Advertisment

ବିଜେପି ଅଫିସ୍‌ ଭିତରେ ମିଳିଲା ନେତାଙ୍କ ମୃତଦେହ, ମହିଳା ଗିରଫ

ବିଜେପି ଅଫିସ ଭିତରୁ ଯେଉଁ ଦଳୀୟ ନେତାଙ୍କ ମୃତଦେହ ମିଳିଛି ସେ ହେଲେ ପୃଥ୍ୱୀରାଜ ନସ୍କର। ସେ ଦଳର ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିଲେ।

Dead Body

Dead Body

Advertisment

ବିଜେପି କାର୍ଯ୍ୟାଳୟ ଭିତରେ ମିଳିଲା ଜଣେ ନେତାଙ୍କ ମୃତଦେହ। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଛି। ତାଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାର ଉସ୍ଥିରୁ ସାମ୍ନାକୁ ଆସିଛି ଏଭଳି କିଛି ଆଶ୍ଚର୍ଯ୍ୟଜନକ ମାମଲା।

Advertisment

ବିଜେପି ଅଫିସ ଭିତରୁ ଯେଉଁ ଦଳୀୟ ନେତାଙ୍କ ମୃତଦେହ ମିଳିଛି ସେ ହେଲେ ପୃଥ୍ୱୀରାଜ ନସ୍କର। ସେ ଦଳର ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିଲେ। ଶୁକ୍ରବାର ରାତିରେ ତାଙ୍କ ମୃତଦେହ ପାର୍ଟି ଅଫିସରେ ମିଳିଥିଲା। ତାଙ୍କ ପରିବାର ଲୋକଙ୍କ କହିବା କଥା ସେ ନଭେମ୍ବର ୫ ତାରିଖରୁ ନିଖୋଜ ଥିଲେ।

ସେପଟେ ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସକୁ ଘେରିଛି ବିଜେପି। ତେବେ ପୁଲିସ କହିଛି ଯେ ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାର କାରଣ ଜାଣିବା ପାଇଁ ଉଦ୍ୟମ ଚାଲିଛି। ଗିରଫ ମହିଳା ଜଣକ ପୃଥ୍ୱୀରାଜ ନସ୍କରଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ସ୍ୱୀକାର କରିଛି। ଏହି କାରଣ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା ଏହି ମାମଲାରେ ଆଉ କିଏ ସାମିଲ ଅଛନ୍ତି ନା ନାହିଁ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Advertisment

ଏହାପୂର୍ବରୁ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତାଙ୍କୁ ମଧ୍ୟ ପିଟିପିଟି ହତ୍ୟା କରାଯାଇଥିଲା। ରାତିରେ ସେ ଘରକୁ ଫେରୁଥିବା ବେଳେ ବୋଲପୁର ସହର ନିକଟ ପାରଲଡଙ୍ଗା ଠାରେ କିଛି ଲୋକେ ୪୦ ବର୍ଷିୟ ସମୀର ଥାଣ୍ଡରଙ୍କ ଉପରକୁ ଆକ୍ରମଣ କରିଥିଲେ। ସେ କଙ୍କାଳିତାଲା ପଞ୍ଚାୟତର ସଦସ୍ୟ ଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି।

West Bengal Woman Arrested BJP Leader Body Found
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe