Advertisment

କୋର୍ଟଙ୍କ ବଡ଼ ରାୟ: ଶରୀରକୁ ନେଇ ସ୍ୱାମୀଙ୍କ ସମ୍ପର୍କୀୟ ଆକ୍ଷେପ କରିବା ଘରୋଇ ହିଂସା

ସ୍ୱାମୀଙ୍କ ସମ୍ପର୍କୀୟମାନେ ଯଦି ଜଣେ ମହିଳାଙ୍କ ଶରୀର ଓ ବେଶଭୂଷାକୁ ନେଇ ଆକ୍ଷେପ କରିବେ, ତା’ହେଲେ ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ।

Court

Court

Advertisment

ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀଙ୍କ ସମ୍ପର୍କୀୟମାନେ ଯଦି ଜଣେ ମହିଳାଙ୍କ ଶରୀର ଓ ବେଶଭୂଷାକୁ ନେଇ ଆକ୍ଷେପ କରିବେ, ତା’ହେଲେ ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ। କେରଳ ହାଇକୋର୍ଟ ଏପରି ଏକ ରାୟ ଦେଇଛନ୍ତି।

Advertisment

ଅନେକ ସମୟରେ ବୋହୂମାନଙ୍କୁ ତାଙ୍କ ଶାଶୁ ଘରେ ଶରୀର ଓ ଚାଲିଚଳନକୁ ନେଇ କଟୁ ସମାଲୋଚନା କରାଯାଏ। ଏଣିକି ଏସବୁ ବନ୍ଦ ହେବ। ଯଦି କେହି ଏପରି କରନ୍ତି, ତା’ହେଲେ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ଚାଲିବ।

କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ ଏ ବଦ୍ଦାରୁଦ୍ଦିନ ଜଣେ ମହିଳାଙ୍କ ସ୍ୱାମୀଙ୍କ ବଡ଼ ଭାଇଙ୍କ ପତ୍ନୀ ଅର୍ଥାତ ମହିଳାଙ୍କ ଯା’ ଦାଖଲ କରିଥିବା ପିଟିସନକୁ ଖାରଜ କରିଦେଇଛନ୍ତି। ସ୍ୱାମୀଙ୍କ ବଡ଼ ଭାଇଙ୍କ ପତ୍ନୀ ଘରୋଇ ହିଂସା ମାମଲାରେ ଫସିଛନ୍ତି।

Advertisment

କନ୍ନୁର ଠାରେ ଥିବା କୋଥୁପାରାମ୍ବା ପୁଲିସ୍‌ ପକ୍ଷରୁ ମହିଳାଙ୍କ ଅଭିଯୋଗ ଆଧାରରେ ତାଙ୍କ ଯା’ଙ୍କ ବିରୋଧରେ ଘରୋଇ ହିଂସା ମାମଲା କରାଯାଇଥିଲା। ଏହି ମାମଲାରେ ମହିଳାଙ୍କ ସ୍ୱାମୀ, ଶଶୂର ଓ ବଡ଼ ଭାଇଙ୍କ ପତ୍ନୀଙ୍କ ନାଁ ରହିଛି।

ଆବେଦନକାରୀ କୋର୍ଟରେ ଯୁକ୍ତି କରିଥିଲେ ଯେ ମହିଳାଙ୍କ ସ୍ୱାମୀଙ୍କ ବଡ଼ ଭାଇଙ୍କ ପତ୍ନୀଙ୍କ ବିରୋଧରେ ଥିବା ଅଭିଯୋଗ ଘରୋଇ ହିଂସାର ଦଫା ୪୯୮ ଏ ମଧ୍ୟରେ ଆସୁନାହିଁ। ଅତିରିକ୍ତ ଭାବେ ଯା’ ଜଣଙ୍କ କେବଳ ଅଭିଯୋଗକାରୀଙ୍କ ଶରୀରର ଆକାରକୁ ନେଇ ଆକ୍ଷେପ କରିଥିଲେ।

ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ପାଇଁ ଉପଯୁକ୍ତ ନୁହନ୍ତ ବୋଲି ଯା’ କହିଥିଲେ। ମହିଳାଙ୍କ ମେଡିକାଲ ଡିଗ୍ରୀ ଉପରେ ସେ ପ୍ରଶ୍ନ କରିଥିବାରୁ ଏହା ଘରୋଇ ହିଂସା ମାମଲା ଅଧୀନରେ ଆସୁନାହିଁ ବୋଲି ଆବେଦନକାରୀ କହିଥିଲେ।

କିନ୍ତୁ ହାଇକୋର୍ଟ କହିଛନ୍ତି ଯେ ମହିଳାଙ୍କ ଶରୀରକୁ ନେଇ ଆକ୍ଷେପ କରିବା ଓ ଅଭିଯୋଗକାରୀଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କରିବାର ଅର୍ଥ ଅଭିଯୁକ୍ତ ଜାଣିଶୁଣି ତାଙ୍କୁ ମାନସିକ ଓ ଶାରୀରିକ ଭାବେ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଏହା ୪୯୮ ଏ ଅଧୀନରେ ଆସୁଛି। ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ। ତେଣୁ ଆବେଦନକୁ କୋର୍ଟ ଖାରଜ କରୁଛନ୍ତି।

Kerala High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe