/odisha-reporter/media/media_files/2026/02/09/bodybuilder-2026-02-09-12-59-53.jpg)
କିରଣ ଓ ପ୍ରେମିକା (ଫାଇଲ ଫଟୋ)
ଅଖି ସାମ୍ନାରେ ନିଜ ପ୍ରେମିକା ଆଉ ଜଣଙ୍କ ହାତ ଧରିବେ। ସବୁଦିନ ପାଇଁ ତାଙ୍କୁ ଛାଡ଼ି ସେ ଆଉ କାହାର ହୋଇଯିବେ। କେମିତି ଏକଥା ଜଣେ ପ୍ରେମିକ ସହ୍ୟ କରିବ? ୩ ବର୍ଷର ପ୍ରେମକୁ ସେ କେମିତି ଭୁଲିବେ? ପ୍ରେମିକା ସିନା ୩ ବର୍ଷର ପ୍ରେମକୁ ଭୁଲିଗଲେ, ହେଲେ ଏହାକୁ ସହ୍ୟ କରିପାରିଲେ ନାହିଁ ପ୍ରେମିକ। ପ୍ରେମିକା ନିଜର ନିର୍ବନ୍ଧ ଖବର ଦେବା ସହ ବାହାଘରର ନିମନ୍ତ୍ରଣ ପତ୍ର ଓ ନୂଆ ଶାଢ଼ୀ ପ୍ରେମିକଙ୍କୁ ଦେଖାଇଥିଲେ। ବାସ ହେବାକୁ ଦେଖିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ୨୬ ବର୍ଷୀୟ ପ୍ରେମିକ ଜୀବନ ହାରି ଦେଇଛନ୍ତି। ବେଙ୍ଗାଲୁରୁରୁ ଏପରି ଘଟଣା ସାମ୍ନାକୁ ଆସିଛି।
ଜୀବନ ହାରିଥିବା ଯୁବକ ଜଣଙ୍କ ହେଲେ ୨୬ ବର୍ଷୀୟ କିରଣ। ସେ ଜଣେ ବଡିବିଲ୍ଡର ଓ ସ୍ଥାନୀୟ ଅଞ୍ଚଳର ଗୋଟିଏ ଜିମରେ ଟ୍ରେନର ଭାବେ କାମ କରୁଥିଲେ। ପୁଲିସ୍ର କହିବା କଥା ଯେ କିରଣ ଜଣ ଯୁବତୀଙ୍କୁ ୩ ବର୍ଷ ହେଲା ପ୍ରେମ କରୁଥିଲେ। ଯୁବତୀ ଜଣଙ୍କ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଦୁଇ ଜଣ ପରସ୍ପରକୁ ଭଲ ପାଉଥିବା ବେଳେ ଭବିଷ୍ୟତରେ ବାହା ହେବାକୁ ନିଷ୍ପତ୍ତି ବି ନେଇଥିଲେ।
ଆଗକୁ ଭାଲେଣ୍ଟାଇନ ଦିବସ ଆସୁଥିବାରୁ ପ୍ରେମିକାଙ୍କୁ ଉପହାର ଦେବାକୁ ମଧ୍ୟ ଯୋଜନା କରିଥିଲେ କିରଣ। କିନ୍ତୁ ନିକଟରେ କିରଣଙ୍କ ପ୍ରେମିକା ଦେଇଥିଲେ ଚକିତ କରିବା ଭଳି ତଥ୍ୟ। ସେ କିରଣଙ୍କୁ ଫୋନ କରି ତାଙ୍କ ବାହାଘର ଆଉ ଗୋଟିଏ ସ୍ଥାନରେ ଠିକ ହୋଇଯାଇଥିବା କହିଥିଲେ। ପ୍ରଥମେ ଏହାକୁ ବିଶ୍ୱାସ କରିନଥିଲେ କିରଣ। ହେଲେ ଏହି ଖବର ସତ ଥିଲା।
ତାଙ୍କ ପ୍ରେମିକା ପରବର୍ତ୍ତୀ ଅବସ୍ଥାରେ ନିଜ ବାହାଘରର ନିମନ୍ତ୍ରଣ ପତ୍ର ଓ ନୂଆ ଶାଢ଼ୀ ତାଙ୍କୁ ଦେଖାଇଥିଲେ। ଏହାକୁ ଦେଖିଲା ପରେ କିରଣ ବୁଝି ଯାଇଥିଲେ ଯେ ତାଙ୍କ ପ୍ରେମିକା ଆଉ କେବେ ବି ତାଙ୍କର ହୋଇପାରିବେ ନାହିଁ।
ଏହି ଖବର ଶୁଣି କିରଣ ପୂରା ଭାଙ୍ଗି ପଡ଼ିଥିଲେ। ସେ ଘରକୁ ଫେରିବା ପରେ ନିଜକୁ ଗୋଟିଏ ରୁମରେ ଲକ କରି ଦେଇଥିଲେ। ଏହାପରେ ଆତ୍ମହତ୍ୟା(Suicide) ଭଳି ଚରମ ପଦକ୍ଷେପ ନେଇଥିଲେ। ହେଲେ ଏହି ଖବର ପରିବାର ଲୋକଙ୍କୁ ଜଣା ନଥିଲା। ଦୀର୍ଘ ସମୟ ଧରି କିରଣ ନିଜ ରୁମର କବାଟ ନଖୋଲିବାରୁ ପରିବାର ଲୋକମାନେ ସନ୍ଦେହ କରିଥିଲେ।
ସେମାନେ କବାଟ ଭାଙ୍ଗି ଭିତରକୁ ଯିବା କ୍ଷଣୀ କିରଣକୁ ଅଚେତ ଅବସ୍ଥାରେ ଠାବ କରିଥିଲେ। ତାଙ୍କୁ ତୁରନ୍ତ ଭିକ୍ଟୋରିଆ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିରଣଙ୍କ ବାପା ମା’ କହିଛନ୍ତି ଯେ ତାଙ୍କ ପୁଅ ଉକ୍ତ ଯୁବତୀଙ୍କୁ ଭାଲେଣ୍ଟାଇନ ଡେରେ ଉପହାର ଦେବାକୁ ଯୋଜନା କରିଥିଲେ।
ସେହିପରି ଯୁବତୀ ଜଣଙ୍କ ବିରୋଧରେ ସେମାନେ ମାନସିକ ଓ ଆର୍ଥିକ ଶୋଷଣର ଅଭିଯୋଗ ମଧ୍ୟ ଆଣିଛନ୍ତି। ଯୁବତୀଙ୍କ ପରିବାର ଲୋକ ଋଣ କରିଥିବା ୫୦ ଲକ୍ଷ ଟଙ୍କା ପରିଶୋଧ କରିବାରେ କିରଣ ସହାୟତା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହି ଅଭିଯୋଗ ପରେ ବେଙ୍ଗାଲୁରୁର ମହାଲକ୍ଷ୍ମୀ ଲେଆଉଟ ପୁଲିସ୍ ଷ୍ଟେସନ ପକ୍ଷରୁ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
