛି।

Minor Murdered Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe